Paris Olympics 2024; ମହିଳା ବକ୍ସରଙ୍କ ଶରୀରରେ ପୁରୁଷ କ୍ରୋମୋଜୋମ୍‌, ଶକ୍ତ ପଞ୍ଚ ମାଡରେ ଓହରିଗଲେ ପ୍ରତିଦ୍ୱନ୍ଦ୍ୱୀ...

ପ୍ୟାରିସ୍ ଅଲିମ୍ପିକ୍ସରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ବିଶ୍ୱରେ କ୍ରୀଡ଼ା ପ୍ରେମୀଙ୍କୁ ଆଘାତ ଦେଇଛି । ଜଣେ ମହିଳା ବକ୍ସରଙ୍କ ସହ ପୁରୁଷ ବକ୍ସରଙ୍କ ମୁକାବିଲାକୁ ନେଇ ବିବାଦ ଦେଖାଦେଇଛି । ଗୁରୁବାର ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ବକ୍ସିଂ ଇଭେଣ୍ଟରେ ଇଟାଲୀର ବକ୍ସର ଏଞ୍ଜେଲା କାରିନୀ (Angela Carini)ଙ୍କ ମୁକାବିଲା ଆଲଜେରିୟା ବକ୍ସର ଇମାନ୍ ଖଲୀଫ(Imane Khelif)ଙ୍କ ସହ ହୋଇଥିଲା । ଇମାନ୍ ଖଲୀଫ ହେଉଛନ୍ତି ଏକ ଟ୍ରାନ୍ସଜେଣ୍ଡର । ୨୦୨୩ ବିଶ୍ୱ ଚମ୍ପିଆନସିପରେ ସେ ଜେଣ୍ଡର ଏଲିଜିବିଲିଟି ମାନଦଣ୍ଡକୁ ପୁରା ନ କରିପାରି ବାହାର ହୋଇଥିଲେ । କିନ୍ତୁ ପ୍ୟାରିସ୍ ଅଲିମ୍ପିକ୍ସରେ ତାଙ୍କୁ ଜେଣ୍ଡର ଇକୁ୍ୟାଲିଟି ମାମଲାରେ ଏଣ୍ଟ୍ରି ମିଳିଥିଲା ।

ମହିଳା ବର୍ଗ ବକ୍ସିଂ ମ୍ୟାଚରେ ଏପରି ବିବାଦ ଦେଖାଦେଇଛି । ଗୁରୁବାର ମହିଳା 66 କେଜି କିଗ୍ରା ରାଉଣ୍ଡ 31ରେ ଆଲଜେରିଆରର ଇମାନେ ଖେଲିଫ ଏବଂ ଇଟାଲୀର ଆଞ୍ଜୋଲା କ୍ୟାରିନ ମୁହାଁମୁହିଁ ହୋଇଥିଲେ । ଏହି ମୁକାବିଲା ମାତ୍ର 46 ସେକେଣ୍ଡ ପରେ ଇଭେଣ୍ଟରୁ ଓହରି ଯାଇଥିଲେ ଆଞ୍ଜେଲା । ଇମାନେଙ୍କ ଏକ ଶକ୍ତ ପଞ୍ଚରେ ସେ ଖେଳିବାକୁ ସମର୍ଥ ନହୋଇ ଓହରିବାକୁ ନିଷ୍ଟତ୍ତି ନେଇଥିଲେ । ତାଙ୍କ ନାକରୁ ରକ୍ତ ଶ୍ରାବ ମଧ୍ୟ ହେଉଥିଲା । ଶେଷରେ ଇମାନେଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ଆଞ୍ଜୋଲା ତାଙ୍କ ବକ୍ସିଂ କ୍ୟାରିୟରେ କେବେ ବି ଏପରି ପଞ୍ଚ ଖାଇନଥିବା କହିଥିଲେ ।

