Paris Paralympics 2024: ଅଷ୍ଟମ ଦିନ ସୁଦ୍ଧା ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ୨୫ ପଦକ
ଅଷ୍ଟମ ଦିନରେ ସୁଦ୍ଧା ଭାରତକୁ ୨୫ତମ ପଦକ । ଜୁଡୋର ୬୦ କିଲୋଗ୍ରାମ ବର୍ଗରେ କପିଲ କାଂସ୍ୟ ପଦକ ଜିତିଛନ୍ତି । ପ୍ଲେ ଅଫ୍ ରାଉଣ୍ଡରେ କପିଲ ବ୍ରାଜିଲର ଏଲିଏଟନ୍ ଡି ଓଲିଭୋରିୟାଙ୍କୁ ସହଜରେ ପରାସ୍ତ କରିଥିଲେ । ପାରାଲିମ୍ପିକ୍ସ ଇତିହାସରେ କପିଲ ଜୁଡୋରେ ପଦକ ଜିତିଥିବା ପ୍ରଥମ ଭାରତୀୟ ।
କପିଲଙ୍କ ସଫଳତା ପରେ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଭାରତ ଏଯାଏ ୫ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୧ଟି କାଂସ୍ୟ ପଦକ ଜିତିଛି।

ପାରା ଜୁଡୋ ସେମି ଫାଇନାଲରେ ୨୪ ବର୍ଷୀୟ ପାରମର ଇରାନୀ ବନିତାବା ଖୋରାମ ଠାରୁ ୦-୧୦ରେ ହାରି ଯାଇଥିଲେ। ଏହାପରେ ସେ ରିପେଜ ରାଉଣ୍ଡରେ ପ୍ରବେଶ କରି ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି।
ମଧ୍ୟପ୍ରଦେଶର ଶିବର ଗାଁର ମୂଳ ବାସିନ୍ଦା ହେଉଛନ୍ତି କପିଲ। ତାଙ୍କ ବାପା ଜଣେ ଟ୍ୟାକ୍ସି ଟ୍ରାଇଭର। ୪ ଭାଇ ଭଉଣୀଙ୍କ ମଧ୍ୟ କପିଲ ସବୁଠାରୁ ସାନ। ପିଲା ବେଳେ କପିଲ ବିଦ୍ୟୁତ ଆଘାତ ପାଇଥିଲେ। ଏଥିଯୋଗୁ ସେ କୋମାକୁ ଚାଲି ଯାଇଥିଲେ।
ପରବର୍ତ୍ତୀ ଅବସ୍ଥାରେ ସେ ଠିକ ଭାବେ ଦେଖିବାକୁ ସମସ୍ୟା ଭୋଗିଥିଲେ। ହେଲେ ଏହା ତାଙ୍କୁ ଜୁଡୋ ପ୍ରତି ଥିବା ଭଲ ପାଇବାକୁ କମ କରି ନଥିଲା। କପିଲ ଅଭ୍ୟାଦ କରିବା ସହ ଦେଶ ପାଇଁ ଆଜି ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।
ଗୁରୁବାର ୨୪ ବର୍ଷୀୟ କପିଲ ପରମାର ପ୍ୟାରିସ୍ ପାରାଲିମ୍ପିକ୍ସ ଜୁଡୋ(J1) ବର୍ଗରେ ଦୃଷ୍ଟିବାଧିତ ହେବା ସତ୍ତ୍ୱେ ଭାରତ ପାଇଁ କାଂସ୍ୟ ପଦକ ଜିତିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଭେନେଜୁଏଲା କେ ମାର୍କୋ ଡେନିସ୍ ବ୍ଲାଙ୍କୋଙ୍କୁ ୧୦-୦ରେ ପରାସ୍ତ କରିଥିଲେ । କିନ୍ତୁ ସେମିଫାଇନାଲରେ ଇରାନର କେ.ଏସ୍ ବନିତାବା ଅବାଦୀ ୦-୧୦ରେ କପିଲଙ୍କୁ ପରାସ୍ତ କରିଥିଲେ । ୨୦୨୨ରେ ସେ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ ।
ପୁରୁଷ ରିକର୍ଭ ଆର୍ଚେରୀରେ ହରବିନ୍ଦର ସିଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଫାଇନାଲରେ ପୋଲାଣ୍ଡର ଲୁକାସ୍ ସିଜେକଙ୍କୁ ସହଜରେ 6-0ରେ ପରାସ୍ତ କରିଛନ୍ତି। ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତର ଏହା ହେଉଛି ଚତୁର୍ଥ ସ୍ୱର୍ଣ୍ଣ ଏବଂ 22 ତମ ପଦକ। ଭାରତୀୟ ଆଥଲେଟ୍ 28-24, 28-27, 29-25 ସିଧାସଳଖ ସେଟ୍ ରେ ଏହି ମ୍ୟାଚ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି।
ପାରାଲିମ୍ପିକ୍ସ ଇତିହାସରେ ତୀରନ୍ଦାଜ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ହରବିନ୍ଦର ସିଂ ବର୍ତ୍ତମାନ ପ୍ରଥମ ଭାରତୀୟ ଆଥଲେଟ୍ ହୋଇଛନ୍ତି। ଏହା ପୂର୍ବରୁ ସେ ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲେ। ସେହି ସମୟରେ ସେ ପାରାଲିମ୍ପିକ୍ସରେ ଭାରତ ପାଇଁ ପଦକ (ବ୍ରୋଞ୍ଜ) ଜିତିଥିବା ପ୍ରଥମ ତୀରନ୍ଦାଜ ହୋଇଥିଲେ। ପ୍ରକାଶ ଯେ, ପ୍ୟାରିସ୍ ପାରାଲିମ୍ପିକ୍ସରେ ତୀରନ୍ଦାଜରେ ଏହା ଭାରତର ଦ୍ୱିତୀୟ ପଦକ। ଏହାପୂର୍ବରୁ ଶୀତଲ ଦେବୀ ଏବଂ ରାକେଶ କୁମାର ମିଶ୍ରିତ ଦଳ ତୀରନ୍ଦାଜରେ ବ୍ରୋଞ୍ଜ ପଦକ ଜିତିଥିଲେ।
ବର୍ତ୍ତମାନ ହରବିନ୍ଦର ପାରାଲିମ୍ପିକ୍ସ ଇତିହାସରେ ତାଙ୍କର ତୃତୀୟ ପଦକ ଜିତିପାରନ୍ତି। ସେ ବର୍ତ୍ତମାନ ପୂଜା ଜାତୟାନଙ୍କ ସହ ରିକର୍ଭ ଆର୍ଚେରୀର ମିଶ୍ରିତ ଦଳ ଇଭେଣ୍ଟରେ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଦଳ ପ୍ରତିଯୋଗିତାରେ ସେମାନଙ୍କର ପ୍ରଥମ ମ୍ୟାଚ୍ 5 ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ହେବ। ଯଦି ହରବିନ୍ଦର ମଧ୍ୟ ସେହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକକୁ ଟାର୍ଗେଟ କରନ୍ତି, ତେବେ ସେ ଇତିହାସର ପ୍ରଥମ ଭାରତୀୟ ଆଥଲେଟ୍ ହୋଇ ଏକକ ପାରାଲିମ୍ପିକ୍ ଖେଳରେ 2 ଟି ସ୍ୱର୍ଣ୍ଣ ପଦକ ଜିତିବେ।












Click it and Unblock the Notifications