Paris Olympics 2024: ସେମିରେ ହାରିଲେ ଲକ୍ଷ୍ୟ ସେନ, ବ୍ରୋଞ୍ଚ ପଦକ ପାଇଁ ଖେଳିବେ

ବିଶ୍ୱର ଦୁଇ ନମ୍ବର ସିଡ୍‌ ତଥା ଡେନମାର୍କର ଷ୍ଟାର ଭିକ୍ଟର ଆକ୍ସେଲସେନ ସହ କଡ଼ା ଲଢ଼େଇ କରି ହାରି ଯାଇଛନ୍ତି ଭାରତର ଲକ୍ଷ୍ୟ ସେନ। ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଏକକ ବ୍ୟାଡମିଣ୍ଟନ ସେମି ଫାଇନାଲ ମ୍ୟାଚ୍‌ରେ ହାରି ଲକ୍ଷ୍ୟ ସମସ୍ତଙ୍କୁ ନିରାଶ କରିଛନ୍ତି।

ସେ ଭିକ୍ଟରଙ୍କ ଠାରୁ ୦-୨ରେ ହାରି ଯାଇଛନ୍ତି। ଭିକ୍ଟର ୨୨-୨୦ ଓ ୨୧-୧୪ରେ ତାଙ୍କୁ ହରାଇ ଦେଇଛନ୍ତି। ସେମି ଫାଇନାଲରେ ଲକ୍ଷ୍ୟ ପରାସ୍ତ ହୋଇଥିଲେ ହେଁ ଭାରତର ପଦକ ଆଶା ତାଙ୍କ ଠାରୁ ଶେଷ ହୋଇନାହିଁ। ଏବେ ସେ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବେ। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଲକ୍ଷ୍ୟ ଓ ମାଲେସିୟାର ଲି ଜି ଜିଆଙ୍କ ମଧ୍ୟରେ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ ହେବ।

ପ୍ୟାରିସ ଅଲିମ୍ପିକ୍ସରେ ଏଯାଏ ଦମ ଦେଖାଇଥିବା ୨୨ ବର୍ଷୀୟ ଲକ୍ଷ୍ୟ ସେନ ଆଜି ମଧ୍ୟ ନିଜ ପ୍ରତିଭାର ଯାଦୁ ଦେଖାଇଥିଲେ। ଭିକ୍ଟର ଟପ୍‌ ସିଡ୍‌ ହୋଇଥିଲେ ହେଁ ପ୍ରଥମ ସେଟରେ ଲକ୍ଷ୍ୟ ତାଙ୍କୁ ପାଣି ପିଆଇ ଦେଇଥିଲେ। ପ୍ରଥମ ସେଟରେ ଲକ୍ଷ୍ୟଙ୍କୁ ୩ଟି ଗେମ ପଏଣ୍ଟ ମିଳିଥିଲେ ହେଁ ସେ ସୁଯୋଗ ହାତ ଛଡ଼ା କରିଥିଲେ।

Paris Olympics

ଏଥିସହ ୧୫-୧୧ ପଛରେ ଥିବା ଭିକ୍ଟର ଆକ୍ସେଲସେନ ଜବରଦସ୍ତ କମବ୍ୟାକ କରିଥିଲେ। ଏପରି କି ପ୍ରଥମ ସେଟକୁ ମଧ୍ୟ ୨୨-୨୧ରେ ଜିତି ଲକ୍ଷ୍ୟଙ୍କୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ଦ୍ୱିତୀୟ ସେଟରେ ଲକ୍ଷ୍ୟ ୭-୦ରେ ଆଗରେ ରହିଥିଲେ। ଭିକ୍ଟର ପୁଣି ଜବରଦସ୍ତ କମବ୍ୟାକ କରି ସ୍ଥିତି ୧୦-୧୦ କରି ଦେଇଥିଲେ। ତେବେ ଲକ୍ଷ୍ୟ ଦ୍ୱିତୀୟ ସେଟରୁ ପ୍ରଥମ ହାଫକୁ ୧୧-୧୦ରେ ଜିତି ନେଇଥିଲେ।

ଦ୍ୱିତୀୟ ସେଟର ପ୍ରଥମ ହାଫ ପରେ ଲକ୍ଷ୍ୟଙ୍କ ଲୟକୁ ଭିକ୍ଟର ପୂରା ବଦଳାଇ ଦେଇଥିଲେ। ସେ ଆଟାକ କରି ଲକ୍ଷ୍ୟଙ୍କୁ ପୂରା ଧରାଶାୟୀ କରିଥିଲେ। ଶେଷରେ ୨୧-୧୪ରେ ସେଟ ସହ ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି। ପୂରା ମ୍ୟାଚ୍‌ ୫୪ ମିନିଟ ଧରି ଚାଲିଥିଲା।

ପ୍ୟାରିସ ଅଲିମ୍ପିକ୍ସରେ ଲକ୍ଷ୍ୟ ସେନଙ୍କୁ ଛାଡ଼ି ଭାରତର ଅନ୍ୟ ସମସ୍ତ ବ୍ୟାଡମିଣ୍ଟନ ଖେଳାଳି ବିଦାୟ ନେଇଛନ୍ତି। ତେଣୁ ଲକ୍ଷ୍ୟ ସେନଙ୍କ ଠାରୁ ଭାରତ ଅତିକମରେ ବ୍ରୋଞ୍ଜ ପଦକର ଆଶା ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+