ଆଇପିଏଲ-୨୦୨୪ରେ ରେକର୍ଡ ଭାଙ୍ଗି ସବୁଠୁ ଧନୀ ଖେଳାଳି ହେଲେ ପ୍ୟାଟ୍ କମିନ୍ସ
ନୂଆଦିଲ୍ଲୀ: ଆଇପିଏଲ୍-୨୦୨୪ ସିଜିନ୍ ପାଇଁ ଖେଳାଳିଙ୍କ ନିଲାମ ଆରମ୍ଭ ହୋଇଛି । ଦୁବାଇର କୋକାକୋଲା ଆରେନାରେ ଏହି ନିଲାମର ଆୟୋଜନ କରାଯାଉଛି । ଏହାରି ଭିତରେ ସବୁଠୁ ଦାମୀ ଖେଳାଳିଙ୍କ ନିଲାମ ହୋଇଛି । ଯାହାଙ୍କ ଦାମ୍ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେ ହେଉଛନ୍ତି ଅଷ୍ଟ୍ରେଲିଆର ଅଲରାଉଣ୍ଡର ପ୍ୟାଟ୍ କମିନ୍ସ । ସେ ଚଳିତ ଆଇପିଏଲ ସିଜିନ ନିଲାମରେ ଇତିହାସ ସୃଷ୍ଟି କରିଛନ୍ତି । ସେ ଏପର୍ୟ୍ୟନ୍ତ ଆଇପିଏଲର ସବୁଠାରୁ ଦାମୀ ଖେଳାଳି ହୋଇପାରିଛନ୍ତି।

ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିଛି। ଅଷ୍ଟ୍ରେଲିଆ ଅଲରାଉଣ୍ଡର ପ୍ୟାଟ୍ କମିନ୍ସ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍, ଯିଏ ଆଇପିଏଲ୍ -୨୦୨୨ ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିଥିଲେ, କିନ୍ତୁ ଆନ୍ତର୍ଜାତୀୟ ପ୍ରତିଶ୍ରୁତି କାରଣରୁ ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ ସିଜନରୁ ବଞ୍ଚିତ ହୋଇଥିଲେ। ପ୍ୟାଟ୍ କମିନ୍ସ ଆଇପିଏଲ୍ ୨୦୧୪ ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଡେବ୍ୟୁ କରିଥିଲେ ।












Click it and Unblock the Notifications