ପ୍ୟାରିସ ପାରାଲିମ୍ପିକ୍ସ ; ସଟ ପୁଟ୍ ଇଭେଣ୍ଟରେ ସଚିନ ଖିଲାରୀଙ୍କ ରୌପ୍ୟ

ପ୍ୟାରିସ ପାରାଲିମ୍ପିକ୍ସରେ ବଢିଲା ଭାରତର ଆଉ ଏକ ପଦକ ସଂଖ୍ୟା। ସଟ ପୁଟ୍ (F46) ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି। ବିଶ୍ୱ ଚାମ୍ପିଅନ୍ ସଚିନ ଖିଲାରୀ ଏହି ସଫଳତା ଭେଟି ଦେଇଛନ୍ତି। ସଟ୍ ପୁଟରେ ରୌପ୍ୟ ସହ ଭାରତର ପଦକ ସଂଖ୍ୟା ୨୧ରେ ପହଞ୍ଚିଛି।

Paris Paralympics

ଗତକାଲି ଇଭେଣ୍ଟର ଷଷ୍ଠ ଦିନରେ ଭାରତକୁ ପାଞ୍ଚଟି ପଦକ ମିଳିଥିଲା। ଏହି ପଦକ ସହ ଟୋକିଓ ୨୦୨୦ ପାରାଲିମ୍ପିକ ଗେମ୍ସ ଇତିହାସରେ ଭାରତ ପ୍ରଥମ ଥର ପାଇଁ ୨୦ ପଦକ ହାସଲ କରିବାର ସୁଯୋଗ ପାଇଥିଲା।

ଷଷ୍ଠ ଦିନରେ ଜାଭଲିନ୍‌, ହାଇଜମ୍ପ ଓ ୪୦୦ ମିଟର ଦୌଡରୁ ଭାରତକୁ ୨ଟି ରୌପ୍ୟ ଓ ୩ଟି କାଂସ୍ୟ ମିଳିଥିଲା। ପ୍ରଥମେ ଦୀପ୍ତି ଜୀବନଜୀ ୪୦୦ ମିଟର ଦୌଡ଼ରେ ଫାଇନାଲରେ କାଂସ୍ୟ ଜିତିଥିଲେ।

ଏହାପରେ ହାଇ ଜମ୍ପରେ ଶରଦ କୁପର ରୌପ୍ୟ ପଦକ ହାସଲ କରିଥିଲେ। ସେ ୧.୮୮ ମିଟର ଡେଇଁ ଦ୍ୱିତୀୟରେ ରହିଥିଲେ। ସେହିପରି ମାରିୟାପାନ୍ ଥଙ୍ଗାଭେଲୁ ୧.୮୫ ମିଟର ଡେଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ସେପଟେ ଜାଭଲିନ୍‌ରେ ଅଜିତ ସିଂହଙ୍କୁ ରୌପ୍ୟ ଓ ସୁନ୍ଦର ସିଂହ ବ୍ରୋଞ୍ଜ ପଦକ ହାତେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+