ଭାରତରେ ବିଶ୍ୱକପ ଖେଳିବା ପାଇଁ ପାକିସ୍ତାନର ନୂଆ ବାହାନା: ପିବିସି କହିଲା, ଆମ ସରକାର ଅନୁମତି ଦେଲେ, ଯିବୁ...

ଲାହୋର: ଆଇସିସି ପକ୍ଷରୁ ବିଶ୍ୱକପ କ୍ରିକେଟ ଖେଳସୂଚୀ ଘୋଷଣା ହୋଇସାରିଛି । ଏହା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ପିସିବି ପକ୍ଷରୁ କୁହାଯାଇଛି ଭାରତରେ ବିଶ୍ୱକପ ଖେଳିବା ପାଇଁ ଆମକୁ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏନଓସି ମିଳିନାହିଁ ।

ଅକ୍ଟୋବର ୫ରୁ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ୧୫ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ତେବେ ମ୍ୟାଚସୂଚୀ ଜାରି କରିବା ବେଳେ ଆଇସିସି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଭେନ୍ୟୁ ପରିବର୍ତ୍ତନ ପାଇଁ ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛି । ଆଇସିସି ପକ୍ଷରୁ ଏ ନେଇ କୁହାଯାଇଛି, ପାକିସ୍ତାନ ବିଶ୍ୱକପ ଖେଳିବା ପାଇଁ ଏଗ୍ରିମେଣ୍ଟ ସାଇନ କରିଛି । ଆମେ ଆଶା କରୁଛୁ ସେ ଏଥିରୁ ଓହିରି ଯିବେ ନାହିଁ ।

World Cup 2023 Schedule

ଅହମ୍ମଦାବାଦରେ ୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ସମ୍ମୁଖରେ ଭାରତ ବିପକ୍ଷରେ ଖେଳିବା ନିଶ୍ଚିତ ଭାବେ ଆମ ଖେଳାଳିଙ୍କୁ ଚାପରେ ପକାଇପାରେ ବୋଲି ଜନୈକ ପିସିବି ଅଧିକାରୀ କହିଛନ୍ତି । ଜୁଲାଇର ପ୍ରଥମ ସପ୍ତାହରେ ପାକିସ୍ତାନ ସରକାର ଓ ବୋର୍ଡ ବିଶ୍ୱକପ ଭାରତରେ ଖେଳିବେ ନି ନାହିଁ ତାହା ସ୍ପଷ୍ଟ କରିବେ ।

ପିସିବିର ଜଣେ ଅଧିକାରୀ କହିଛନ୍ତି, "ବିଶ୍ୱକପରେ ଆମର ଅଂଶଗ୍ରହଣ ଓ ଅକ୍ଟୋବର ୧୫ରେ ଅହମଦାବାରେ ହେବାକୁ ଥିବା ମ୍ୟାଚ୍‌ କିମ୍ବା ମୁମ୍ବାଇ ସେମିଫାଇନାଲରା ଭାଗ ନେବା ଭଳି ସବୁ ପ୍ରସଙ୍ଗ ସରକାରଙ୍କ ଅନୁମତି ଉପରେ ନିର୍ଭର କରୁଛି। ଭାରତ ଯିବା ପାଇଁ ପାକିସ୍ତାନ ସରକାର ପିସିବିକୁ ଏଯାଏ କୌଣସି ଏନଓସି ଦେଇନାହାନ୍ତି।

ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପିସିବି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନେବ। ଆମେ ଆଇସିସିକୁ ସବୁ କଥା କହି ସାରିଛୁ। ଏବେ ସବୁ କିଛି ପାକିସ୍ତାନ ସରକାରଙ୍କ ଉପରେ ନିର୍ଭର କରୁଛି।"

ଉଲ୍ଲେଖଥାଉ କି, ପାକିସ୍ତାନ ୨୦୧୬ ଟି-୨୦ ବିଶ୍ୱକପ ଖେଳିବାକୁ ଶେଷଥର ପାଇଁ ଭାରତ ଆସିଥିଲା। ଦୁଇ ଦେଶ ମଧ୍ୟରେ ତିକ୍ତତା ରହିଥିବାରୁ କେବଳ ଆଇସିସି ଓ ଏସିଆ କପ ମ୍ୟାଚ୍‌ ପରସ୍ପରକୁ ଭେଟିଛନ୍ତି।

କହିରଖୁ କି, ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ଵକପ୍ ୨୦୨୩ । ଅକ୍ଟୋବର ୫ରୁ ବିଶ୍ଵକପ ଫାଇଟ୍ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚ ଖେଳିବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ପ୍ରବେଶ କରୁଛନ୍ତି । ମୋଟ୍ ୪୬ ଦିନରେ ୪୮ଟି ମ୍ୟାଚ୍ ଅନୁଷ୍ଠିତ ହେବ ।

ତେବେ ଅକ୍ଟୋବର ୮ରେ ଭାରତ ଆରମ୍ଭ କରିବ ନିଜର ବିଶ୍ୱକପ ଅଭିଯାନ । ବିଶ୍ବର ଦୁଇ ଶକ୍ତିଶାଳୀ କ୍ରିକେଟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୮ରେ ଖେଳାଯିବ ଏହି ମହାମୁକାବିଲା । ସେହିପରି ଅକ୍ଟୋବର ୧୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଭାରତ-ପାକିସ୍ତାନ ହାଇଭୋଲ୍ଟେଜ୍ ଫାଇଟ୍ । ତେବେ ଏହିଠାରେ ହିଁ ନଭେମ୍ବର ୧୯ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ ।

ଚଳିତ ବର୍ଷ ଭାରତରେ ବିଶ୍ୱକପର ସମସ୍ତ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭାରତୀୟ କ୍ରିକେଟ ବୋର୍ଡ ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜକ ସାଜିଛି । ୨୦୧୧ ପରେ ପୁଣିଥରେ ଭାରତରେ କ୍ରିକେଟ୍ ବିଶ୍ୱକପ ଆୟୋଜନ ହେବାକୁ ଯାଉଛି । ବିଶ୍ବକପର ସମସ୍ତ ମ୍ୟାଚ ଭାରତର ମୋଟ ୧୨ଟି ପଡ଼ିଆରେ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନଭେମ୍ବର ୧୯ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ। ଏହା ବ୍ୟତୀତ କୋଲକାତାର ଇଡେନ୍ ଗାର୍ଡେନ୍ ଏବଂ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି । ସେହିପରି ଅହମ୍ମଦାବାଦ ବ୍ୟତୀତ ଦିଲ୍ଲୀ, ବାଙ୍ଗାଲୋର, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ଧର୍ମଶାଳା, ଲକ୍ଷ୍ନୌ, ପୁଣେ, ତ୍ରିଭେନ୍ଦ୍ରମ ଏବଂ ଗୌହାଟୀରେ ବିଶ୍ବକପର ମ୍ୟାଚ୍ ଖେଳାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+