ପ୍ୟାରିସ ପାରାଅଲିମ୍ପିକ୍ସ: ୨ଟି ସ୍ବର୍ଣ୍ଣ ସହ ଗୋଟିଏ ଦିନରେ ଭାରତକୁ ୮ ପଦ

ପ୍ୟାରିସ ପାରାଅଲିମ୍ପିକ୍ସରେ ଗତକାଲି ଭାରତ ପାଇଁ ଭଲ ଦିନ ଥିଲା । ଗୋଟିଏ ଦିନରେ ଭାରତକୁ ୮ ପଦକ ମିଳିଛି । ପଞ୍ଚମ ଦିନରେ ପଦକ ବର୍ଷା ହୋଇଛି । ୨ଟି ସ୍ବର୍ଣ୍ଣ ସହ ଭାରତକୁ ୮ ପଦକ ଗୋଟିଏ ଦିନରେ ମିଳିଥିଲା । ବ୍ୟାଡମିଣ୍ଟନରେ ନୀତେଶ କୁମାର ଓ ଜାଭେଲିନରେ ସୁମିତ ଅନ୍ତିଲଙ୍କୁ ସ୍ବର୍ଣ୍ଣ।

Paris Paralympics 2024

ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲସରେ ୟାଥିରାଜଙ୍କୁ ରୌପ୍ୟ। ଦିନର ଶେଷ ପଦକ ଜିତିଲେ ସଟଲର୍ ନିତ୍ୟା ଶିବନ। ଇଣ୍ଡୋନେସିଆ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ ବ୍ରୋଞ୍ଜ ଜିତିଲେ ନିତ୍ୟା। ନିତ୍ୟାଙ୍କ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୧୫କୁ ବୃଦ୍ଧି ହୋଇଛି ।

ଯୋଗେଶ କାଠୁନିଆ ରୌପ୍ୟ ଜିତି ପଞ୍ଚମ ଦିନରେ ମେଡାଲର ଶୁଭାରମ୍ଭ କରିଥିବା ବେଳେ ବ୍ରୋଞ୍ଜ ଜିତି ଦିନର ଶେଷ କରିଥିଲେ ନିତ୍ୟା ଶ୍ରୀ। ଭାରତ ପକ୍ଷରୁ ପଞ୍ଚମ ଦିନରେ ସୁମିତ ଅନ୍ତିଲ ଓ ନିତେଶ କୁମାର ଗୋଲ୍ଡ ଜିତିଛନ୍ତି। ପାରାଲିମ୍ପିକ୍ସରେ ସୁମିତ ଜାଭେଲିନ୍ ଥ୍ରୋରେ ରେକର୍ଡ ୭୦.୫୯ ମିଟର ଫିଙ୍ଗି ହାତେଇଛନ୍ତି ସ୍ବର୍ଣ୍ଣ ପଦକ। ସେହିପରି ବ୍ୟାଡମିଣ୍ଟନ ସିଙ୍ଗଲ୍ସ SL-3 କ୍ୟାଟେଗୋରୀରେ ସ୍ବର୍ଣ୍ଣ ଜିତିଛନ୍ତି ନିତେଶ କୁମାର।

ପୁରୁଷ SL-4 କ୍ୟାଟେଗୋରୀରେ ଭାରତର ସୁହାସ ୟଥିରାଜ୍ ଜିତିଛନ୍ତି ସିଲଭର୍ ମେଡାଲ୍। ୨୦୨୧ରେ ବି ସେ ରୌପ୍ୟ ପଦକ ଜିତିଥିଲେ। ମହିଳା ସିଙ୍ଗଲ୍ସ SU-5 ବର୍ଗରେ ମହିଳା ସଟଲର୍ ଟି.ମୁରୁଗେସନ୍ ରୌପ୍ୟ ଜିତିଥିବା ବେଳେ ମନୀଷା ରାମାଦାସଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ପଞ୍ଚମ ଦିନରେ ଡିସକସ୍ ଥ୍ରୋ F-56 ଇଭେଣ୍ଟରେ ଭାରତର ଯୋଗେଶ କାଠୁନିଆ ରୌପ୍ୟ ପଦକ ଜିତିଛନ୍ତି ।

୨୯ ବର୍ଷୀୟ ଯୋଗେଶ ୪୨.୨୨ ମିଟର ଫୋପାଡି ଭାରତ ପାଇଁ ପଦକ ଜିତିଛନ୍ତି। ସେହିପରି ତୀରନ୍ଦାଜୀ ମିକ୍ସଡ ଇଭେଣ୍ଟରେ ରାକେଶ ଓ ଶୀତଲଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ଆଉ ପଞ୍ଚମ ଦିନର ଶେଷରେ ମହିଳା ସଟଲର ନିତ୍ୟାଶ୍ରୀ ବ୍ରୋଞ୍ଜ ହାତେଇଛନ୍ତି। ନିତ୍ୟା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ SH-6 ବର୍ଗରେ ପ୍ରତିଯୋଗିତା କରୁଥିଲେ। ଆଜି ମଧ୍ୟ ଭାରତୀୟ ଆଥଲେଟ୍ ମାନେ ପଦକ ସଂଖ୍ୟା ଆହୁରି ବଢ଼ାଇବା ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+