ପ୍ୟାରିସ୍‌ ପାରାଲିମ୍ପିକ୍ସ ୨୦୨୪: ରୁବିନା ଫ୍ରାନ୍ସିସ୍‌ଙ୍କୁ ବ୍ରୋଞ୍ଜ

ପ୍ୟାରିସ୍‌ରେ ଅନୁଷ୍ଠିତ ପାରାଲିମ୍ପିକ୍ସ ୨୦୨୪ରେ ଶନିବାର ଭାରତ ପାଇଁ ପଞ୍ଚମ ପଦକ ବିଜୟୀ ହୋଇଛନ୍ତି ପିସ୍ତଲ ଶୁଟର ରୁବିନା ଫ୍ରାନ୍ସିସ୍‌ । ଏସ୍‌ଏଚ୍‌୧ ବର୍ଗର୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ରୁବିନା ୨୧୧.୧ ପଏଣ୍ଟ ସ୍କୋର କରିବା ସହ ବ୍ରୋଞ୍ଜ ପଦକ ହାତେଇଥିଲେ । ଚଳିତ ସଂସ୍କରଣରେ ଶୁଟିଂରେ ଏହା ଭାରତର ଚତୁର୍ଥ ପଦକ। ପୂର୍ବରୁ ଅଭନି ଲେଖରା, ମୋନା ଅଗ୍ରଓ୍ବାଲ ଓ ସୁମିତ ନରଓ୍ବାଲ ପଦକ ବିଜୟୀ ହୋଇଥିଲେ ।

୮ଜଣ ଶୁଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ରୁବିନା ଚମତ୍କାର ପ୍ରଦର୍ଶନ କରିଥିଲେ। ୧୮ ତମ ରାଉଣ୍ଡ ପର୍ଯ୍ୟନ୍ତ ରୁବିନା ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେବେ ୧୯ ଓ ୨୦ ତମ ଶଟ୍‌ରେ ରୁବିନା ତୃତୀୟ ସ୍ଥାନକୁ ଖସି ଆସିଥିଲେ। ଏହି ଦୁଇ ଶଟ୍‌ରେ ସେ ୯.୮ ଓ ୮.୯ ପଏଣ୍ଟ ସ୍କୋର କରିଥିଲେ । ତୁର୍କୀର ଓଜଗାନ ଅୟସେଲ ୨୩୧.୬ ପଏଣ୍ଟ ସହ ରୌପ୍ୟ ଓ ଇରାନର ଜାଭନାମର୍ଡି ସାରେହ ୨୩୬.୮ ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

Bronze to Rubina Francis

ଏସ୍‌ଏଚ୧ ବର୍ଗରେ ଆଥଲେଟ ନିଜର ବନ୍ଧୁକ ଧରି ପାରୁଥିଲେ ମଧ୍ୟ ଭିନ୍ନକ୍ଷମତା କାରଣରୁ ହ୍ବିଲଚେୟାର କିମ୍ବା ଚେୟାରରେ ବସି ଶୁଟ କରିଥାନ୍ତି। ପୂର୍ବରୁ ୬ ନମ୍ବର ସ୍ଥାନରେ ରହି ରୁବିନା ଫାଇନାଲକୁ ଉନ୍ନୀତ ହୋଇଥିଲେ। ରୁବିନା ୫୫୬ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିଲେ । ଏହା ମଧ୍ୟରେ ସେ ୧୩ ଥର ଇନର ୧୦ ସ୍କୋର କରିଥିଲେ। ଇରାନର ଜାଭନାମର୍ଡି ସାରେହ ୫୭୦ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+