ଲୋକମାନେ ଥଟ୍ଟା କରୁଥିଲେ ଯେ ମୋତେ କେହି ବିବାହ କରିବେ ନାହିଁ: ସ୍ମୃତି ମନ୍ଧାନା

ଦିଲ୍ଲୀ:ଭାରତୀୟ କ୍ରିକେଟର ସ୍ମୃତି ମଣ୍ଡନା ତାଙ୍କ କ୍ରିକେଟ୍ ଯାତ୍ରା ଏବଂ କ୍ରିକେଟର ହେବାରେ ସମ୍ମୁଖୀନ ହେଉଥିବା ଆହ୍ୱାନ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ସେ କହିଛନ୍ତି, ଲୋକମାନେ ମୋର ପିତାମାତାଙ୍କୁ ଅପମାନିତ କରି କହୁଥିଲେ ଯେ, ଯେ ମୋତେ କେହି ବିବାହ କରିବେ ନାହିଁ । ସ୍ମୃତି ଘରୋଇ କ୍ରିକେଟରେ ମହାରାଷ୍ଟ୍ର କ୍ରିକେଟ୍ ଦଳର ପ୍ରତିନିଧିତ୍ୱ କରନ୍ତି । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ତାଙ୍କୁ ବିସିସିଆଇ ପୁରସ୍କାରରେ 'ଶ୍ରେଷ୍ଠ ମହିଳା ଆନ୍ତର୍ଜାତୀୟ କ୍ରିକେଟର' ସମ୍ମାନରେ ସମ୍ମାନିତ କରିଛି ।

ମନ୍ଧାନା ଅନେକ ରହସ୍ୟର କରିଛନ୍ତି ଖୁଲାସା

କୌନ ବନେଗା କରୋଡ଼ପତି ୧୫' ରେ କ୍ରିକେଟର ସେନସସ ଇଶାନ୍ କିଶାନଙ୍କ ସହ ୨୭ ବର୍ଷିୟା ସ୍ମୃତି ମଣ୍ଡନାଙ୍କୁ ଦେଖିବାକୁ ମିଳିଥବଲା । ଏହି ସମୟରେ ହୋଷ୍ଟ ଅମିତାଭ ବଚ୍ଚନ ସ୍ମୃତିଙ୍କୁ ପଚାରିଥିଲେ, ଶ୍ରୀ କମ୍ପ୍ୟୁଟର କହିଛନ୍ତି ଯେ ଆପଣ ଏଭଳି ପରିବାରରୁ ଆସିଛନ୍ତି ଯାହାଙ୍କ ସଂଯୋଗ କ୍ରିକେଟ୍ ସହିତ ଅଛି । କ୍ରୀଡ଼ାରେ ତୁମର ଯାତ୍ରାକୁ ଆପଣ କିପରି ବର୍ଣ୍ଣନା କରିବେ?

smriti mandhana

ସ୍ମୃତି କହିଛନ୍ତି, " ମୋର ବାବା ପିଲାଦିନରୁ କ୍ରିକେଟ ପ୍ରେମୀ ଥିଲେ , ଆଉ ସେ କ୍ରିକେଟ ଖେଳିବା ପାଇଁ ତାଙ୍କର ବହୁତ ଇଛା ରହିଥିଲା । କିନ୍ତୁ ବାବାଙ୍କ ପିତା ମାତା ତାଙ୍କୁ ଖେଳିବାକୁ ଅନୁମତି ଦେଇନଥିଲେ , ଯେଉଁ କାରଣରୁ ସେ କ୍ରିକେଟ ଖେଳି ପାରି ନଥିଲେ । ଆଉ ସେଥି ପାଇଁ ମୋ ବବା ଚାହୁଁଥିଲେ ଯେ ତାଙ୍କ ପିଲାମାନେ କ୍ରିକେଟ୍ ଖେଳନ୍ତୁ , ଆଉ ଅନ୍ତତଃ ପକ୍ଷେ ଭାଇ ଭଉଣିଙ୍କ ମଧ୍ୟରୁ କେହି ଜଣେ ଭାରତିୟ କ୍ରିକେଟ ଟିମର ପ୍ରତିନିଧିତ୍ୱ କରନ୍ତୁ । ସ୍ମୃତିଙ୍କ ପିତା ଶ୍ରୀନିବାସ ମାନ୍ଧାନା ଏବଂ ତାଙ୍କ ଭାଇ ଶ୍ରାବଣ ସାଙ୍ଗଲି ଜିଲ୍ଲା ସ୍ତରରେ କ୍ରିକେଟ୍ ଖେଳିଥିଲେ । ସ୍ମୃତି କହିଥିଲେ ଯେ ସେ ପିଲାଦିନରୁ କ୍ରିକେଟ୍ ବିଷୟରେ ଶୁଣିଛନ୍ତି ।

