ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪: ଷଷ୍ଠ ଦିନରେ ୫ ପଦକ ସହ ଭାରତକୁ ମୋଟ ୨୦ ପଦକ

ପାରାଲିମ୍ପିକ୍ସରେ ଏଯାଏଁ ଭାରତକୁ ମୋଟ ୨୦ ପଦକ ମିଳିଛି । ୬ଷ୍ଠ ଦିନରେ ଭାରତକୁ ୫ ପଦକ ମିଳିଛି । ଷଷ୍ଠ ଦିନରେ ୨ଟି ରୌପ୍ୟ ଓ ୩ କାଂସ୍ୟ ସହ ୫ ପଦକ ମିଳିଛି । ୩ଟି ସ୍ବର୍ଣ୍ଣ, ୭ ରୌପ୍ୟ ଓ ୧୦ କାଂସ୍ୟ ସହ ଭାରତକୁ ୨୦ ପଦକ ମିଳୁଛି। ୪୦୦ ମିଟର ଦୌଡ଼ରେ ଦୀପ୍ତି ଜୀବନଜୀଙ୍କୁ କାଂସ୍ୟ ପଦକ ମିଳିଛି।ପୁରୁଷ ଉଚ୍ଚ ଡିଆଁରେ ଶରଦ କୁମାରଙ୍କୁ ରୌପ୍ୟ ପଦକ । ଉଚ୍ଚ ଡିଆଁରେ ମାରିୟାପାନ୍ ଥଙ୍ଗାଭେଲୁଙ୍କୁ କାଂସ୍ୟ ପଦକ । ଜାଭେଲିନ୍‌ରେ ଅଜିତ ସିଂହଙ୍କୁ ରୌପ୍ୟ, ସୁନ୍ଦର ସିଂହଙ୍କୁ କାଂସ୍ୟ।

Paris Paralympics 2024

ଲଗାତାର ଭାବେ ଦୁଇ ଦୁଇଟି ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବାରେ ଅବନୀ ଲେଖରାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ରେକର୍ଡ କରିଛନ୍ତି ପାରା ଅଲିମ୍ପିଆନ୍ ସୁମିତ ଅନ୍ତିଲ। ପ୍ୟାରିସ୍ ପାରାଅଲିମ୍ପିକ୍ସ ଜାଭଲିନ ଥ୍ରୋରେ F64 କାଟାଗରୀରେ ଅଂଶଗ୍ରହଣ କରି ସୁମିତ ଏହି ସଫଳତା ପାଇଛନ୍ତି।

ନିଜର ପୂର୍ବ ରେକର୍ଡ ଭାଙ୍ଗି ସୁମିତ ପୁଣି ଥରେ ଗୋଲ୍ଡ ଜିତିଛନ୍ତି । ସୁମିତଙ୍କ ଏହି ସଫଳତା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସୋମିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କୁସ୍ତିରୁ ପ୍ରଥମେ କ୍ୟାରିଅର ଆରମ୍ଭ କରିଥିଲେ ହରିୟାଣା ସୋନିପଥର ସୁମିତ। ୨୦୧୫ରେ ସେ ଏକ ଦୁର୍ଘଟଣାରେ ନିଜର ବାମ ଗୋଡ଼ ହରାଇଥିଲେ। ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ତାଙ୍କର ବାମ ଗୋଡ଼ ହରାଇଥିଲେ। ଆଉ ଏତିକିରେ ସେ ହାର୍ ମାନିନଥିଲେ। କୁସ୍ତି ଛାଡ଼ି ଜାଭେଲିନକୁ ଆପଣାଇଥିଲେ। ସେବେଠାରୁ ସେ ଆଉ ପଛକୁ ଫେରି ନାହାନ୍ତି।୩ ବର୍ଷ ତଳେ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ଜାଭେଲିନ୍ ଥ୍ରୋରେ ସ୍ବର୍ଣ୍ଣ ଜିତିଥିଲେ ସୁମିତ। ଟୋକିଓରେ ୬୮.୫୫ ମିଟର ଫିଙ୍ଗି ଜିତିଥିଲେ ସ୍ବର୍ଣ୍ଣ ପଦକ। ଆଉ ଏବେ ସେ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି। ଜାଭେଲିନ ଥ୍ରୋରେ ୭୩.୨୯ ମିଟରର ବିଶ୍ବ ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି । ଏପଟେ ପ୍ୟାରିସ୍ ପାରାଅଲିମ୍ପିକ୍ସରେ ମେଡାଲ୍ ବର୍ଷା। ଚଳିତ ଅଲିମ୍ପିକ୍ସରେ ଭାରତର ମେଡାଲ୍ ସଂଖ୍ୟା ୨୦ ରେ ପହଞ୍ଚିଛି। ମୋଟ ୩ଟି ଗୋଲ୍ଡ, 7ଟି ସିଲଭର ଏବଂ 10ବ୍ରୋଞ୍ଜ ପଦକ ସହ ମେଡାଲ୍ ଟାଲିରେ 19 ତମ ସ୍ଥାନରେ ରହିଛି ଭାରତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+