ଆଜିଠୁ ପାରାଲିମ୍ପିକ୍ସ: ୫୪୯ ପଦକ, ୪୪୦୦ ଆଥଲେଟ୍‌

ପ୍ୟାରିସ୍‌ ୨୦୨୪ ପାରାଲିମ୍ପିକ୍ସ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଏହି କ୍ରୀଡା ମହାକୁମ୍ଭ ଆୟୋଜିତ ହେବ। ପ୍ୟାରିସ୍‌ରେ ୧୧ଦିନ ବ୍ୟାପୀ ହେବାକୁ ଥିବା ଏହି ଇଭେଣ୍ଟରେ ୨୨ଟି କ୍ରୀଡ଼ା ବର୍ଗର ସମୁଦାୟ ୫୪୯ ପଦକ ପାଇଁ ୪୪୦୦ ଆଥଲେଟ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଭାରତୀୟ ଭିନ୍ନକ୍ଷମ କ୍ରୀଡ଼ା ଇତିହାସର ସର୍ବବୃହତ୍ ୮୪ ଜଣିଆ ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏଥର ଭାରତୀୟ ପ୍ରତିଯୋଗୀମାନେ ୩ଟି ଅଧିକ ଅର୍ଥାତ୍ ୧୨ଟି କ୍ରୀଡ଼ାରେ ଭାଗନେବେ । ସୁଟର ମନୀଷ ନରୱାଲ୍, ସଟଲର୍ କ୍ରୀଷ୍ଣା ନାଗର, ଧାବିକା ଦୀପ୍ତି ଜୀବନଜୀ, ବ୍ୟାଡମିଣ୍ଟନ୍ ତାରକା ସୁହାସ ୟତିରାଜ, ତୀରନ୍ଦାଜ ଶୀତଲ ଓ ହରବିନ୍ଦର ସିଂହ ପ୍ରମୁଖ ସ୍ବର୍ଣ୍ଣ ଦୌଡ଼ରେ ରହିବେ।

ପ୍ୟାରିସ୍‌ରେ ଥିବା ଐତିହାସିକ ପ୍ଲେସ୍‌ ଡି ଲା କନ୍‌କର୍ଡ ଯେଉଁଠାରେ ସ୍କେଟ୍‌ ବୋର୍ଡିଂ, ବ୍ରେକିଙ୍ଗ ଓ ୩ ଏ ସାଇଡ ବାସ୍କେଟବଲ ଭଳି ଇଭେଣ୍ଟ ଆୟୋଜିତ ହୋଇଥିଲା, ସେଠାରେ ପାରାଲିମ୍ପିକ୍ସର ଉଦ୍‌ଘାଟନୀ ସମାରୋହ ଆୟୋଜନ ହେବ। ସେହିପରି ଚେଟାଉ ଡ ଭର୍ସାଲିସ୍‌ ଷ୍ଟାଡିୟମରେ ପାରା ଇକ୍ୱେଷ୍ଟ୍ରେନ୍‌, ହ୍ବିଲ ଚେୟାର ଫେନ୍‌ସିଂ ଓ ପାରା ଆର୍ଚେରୀ ଭଳି ଇଭେଣ୍ଟ ଆୟୋଜନର କାର୍ଯ୍ୟକ୍ରମ ରହିଛି। ଆଇଫେଲ ଟାଓ୍ବାର ନିକଟରେ ଥିବା ଭେନ୍ୟୁରେ ଦୃଷ୍ଟିବାଧିତ ଫୁଟବଲ ଖେଳାଯିବ। ଏହି ଇଭେଣ୍ଟରେ ପ୍ରତି ଟିମ୍‌ରେ ୫ ଜଣ ଲେଖାଏ ଖେଳାଳି ରହିବେ।