Parsi Olympics 2024

ସୂଚନାରୁ ପ୍ରକାଶ ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ବକ୍ସିଂ ଇଭେଣ୍ଟରେ ଇଟାଲୀର ବକ୍ସର ଏଞ୍ଜେଲା କାରିନୀ(Angela Carini) ଏବଂ ଆଲଜେରିୟା ବକ୍ସର ଇମାନ୍ ଖଲୀଫ(Imane Khelif)ଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ଏହି ମ୍ୟାଚ୍ ମାତ୍ର ୪୬ ସେକେଣ୍ଡରେ ଶେଷ ହୋଇଥିଲା । ଏଞ୍ଜେଲାଙ୍କ ନାକରେ ଗଭୀର ଆଘାତ ଲାଗିବା କାରଣରୁ ସେ ମ୍ୟାଚ୍ ଅଧାରୁ ଛାଡ଼ି ଚାଲିଯାଇଥିଲେ । ପରେ ଜଣାପଡ଼ିଲା ଯେ ସେ ଯାହାଙ୍କ ସହ ପ୍ରତିଦ୍ୱନ୍ଦିତା କରୁଥିଲେ ଯେ ଜଣେ ପୁରୁଷ । ଏହି ମ୍ୟାଚରେ ପରାଜୟ ହେବା ପରେ ଏଞ୍ଜେଲା ବହୁତ କାନ୍ଦିଥିଲେ । ପରେ ସେ କହିଥିଲେ କି ଏହି ମ୍ୟାଚରେ ସେ ହାରିନାହାଁନ୍ତି ବରଂ ନିଜକୁ ବିଜୟୀ ଭାବୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ #IStandWithAngelaCarini ଟ୍ରେଣ୍ଡ୍ କରୁଛି । ତେବେ ଅନେକ ମହଲରୁ ଏହାକୁ ନେଇ ନିନ୍ଦା କରାଯାଉଛି କି ମହିଳାଙ୍କ ସହ ଜଣେ ପୁରୁଷକୁ ମୁକାବିଲା କରିବା ପାଇଁ ଅନୁମତି କିପରି ଦିଆଯାଉଛି ?

ଆଞ୍ଜୋଲା କ୍ୟାରିନଙ୍କ ଅଭିଯୋଗ: ଇଭେଣ୍ଟର ଫଳାଫଳ ଘୋଷଣା ପରେ ଇଟାଲୀୟ ବକ୍ସର ଆଞ୍ଜୋଲା କ୍ୟାରିନ କହିଛନ୍ତି, "ପ୍ରାରମ୍ଭିକ ପର୍ଯ୍ୟାୟରେ ଶକ୍ତିଶାଳୀ ପଞ୍ଚ ଖାଇବା ପରେ ମୋର ନାକରେ ପ୍ରବଳ ଯନ୍ତ୍ରଣା ହୋଇଥିଲା, ବ୍ଲଡ ମଧ୍ୟ ବାହାରିଥିଲା । ଯାହା ଫଳରେ ମୁଁ ଇଭେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଲି । କୌଣସି ମହିଳା ଏପରି ଶକ୍ତିଶାଳୀ ପଞ୍ଚ ମାରିପାରବେ ନାହିଁ, ମୋର ବକ୍ସିଂ କ୍ୟାରିୟରରେ ମୁଁ ଏମିତି ପଞ୍ଚ କେବେବି ଖାଇନଥିଲି । ''

ଅଲିମ୍ପିକ୍ସରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ବକ୍ସିଂ: ପୂର୍ବରୁ ଲିଙ୍ଗଗତ ବିବାଦରେ ଫସିଥିବା ଖେଲିଫ ପ୍ୟାରିସ ଅଲିମ୍ପିକ୍ସ ଖେଳୁଛନ୍ତି । ମହିଳା ବର୍ଗ ବକ୍ସିଂରେ ସେ ଖେଳୁଥିବା ବେଳେ ଗତକାଲି ଖେଳାଯାଇଥିବା ମହିଳା ଇଭେଣ୍ଟରେ ପୁରୁଷ ଓ ମହିଳା ମଧ୍ୟରେ ଲଢେଇ ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+