Paris Paralympics 2024: ୨୯ ପଦକ ଜିତି ଭାରତର ଅଭିଯାନ ଶେଷ, ୭ ଟି ସ୍ୱର୍ଣ୍ଣ, ୯ ଟି ରୌପ୍ୟ ଏବଂ ୧୩ ଟି ବ୍ରୋଞ୍ଜ
୨୯ ପଦକ ଜିତି ଅଭିଯାନ ଶେଷ କରିଛି ଭାରତ । ଏଥିରେ ୭ ଟି ସ୍ୱର୍ଣ୍ଣ, ୯ ଟି ରୌପ୍ୟ ଏବଂ ୧୩ ଟି ବ୍ରୋଞ୍ଜ ପଦକ ସାମିଲ ଅଛି। ଭାରତ ସ୍ୱିଜରଲ୍ୟାଣ୍ଡ, ଦକ୍ଷିଣ କୋରିଆ, ବେଲଜିୟମ ଏବଂ ଆର୍ଜେଣ୍ଟିନା ପରି ଦେଶକୁ ପଦକ ତାଲିକାରେ ପଛରେ ପକାଇ ଦେଇଛି।
ଏହି ପ୍ରତିଯୋଗିତା ଲାଗି ୮୪ ଜଣିଆ ଭାରତୀୟ ପାରା ଆଥଲେଟ୍ ୨୫ ପଦକ ଲକ୍ଷ୍ୟ ନେଇ ପ୍ୟାରିସ୍ ଗସ୍ତ କରିଥିଲେ। ହେଲେ ସେମାନଙ୍କ ଅତୁଳନୀୟ ପ୍ରଦର୍ଶନ ସବୁ ରେକର୍ଡ ଭାଙ୍ଗିଛି । ୭ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୩ କାଂସ୍ୟ ସହ ମୋଟ ୨୯ ପଦକ ପାଇ ଅଷ୍ଟାଦଶ ସ୍ଥାନରେ ରହିଛି ଭାରତ।
ଭାରତ ଆଥଲେଟିକ୍ସରେ ସର୍ବାଧିକ ୧୭ ଟି ପଦକ ଜିତିଛି, ଯେଉଁଥିରେ ଚାରିଟି ସ୍ୱର୍ଣ୍ଣ ରହିଛି । ଏହା ପରେ ଦ୍ୱିତୀୟ ସ୍ଥାନ ପାରା ବ୍ୟାଡମିଣ୍ଟନ୍ ଅଛି ଯେଉଁଥିରେ ଭାରତ ଗୋଟିଏ ସ୍ୱର୍ଣ୍ଣ ସମେତ ୫ ଟି ପଦକ ଜିତିଛି। ଏହାପରେ ପାରାଶୁଟିଂରେ ଭାରତ ଗୋଟିଏ ସ୍ୱର୍ଣ୍ଣ ସମେତ ୪ ଟି ପଦକ ଜିତିଛି। ଅନ୍ୟପକ୍ଷରେ ଭାରତ ପାରା ତୀରନ୍ଦାଜରେ ଗୋଟିଏ ସ୍ୱର୍ଣ୍ଣ ଏବଂ ପାରା ଜୁଡୋରେ ୧ ଟି ବ୍ରୋଞ୍ଜ ପଦକ ସହିତ ୨ ଟି ପଦକ ଜିତିଛି । ପ୍ରଥମ ଥର ପାଇଁ ପାରାଲିମ୍ପିକ୍ ଗେମ୍ସରେ ଭାରତ ଏତେ ସ୍ୱର୍ଣ୍ଣ ପଦକ ଜିତିଛି। ଏହାପୂର୍ବରୁ ଭାରତୀୟ ଖେଳାଳିମାନେ ଟୋକିଓ ପାରାଲିମ୍ପିକ୍ସରେ ୫ ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ପାରାଲିମ୍ପିକ୍ ଗେମ୍ସରେ ଏପର୍ଯ୍ୟନ୍ତ ଭାରତ ନିଜର ସର୍ବୋତ୍ତମ ପ୍ରଦର୍ଶନ କରି ପୂର୍ବ ରେକର୍ଡଗୁଡିକୁ ଭାଙ୍ଗିଛି। ଏହାପୂର୍ବରୁ ପାରାଲିମ୍ପିକ ଗେମ୍ସରେ ଭାରତର ସର୍ବୋତ୍ତମ ପ୍ରଦର୍ଶନ ଟୋକିଓରେ ହୋଇଥିଲା। ୨୦୨୦ ଟୋକିଓ ପାରାଲିମ୍ପିକ୍ସରେ ଭାରତ ୧୯ ପଦକ ଜିତିଥିଲା। ଏଥିରେ ଥିଲା ୫ ଟି ସ୍ୱର୍ଣ୍ଣ, ୮ ଟି ରୌପ୍ୟ ଏବଂ ୬ ଟି ବ୍ରୋଞ୍ଜ ପଦକ ମୋଟ ୧୯ ଟି ପଦକ ସହିତ ୨୪ ତମ ସ୍ଥାନରେ ଏହାର ଯାତ୍ରା ଶେଷ କରିଥିଲା।












Click it and Unblock the Notifications