ସ୍ମୃତି କହିଛନ୍ତି, ମୁଁ ଭାବୁଛି ଯେବେଠାରୁ ମୁଁ ମୋ ମା'ର ଗର୍ଭରେ ଥିଲି, ମୁଁ ସେତେବେଳଠୁ କ୍ରିକେଟର ଅଭ୍ୟାସ କରୁଥିଲି, ପିଲା ବେଳେ ମୁଁ ଅଧିକ ଥର ମୋ ଭାଇଙ୍କ ପାଇଁ ବଲ୍ ଆଣିଛିି । ମୁଁ ନେଟ୍ ପଛରେ ରହି ଭାଇଙ୍କ ବ୍ୟାଟିଂ ଦେଖି ମୁଁ ବ୍ୟାଟିଂ ଶିଖିଛି । ବାସ୍ତବରେ, ମୁଁ ଡାହାଣ ହାତରେ କ୍ରିକେଟ ଖେଳେ, କିନ୍ତୁ ମୋ ଭାଇ ହେଉଛନ୍ତି ବାମହତୀ, ଆଉ ମୁଁ ତାଙ୍କଠାରୁ ବାମହାତୀ ବ୍ୟାଟିଂ ଶିଖିଲି ।

ଏହି ସୋ ସମୟରେ ଇଶାନ ଅମିତାଭଙ୍କୁ ଦେଇ କହିଥିଲେ: ସାର କଣ ଆପଣ ନିଜ ବାମ ହାତରେ ଲେଖନ୍ତ ... ଆଉ ଅମିତାଭ କହିଥିଲେ "ମୁଁ ଜଣେ ବାମହାତୀ । କିନ୍ତୁ ମୋର ମସ୍ତିଷ୍କ ଭିନ୍ନ ଭାବରେ କାମ କରେ । ତେଣୁ, ମୁଁ ଉଭୟ ହାତ ବ୍ୟବହାର କରିପାରୁଛି । ଏହା ପରେ ଇଶାନ କହିଥିଲେ, ଯେତେବେଳେ ମୁଁ ତୁମକୁ ଏବଂ ସଚିନ୍ ସାରଙ୍କୁୁ ଦେଖିଲି, ମୁଁ ଭାବିଲି ସମସ୍ତ ମହାନ ବ୍ୟକ୍ତି ବାମ ହାତରେ ଲେଖନ୍ତି । ଆଉ ସେବେଠୁ ମୁଁ ବି ବାମ ହାତରେ ଲେଖିବାକୁ ଚେଷ୍ଟା କରିଲି ,

ଏହା ପରେ ବିଗ୍ ବି ସ୍ମୃତିଙ୍କୁ ପଚାରିଥିଲେ, "ଖେଳ ପାଇଁ ତୁମେ ନିଶ୍ଚୟ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିବ । ତୁମେ ସେସବୁକୁ କିପରି ଅତିକ୍ରମ କଲ? ଆଉ ସେ ସବୁ କେଉଁ ଭଳି ଆହ୍ୱାନ ଥିଲା । ଏହାର ଉତ୍ତରରେ ସ୍ମୃତି କହିଛନ୍ତି: "ସାର, ଯେତେବେଳେ ମୁଁ ମହିଳା କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲି, ସେତେବେଳେ ମୋତେ ଅଧିକାଂଶ ପୁଅମାନଙ୍କ ସହିତ ଅଭ୍ୟାସ କରିବାକୁ ପଡୁଥିଲା, କାରଣ ଅଧିକାଂଶ ଝିିଅ ସେହି ସମୟରେ କ୍ରିକେଟ୍ ଖେଳୁ ନଥିଲେ । ତେଣୁ, ମୁଁ ଭାବୁଛି... ମୁଁ ମୋର ବାବା ମାଆଙ୍କୁ ଶ୍ରେୟ ଦେବାକୁ ଚାହୁଁଛି । ସେ କୌଣସି ବି ସମସ୍ୟା ମୋ ପାଖକୁ ପହଁଞ୍ଚାଇବାକୁ ଦେଇ ନଥିଲେ । ସେ ମୋତେ ଖେଳିବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ ।

ସ୍ମୃତି ଆହୁରି କହିଥିଲେ ଯେ, ଲୋକମାନେ ମୋର ବାପା ମାଙ୍କୁ ଅପମାନିତ କରୁଥିଲେ - ଆଉ ଥଟ୍ଟା କରି କହୁଥିଲେ, ଯଦି ସ୍ମୃତି କଳା ହୋଇଯାଏ, ତେବେ କେହି ତାଙ୍କୁ ବିବାହ କରିବେ ନାହିଁ । କିନ୍ତୁ ସବୁଠାରୁ ଭଲ କଥା ହେଲା ସେ ମୋତେ କେବେବି ଏହାର ପରିଣାମ ଭୋଗିବାକୁ ଦେଲେ ନାହିଁ । ସେମାନେ ମୋତେ ଖେଳିବାକୁ ଅନୁମତି ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+