ପୁଣି ଚମକିଲେ ଆଶୁତୋଷ ଓ ଶଶାଙ୍କ, ହେଲେ ୯ ରନରେ ମୁମ୍ବାଇ ଇଣ୍ଡିଆନ୍ସଠୁ ହାରିଲା ପଞ୍ଜାବ କିଙ୍ଗସ୍
ଚଳିତ ଆଇପିଏଲ ସଂସ୍କରଣରେ ଗତକାଲି ଆଉ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା । ଅନ୍ତିମ ଓଭରରେ ୯ ରନରେ ଜିତିଥିଲା ମୁମ୍ବାଇ । ତେବେ ନିଜର ପ୍ରଦର୍ଶନ ଦ୍ଵାରା କ୍ରିକେଟ ପ୍ରେମୀଙ୍କ ହୃଦୟ ଜିତି ନେଇଛି ପଞ୍ଜାବ କିଙ୍ଗସ ।
ଚଣ୍ଡିଗଡ ମୁଲ୍ଲାନପୁର ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୭୮(୫୩) ରନ୍ କରିଥିବା ବେଳେ ରୋହିତ ଶର୍ମା ୩୬(୨୫), ତିଳକ ବର୍ମା ଅପରାଜିତ ୩୪(୧୮), ଟିମ ଡେଭିଡ ୧୪(୭), ହାର୍ଦ୍ଦିକ ପାଣ୍ଡ୍ୟା ୧୦(୬), ଇଶାନ କିଶାନ ୮(୮) ଓ ରୋମାରିଓ ଶେଫର୍ଡ ୧(୨) ରନ୍ ସଂଗ୍ରହ କରିଥିଲେ । ଫଳରେ ୧୯୨ ରନ୍ କରିଥିଲା ଦଳ।
୧୯୩ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ କିଙ୍ଗସ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୧୪ ରନରେ ହରାଇ ୪ ମୂଲ୍ୟବାନ ୱିକେଟ ଯାଇଥିଲା । ଏକ ସମୟରେ ମନେ ହେଉଥିଲା ଯେପରି ମୁମ୍ବାଇ ଇଣ୍ଡିଆନ୍ସ ସହଜରେ ବିଜୟ ହାସଲ କରିନେବ, ହେଲେ ପୁଣି ଥରେ ମ୍ୟାଚରେ ଟ୍ୱିଷ୍ଟ ଆଣିଥିଲେ ଆଶୁତୋଷ ଓ ଶଶାଙ୍କ।

ଦଳୀୟ ସ୍କୋର୍ ୧୧୧ ହୋଇଥିବା ବେଳେ ୪୧(୨୫) ରନ୍ କରି ପାଭିଲିଅନ ଫେରି ଯାଇଥିଲେ ଶଶାଙ୍କ । ହେଲେ ଆଶୁତୋଷଙ୍କ ଉପରେ ଦଳ ଭରସା ରଖିଥିଲା। ମାତ୍ର ଗେରାଲ୍ଡ କୋଏଜି ତାଙ୍କୁ ଆଉଟ୍ କରି ପୁଣି ଥରେ ମ୍ୟାଚର ଗତିପଥ ବଦଳି ଯାଇଥିଲା।
ଆଶୁତୋଷ ପାଭିଲିଅନ ଫେରିବା ପରେ ହରପ୍ରୀତ ବ୍ରାର, ହର୍ଷଲ ପଟେଲ ଓ କାଗିସୋ ରାବାଡା ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ ମଧ୍ୟ ଦଳକୁ ବିଜୟ କରି ପାରି ନଥିଲେ ।
୧୯.୧ ବଲରେ ୧୮୩ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ପଞ୍ଜାବ । ଫଳରେ ଏହି ମ୍ୟାଚକୁ ୯ ରନରେ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଯଶପ୍ରୀତ ବୁମାର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।












Click it and Unblock the Notifications