Neeraj Chopra: ଭଙ୍ଗା ହାତରେ ବ୍ରୁସେଲ୍ ଡାଇମଣ୍ଡ ଲିଗ୍ ଖେଳିଲେ ନୀରଜ, କଲେ ବଡ଼ ଖୁଲାସା

ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରାଜ ଚୋପ୍ରା ପୁଣି ଆହତ ହୋଇଛନ୍ତି । ବ୍ରୁସେଲ୍ ଡାଇମଣ୍ଡ ଲିଗରେ ଲଗାତାର ଦ୍ୱିତୀୟ ଥର ପାଇଁ ରନର୍ସ ଅପ୍ ହୋଇଥିବା ନୀରଜ ଏହି ଖୁଲାସା କରିଛନ୍ତି । ରବିବାର ଏକ୍ସ'ରେ ଏକ ପୋଷ୍ଟ କରି ସେ ଏହା ସୂଚନା ଦେବା ସହିତ ଚଳିତ ବର୍ଷ ବିଭିନ୍ନ ପ୍ରତିଯୋଗିତା ସମୟରେ କିପରି ସେ ଆହତ କାରଣରୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ତାହା କହିଛନ୍ତି ।

ଡାଇମଣ୍ଡ ଲିଗ୍ ରେ ନୀରାଜ ତାଙ୍କର ତୃତୀୟ ପ୍ରୟାସରେ ୮୭.୮୬ ମିଟର ଫିଙ୍ଗିଥିଲେ । ମାତ୍ର ଗୋଟିଏ ସେଣ୍ଟିମିଟର ଦୂରରେ ରହି ନୀରଜ ଏହି ପ୍ରତିଯୋଗିତାରେ ରନର୍ସ ଅପ୍ ହୋଇଛନ୍ତି । ଦୁଇଥର ବିଶ୍ୱ ଚାମ୍ପିଅନ୍ ପିଟର୍ସ ତାଙ୍କ ପ୍ରଥମ ଥ୍ରୋ ସହିତ ପ୍ରଥମ ସ୍ଥାନ ହାସଲ କରି ନେଇଥିଲେ । ସେହିଭଳି ଜର୍ମାନୀର ଜୁଲିଆନ୍ ୱେବର ୮୫.୯୭ ମିଟର ଥ୍ରୋ ସହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

Neeraj Chopra

ତେବେ ବ୍ରୁସେଲ୍ ଡାଇମଣ୍ଡ ଲିଗ ସମୟରେ ଆହତ ହେବା ପରେ ନୀରଜ ତାଙ୍କର ପୋଷ୍ଟରେ ଲେଖିଛନ୍ତି, "ଯେହେତୁ ୨୦୨୪ ସିଜିନ୍ ସମାପ୍ତ ହେଉଛି, ମୁଁ ବର୍ଷସାରା ସମସ୍ୟାର ସାମ୍ନା କରିଛି, ତାହା ମୋତେ ଅନେକ ଶିକ୍ଷା ଦେଇଛି । ଯେପରିକି ପ୍ରଦର୍ଶନରେ ଉନ୍ନତି, ଅସୁବିଧା, ମାନସିକତା ଏବଂ ଅନ୍ୟାନ୍ୟ ବିଷୟରେ । ତେବେ ସୋମବାର ମୁଁ ଅଭ୍ୟାସରେ ଆହତ ହୋଇଛି ଏବଂ ଏକ୍ସ-ରେ କଲା ପରେ ଜଣ ପଡିଛି ଯେ, ମୋର ହାତ ଫ୍ରାକ୍ଚର ହୋଇଛି । ଏହା ମୋ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା କିନ୍ତୁ ମୋ ଟିମ୍ ସାହାଯ୍ୟରେ ମୁଁ ବ୍ରୁସେଲ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସକ୍ଷମ ହେଲି ବୋଲି ଚୋପ୍ରା ଲେଖିଛନ୍ତି ।

ରିପୋର୍ଟ ଅନୁଯାୟୀ, ନୀରଜ ଚୋପ୍ରା ଇଙ୍ଗୁଇନାଲ ହାର୍ନିଆର କ୍ରନିକ ସମସ୍ୟାରେ ପୀଡ଼ିତ ଅଛନ୍ତି। ଦୀର୍ଘଦିନ ଧରି ଚାଲିଆସୁଥିବା ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅସ୍ତ୍ରୋପଚାର କରାଇବା ପାଇଁ ସେ ଜର୍ମାନୀ ଯାଇଛନ୍ତି। ଆଥଲେଟମାନଙ୍କ ପାଇଁ ଇଙ୍ଗୁଇନାଲ ହାର୍ନିଆ ବହୁତ ଗମ୍ଭୀର ହୋଇପାରେ ଏବଂ ସେମାନଙ୍କ ଖେଳ ଓ ପ୍ରତିଭାକୁ ପ୍ରଭାବିତ କରିପାରେ । ଡାକ୍ତରଙ୍କ କହିବା ଅନୁଯାୟୀ, ଇଙ୍ଗୁଇନାଲ ହାର୍ନିଆକୁ ସତର୍କତାର ସହ ପରିଚାଳନା କରିବା ଆବଶ୍ୟକ । ଇଙ୍ଗୁଇନାଲ ହାର୍ନିଆରେ ପେଟର କୋମଳ ଟିସୁ ଦୁର୍ବଳ ସହ ତଳି ପେଟ ଚର୍ମ ଦେଇ ଗଣ୍ଠି ଅଞ୍ଚଳରେ ଚାପ ପକାଇଥାଏ । ରିପୋର୍ଟ ଅନୁଯାୟୀ, ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ପ୍ରଦର୍ଶନ ଏହି ସମସ୍ୟା ଯୋଗୁଁ ପ୍ରଭାବିତ ହୋଇଥିଲା । ୨୬ ବର୍ଷୀୟ ଜାଭେଲିନ୍ ଥ୍ରୋ ଷ୍ଟାର ଗଣମାଧ୍ୟମକୁ କହିଛନ୍ତି ଯେ ସେ ଦୀର୍ଘ ଦିନ ଧରି ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି ।

ହାର୍ନିଆ ରୋଗ କ'ଣ ? (What Is Hernia Disease)
ହାର୍ନିଆ ଏକ ମେଡିକାଲ କଣ୍ଡିସନ ଯେଉଁଥିରେ ଶରୀରର କୌଣସି ଅଙ୍ଗ ବା ଟିସୁର କିଛି ଅଂଶ ଦୁର୍ବଳ ମାଂସପେଶୀ କିମ୍ବା ଟିସୁ ମାଧ୍ୟମରେ ବାହାରକୁ ଆସିଥାଏ । ଏହି ଅବସ୍ଥା ପ୍ରାୟତଃ ପେଟ ଭିତର ଚର୍ମରେ ଦେଖାଯାଏ, କିନ୍ତୁ ଶରୀରର ଅନ୍ୟାନ୍ୟ ଅଙ୍ଗରେ ମଧ୍ୟ ହୋଇପାରେ । ହାର୍ନିଆର ଅନେକ ପ୍ରକାର ଅଛି ଏବଂ ବୟସ, ଲିଙ୍ଗ ଏବଂ ଜୀବନଶୈଳୀ ଉପରେ ନିର୍ଭର କରି ଅନେକ ଲୋକଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+