ICC Cricketer of the year: ପ୍ୟାଟ କମିନ୍ସ ହେଲେ ଆଇସିସି କ୍ରିକେଟର ଅଫ ଦ ଇୟର

ପ୍ୟାଟ କମିନ୍ସ ହେଲେ ଆଇସିସି କ୍ରିକେଟର ଅଫ ଦ ଇୟର । ବୋଲିଂ ଏବଂ ଅଧିନାୟକତ୍ୱ ସହିତ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଆଇସିସି ଦ୍ୱାରା ପ୍ୟାଟ କମିନ୍ସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କମିନ୍ସଙ୍କ ନେତୃତ୍ୱରେ ଚଳିତ ବର୍ଷ ଅଷ୍ଟ୍ରେଲିଆ ଦଳ ଦିନିକିଆ ବିଶ୍ୱକପ୍‌ ଏବଂ ଆଇସିସି ଟେଷ୍ଟ ଚାମ୍ପିୟନସିପ ଟାଇଟଲ ଜିତିବାରେ ସଫଳ ହୋଇଛି ।

କମିନ୍ସଙ୍କ ବ୍ୟତୀତ ବିରାଟ କୋହଲିଙ୍କୁ ଆଇସିସି ଦିନିକିଆ କ୍ରିକେଟର ଅଫ ଦ ଇୟର ଏବଂ ଉସମାନ ଖାୱାଜାଙ୍କୁ ଆଇସିସି ଟେଷ୍ଟ କ୍ରିକେଟର ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ସୂର୍ୟ କୁମାର ଯାଦବ ଟି-୨୦ କ୍ରିକେଟର ଅଫ୍ ଦି ଇଅର ହୋଇଛନ୍ତି ।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଏବଂ ବିଶ୍ୱକପ୍‌ ଜିତିବା ପରେ ଆଇପିଏଲ ନିଲାମରେ କମିନ୍ସଙ୍କ ଯାଦୁ ମଧ୍ୟ ଦେଖିବାକୁ ମିଳିଥିଲା। ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୨୦.୨୫ କୋଟିରେ କିଣିଛି ଏବଂ ସେ ଆଇପିଏଲ ଇତିହାସରେ ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇପାରିଛନ୍ତି। ବର୍ଷ ଶେଷରେ କମିନ୍ସ ମଧ୍ୟ ଡିସେମ୍ବରରେ ଆଇସିସି ପ୍ଲେୟର ଅଫ ଦ ମନ୍ଥର ଟାଇଟଲ ଜିତିଥିଲେ।

Pat Cummins

ଆଇସିସି ଦିନିକିଆ କ୍ରିକେଟର ଅଫ୍ ଦି ଇୟର ୨୦୨୩ ହୋଇଛନ୍ତି ବିରାଟ କୋହଲି । ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ରେ ସେ ଚମତ୍କାର କ୍ରିକେଟ ଖେଳିଥିଲେ । ସେ ପ୍ଲେୟାର ଅଫ୍ ଟୁର୍ଣ୍ଣାମେଣ୍ଟ ଆୱାର୍ଡ (POTM) ଜିତିଥିଲେ । ଭାରତରେ ଏକ ସ୍ମରଣୀୟ ଅଭିଯାନ ଥିଲା । ଫାଇନାଲରେ ପହଞ୍ଚିବା ପୂର୍ବରୁ ଟିମ୍ ଇଣ୍ଡିଆ ୧୦ ଟି ମ୍ୟାଚରେ ବିଜୟ ହୋଇଥିଲା ।

ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଆଇସିସି ଦ୍ୱାରା ୨୦୨୩ ବର୍ଷ ପାଇଁ ଟି-୨୦ ପ୍ଲେୟାର ଅଫ୍ ଦି ଇୟର ଭାବେ ମନୋନୀତ କରାଯାଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ସୂର୍ଯ୍ୟକୁମାର ଏହି ପୁରସ୍କାର ପାଇଛନ୍ତି । ସୂର୍ଯ୍ୟକୁମାର ମଧ୍ୟ ବର୍ଷର ଟି-୨୦ ଟିମରେ ଅନ୍ତର୍ଭୁକ୍ତ ହୋଇଥିଲେ ଏବଂ ତାଙ୍କୁ ଅଧିନାୟକ କରାଯାଇଥିଲା। କ୍ରମାଗତ ଦୁଇଥର ଟି-୨୦ ପ୍ଲେୟାର ଅଫ୍ ଦି ଇୟର ଭାବରେ ସୁର୍ଯ୍ୟ ହେଉଛନ୍ତି ପ୍ରଥମ ଖେଳାଳି । ଏହାପୂର୍ବରୁ ସେ ୨୦୨୨ ବର୍ଷ ପାଇଁ ଏହି ପୁରସ୍କାର ମଧ୍ୟ ପାଇଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+