ପ୍ୟାରିସ ଅଲିମ୍ପିକ୍ସ ; ଶୁଟିଂରେ ନିରାସ ହେଲା ଭାରତ
ପ୍ୟାରିସ ଅଲିମ୍ପିକ୍ସରୁ ନୈରାସ୍ୟଜନକ ଖବର ଆସିଛି। ଶୁଟିଂରେ ଭାରତୀୟ ଟିମକୁ ନିରାସ ହେବାକୁ ପଡ଼ିଛି। ଫାଇନାଲରେ ପ୍ରବେଶ କରି ପାରିଲେନି ରମିତା ଜିନ୍ଦଲ ଓ ଅର୍ଜୁନ ବବୁତା ଯୋଡ଼ି।

ଆଜି ଦିନ 12ଟା 30ରେ ପ୍ରଥମେ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ଯୋଗ୍ୟତା ମ୍ୟାଚ୍ ଆରମ୍ଭ ହୋଇଥିଲା। ରମିତା ଜିନ୍ଦଲ-ଅର୍ଜୁନ ବବୁତା ଯୋଡି ପଦକ ରେସରୁ ବାଦ୍ ପଡ଼ି ଯାଇଛନ୍ତି। ଏହି ଯୋଡ଼ି 628.7 ସ୍କୋର ହାସଲ କରିଛନ୍ତି।
ଭାରତୀୟ ଦଳର ଯୋଡି ରମିତା-ଅର୍ଜୁନ ଷଷ୍ଠ ସ୍ଥାନରେ ଥିବାବେଳେ ଏଲାବେନିଲ-ସନ୍ଦୀପ ଦ୍ୱାଦଶ ସ୍ଥାନରେ ରହିଛନ୍ତି। ଉଭୟ ଭାରତୀୟ ଦଳ ପଦକ ଦୌଡ଼ରୁ ବାଦ ପଡିଥିଲେ ମଧ୍ୟ ପିସ୍ତଲ ଇଭେଣ୍ଟ ଉପରେ ନଜର ରହିଛି।
ତେବେ ଆଜିଠାରୁ ପ୍ୟାରିସ୍ ଅଲିମ୍ପିକ୍ସ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭାରତ ବ୍ୟାଡମିଣ୍ଟନ୍, ବକ୍ସିଂ, ହକି ସମେତ ମୋଟ ସାତୋଟି କ୍ରୀଡ଼ାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।












Click it and Unblock the Notifications