ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪: ବ୍ୟାଡମିଣ୍ଟନରେ ରୌପ୍ୟ ଜିତିଲେ ଆଇଏଏସ ସୁହାସ; ଚାଲନ୍ତୁ ଜାଣିବା ସୁହାସଙ୍କ ସଂଘର୍ଷର କାହାଣୀ

ନୋଏଡାର ପୂର୍ବତନ ଡିଏମ ସୁହାସ ଏଲଓ୍ବାଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ସରକାରୀ ବିଭାଗ ପରି ସେ କ୍ରୀଡା କ୍ଷେତ୍ରରେ ମଧ୍ୟ ନିଜର ପ୍ରାଧାନ୍ୟ ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି । ଉତ୍ତରପ୍ରଦେଶ କ୍ୟାଡରର ୨୦୦୭ ବ୍ୟାଚର ଅଧିକାରୀ ସୁହାସ ଏଲଓ୍ବାଇ ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ଟୋକିଓର ପ୍ରଦର୍ଶନକୁ ପୁନରାବୃତ୍ତି କରିଛନ୍ତି। ସେ ପୁରୁଷ ଏକକ ଏସ୍‌ଏଲ୪ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି । ପାରାଲିମ୍ପିକ୍ସରେ ଲଗାତାର ଦୁଇଟି ପଦକ ଜିତିବାରେ ଭାରତର ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି ହୋଇପାରିଛନ୍ତି ଆଇଏଏସ ସୁହାସ ଏଲଓ୍ବାଇ।

ପାରାଲିମ୍ପିକ ପଦକ ଏବଂ ଅର୍ଜୁନ ପୁରସ୍କାର ହାସଲ କରିଥିବା ସୁହାସ ଏଲଓ୍ବାଇ ହେଉଛନ୍ତି ଭାରତର ଏକମାତ୍ର ଆଇଏଏସ ଅଧିକାରୀ। ଯେତେବେଳେ ସୁହାସ ଆଜମଗଡର ଜିଲା ମାଜିଷ୍ଟ୍ରେଟ ଭାବରେ କାର୍ଯ୍ୟ କରୁଥିଲେ, ସେତେବେଳେ ସେ ୨୦୧୬ ଏସିଆନ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପ ଫାଇନାଲରେ ଇଣ୍ଡୋନେସିଆର ହ୍ୟାରି ସୁସାନ୍ତୋଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ସୁହାସଙ୍କ ପାଇଁ ଏହି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ସହଜ ନ ଥିଲା।

PARIS PARALYMPICS 2024

ସୁହାସଙ୍କ ସଂଘର୍ଷର କାହାଣୀ...

ଆଇଏଏସ୍‌ ସୁହାସ କର୍ନାଟକର ଶିମୋଗାରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ତାଙ୍କ ଗୋଡରେ ସମସ୍ୟା ଥିଲା। ପିଲାଦିନରୁ ସୁହାସ ଅଧ୍ୟୟନରେ ବହୁତ ସ୍ମାର୍ଟ ଥିଲେ। ସେ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ସୁରଥକାଲ (ଏନଆଇଟି ସୁରଥକାଲ)ରୁ କମ୍ପ୍ୟୁଟର ସାଇନ୍ସରେ ବି.ଟେକ କରିଛନ୍ତି। ସୁହାସ୨୦୨୩ରୁ ଯୁବ କଲ୍ୟାଣ ଏବଂ ପ୍ରାନ୍ତିୟ ରାକ୍ଷକ ଦଳ ବିଭାଗର ସଚିବ ତଥା ମହାନିର୍ଦ୍ଦେଶକ ଅଟନ୍ତି। ସେ ଜଣେ ସେଲିବ୍ରିଟିଙ୍କଠାରୁ କମ ନୁହଁନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ସମୟରେ ଆଇଏଏସ ସୁହାସ ତାଙ୍କ ପିଲାଦିନର କାହାଣୀ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଯେ ତାଙ୍କ ପିଲାଦିନରୁ ସେ ଦୂରଦର୍ଶନରେ 'ହମ ହୋଙ୍ଗେ କାମିୟାବ' ଦେଖୁଥିଲେ ଏବଂ ଏହା ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି । ଯେତେବେଳେ ସେ ଗାଁରେ ପ୍ରାଥମିକ ଶିକ୍ଷା ଆରମ୍ଭ କରୁଥିଲେ, ସ୍କୁଲ ତାଙ୍କୁ ତିନିଥର ଆଡମିଶନ କରିବାକୁ ମନା କରିଦେଇଥିଲା।

ପାରାଲିମ୍ପିକ୍ସ ୨୦୨୪ର ପହଞ୍ଚିବା ପାଇଁ ସେ ବହୁତ କଠିନ ପରିଶ୍ରମ କରିଛନ୍ତି । ଏହା ସହିତ ତାଙ୍କୁ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ ବଳିଦାନ ଦେବାକୁ ପଡିଛି। ସେ ତାଙ୍କ ବ୍ୟକ୍ତିଗତ ଜୀବନର ଏକ ବଡ଼ ଅଂଶକୁ କ୍ରୀଡା ପାଇଁ ଉତ୍ସର୍ଗ କରିଛନ୍ତି । ସେ ଜଣେ ଉଜ୍ଜ୍ୱଳ ବ୍ୟାଡମିଣ୍ଟନ ଖେଳାଳି ଏବଂ ପ୍ରତ୍ୟେକ ମ୍ୟାଚରେ ଏହା ପ୍ରମାଣ କରନ୍ତି । ବି.ଟେକ ପରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ସୁହାସ ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୦୦୭ UPSC ସିଭିଲ ସର୍ଭିସ ପରୀକ୍ଷାରେ ସୁହାସ ୩୮୨ ର଼୍ୟାଙ୍କ୍‌ ପାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+