Paris Paralympics 2024

ପ୍ୟାରିସ୍‌ ବିଶ୍ୱର ଅନ୍ୟତମ ସୁନ୍ଦର ସହର ହୋଇଥିବାବେଳେ ପାରା ଆଥଲେଟମାନଙ୍କୁ ଏଠାରେ ଅଂଶଗ୍ରହଣ କରିବାରେ ଏକ ଅନନ୍ୟ ଅଭିଜ୍ଞତା ମିଳିବ ବୋଲି ପାରା ଟ୍ରାୟାଥ୍ଲନ ଚାମ୍ପିୟନ ମତ ଦେଇଛନ୍ତି। ଚଳିତ ପାରାଲିମ୍ପିକ୍ସରେ ଦୃଷ୍ଟିବାଧିତ ଖେଳାଳିଙ୍କ ପାଇଁ ଗୋଲ୍‌ ବଲ ଓ ବୋକିଆ ନାମରେ ଦୁଇଟି ଇଭେଣ୍ଟ ସାମିଲ କରାଯାଇଛି। ସେହିପରି ଟୋକିଓ ପାରାଲିମ୍ପିକ୍ସ ତୁଳନାରେ ମହିଳାଙ୍କ ପାଇଁ ୧୦ଟି ଇଭେଣ୍ଟ ପ୍ରଥମ ଥର ସାମିଲ କରାଯାଇଛି। ମହିଳାଙ୍କୁ ଅଧିକ ସୁଯୋଗ ଦେବା ଲକ୍ଷ୍ୟରେ ଏଭଳି କରାଯାଇଥିବା ପ୍ରକାଶ କରିଛନ୍ତି ଆଲେକ୍ସିସ୍‌ ହାନକ୍ୱିକ୍ୱାଣ୍ଟ।
ପ୍ୟାରିସ୍‌ ପାରାଲିମ୍ପିକ୍ସ ୨୦୨୪ର ମଶାଲ ଯାତ୍ରା ଶନିବାର ଆରମ୍ଭ ହୋଇଥିଲା। ପାରାଲିମ୍ପିକ୍ସ ଗେମ୍ସର ଜନ୍ମସ୍ଥଳୀ କୁହାଯାଉଥିବା ଷ୍ଟୋକ୍‌ ମାଣ୍ଡେଭିଲେରେ ମଶାଲରେ ଅଗ୍ନି ସଂଯୋଗ କରାଯାଇଥିଲା। ମଶାଲଟି ଇଂଲିଶ ଚ୍ୟାନେଲ ଅତିକ୍ରମ କରି ୪ ଦିନ ପରେ ପ୍ୟାରିସ୍‌ରେ ପହଞ୍ଚିବ। ମଶାଲ ରୁଟ୍‌ରେ ଆଟ୍‌ଲାଣ୍ଟିକ୍‌ ସାଗର, ଭୂମଧ୍ୟସାଗର ସହିତ ପାଇରିନିସ୍‌ ଓ ଆଲ୍‌ପସ ପର୍ବତମାଳା ଭଳି ସ୍ଥାନ ରହିବ। ଏହାସହିତ ପାରାଲିମ୍ପିକ୍ସର ୧୧ ଦିନ ଯାକ ଅଲିମ୍ପିକ୍ସ ମଶାଲ ପ୍ୟାରିସ୍‌ ସହର ଉପରେ ଏକ ଉତ୍ତପ୍ତ ବେଲୁନ୍‌ ସାହାଯ୍ୟରେ ଉଡ଼ିବ। ବୁଧବାର ମଶାଲ ପହଞ୍ଚିବା ପରେ ପ୍ୟାରିସ୍‌ ପାରାଲିମ୍ପିକ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଚଳିତ ପାରାଲିମ୍ପିକ୍ସରେ ଏକାଧିକ ଆଥଲେଟଙ୍କ ପାଇଁ ନିଜ ଟାଇଟଲ ଡିଫେଣ୍ଡ କରିବାର ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ। ଭାରତୀୟ ପାରା ଶୁଟର ଅବନୀ ଲେଖାରା ଏହି ତାଲିକାରେ ସାମିଲ ଅଛନ୍ତି। ଏକମାତ୍ର ଭାରତୀୟ ଭାବରେ ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିଥିବା ଅବନୀଙ୍କୁ ଏସ୍‌ଏଚ୍‌-୧ ବର୍ଗରେ ନିଜ ସ୍ବର୍ଣ୍ଣ ପଦକ ଡିଫେଣ୍ଡ କରିବାକୁ ହେବ। ଅନ୍ୟ ଖେଳାଳିଙ୍କ ମଧ୍ୟରେ ଆମେରିକାର ଓକସାନା ମଷ୍ଟର୍ସ ନିଜ ଟାଇଟଲ ଡିଫେଣ୍ଡ କରିବାକୁ ପ୍ରୟାସ କରିବେ। ନିଜ କ୍ୟାରିୟରରେ ୭ ସ୍ବର୍ଣ୍ଣ ସହ ୧୭ ପାରାଲିମ୍ପିକ୍ସ ପଦକ ଜିତି ସାରିଥିବା ଏହି ଆଥଲେଟଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଇଜିପ୍ଟର ପାରା ଶକ୍ତି ଉତ୍ତୋଳକ ଶେରିଫ୍‌ ଓସମାନ ଚତୁର୍ଥ ଓ ଇଟାଲିଆନ୍‌ ଫେନ୍ସର ବେବେ ଭିଓ କ୍ରମାଗତ ତୃତୀୟ ସ୍ବର୍ଣ୍ଣ ପଦକ ଲକ୍ଷ୍ୟରେ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+