Paris Olympics 2024: ହକିରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ
Paris Olympics 2024:ପ୍ୟାରିସ ଅଲିମ୍ପିକ୍ସ ହକିରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ଗ୍ରୁପ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲ୍ରେ ହରାଇଲା ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷ ହକି ମୁକାବିଲାକୁ ଟିମ ଇଣ୍ଡିଆ ୩-୨ ଗୋଲରେ ଜିତି ନେଇଛି । ଆରମ୍ଭରୁ ଗୋଟିଏ ଗୋଲ ପଛରେ ରହିଥିଲେ ମଧ୍ୟ ଭାରତୀୟ ଖେଳାଳିମାନେ ଶୃଙ୍ଖଳିତ ପ୍ରଦର୍ଶନ କରି ମ୍ୟାଚକୁ ଜିତି ନେଇଥିଲେ ।

ମନଦୀପ ସିଂ,ବିବେକ ସାଗର ଓ ହରମନପ୍ରୀତ ଭାରତ ପକ୍ଷରୁ ଗୋଲ ସ୍କୋର କରିଥିଲେ । ଆଜି ପ୍ୟାରିସ ଅଲିମ୍ପିକ୍ସର ପ୍ରଥମ ଦିବସ ଭାରତକୁ ମିଶ୍ରିତ ଫଳ ପ୍ରଦାନ କରିଛି । ଶୁଟିଂରେ ମନୁ ଭାକର ଫାଇନାଲରେ ପ୍ରବେଶ କରିବା ପରେ ବ୍ୟାଡମିଂଟନ ଏବଂ ହକିରେ ଭାରତ ବିଜୟ ହାସଲ କରିଛି ।












Click it and Unblock the Notifications