ପ୍ୟାରିସ ଅଲିମ୍ପିକ୍ସ 2024: ରେସଲର ଅମାନ ସେହରାୱତଙ୍କୁ ବ୍ରୋଞ୍ଜ ପଦକ

ଭାରତୀୟ ରେସଲର ଅମନ ସେହରାୱତ ଭାରତ ପାଇଁ ଏକ ବଡ଼ ଖବର ଆଣିଛନ୍ତି। 57 କିଲୋଗ୍ରାମ ଓଜନ ବର୍ଗରେ ଅମନ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି | ପୁଏର୍ତୋ ରିକୋ ରେସଲର ଡାରିଆନ୍ ଟୋଇ କ୍ରୁଜଙ୍କୁ 13-5 ରେ ପରାସ୍ତ କରି ଅମାନ ବ୍ରୋଞ୍ଜ ପଦକ ଜିତିଥିଲେ ।

ପ୍ୟାରିସ୍ ଅଲିମ୍ପିକ୍ସରେ କୁସ୍ତିରୁ ଏହା ଭାରତର ପ୍ରଥମ ପଦକ ।କୁସ୍ତିରେ ଭାରତ ପଦକ ଖୋଜୁଥିଲା, ଯାହା ଅମନ ପୂରଣ କରିଛନ୍ତି । 5 ବ୍ରୋଞ୍ଚ, ଏକ ରୋପ୍ୟ ସହ ଭାରତର 6 ପଦକ ରହିଛି ।

ରେସଲର ଅମାନ ସେହରାୱତ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ପ୍ୟାରିସ ଅଲିମ୍ପିକ୍ସ 2024 ର ବ୍ରୋଞ୍ଜ ପଦକ ମ୍ୟାଚ ଜିତିଛନ୍ତି । ପୁଏର୍ତୋ ରିକୋର କ୍ରୁଜ୍ ବିପକ୍ଷରେ ଚମତ୍କାର ପ୍ରଦର୍ଶନ ସହିତ ଅମାନ ଏହି ପଦକ ଜିତିଥିଲେ ।

Wrestler Aman Sehrawat wins bronze

ଅମନ ନାମରେ ଅନେକ ବଡ଼ ସଫଳତା

2003 ରେ ଜନ୍ମ ହୋଇଥିବା ଅମନ ଜଣେ ଫ୍ରିଷ୍ଟାଇଲ୍ ରେସଲର ଯିଏ ଅନେକ ବଡ଼ ସଫଳତା ହାସଲ କରିଛନ୍ତି । ସେ 2021 ରେ ଜାତୀୟ ଚାମ୍ପିଅନସିପରେ ତାଙ୍କର ପ୍ରଥମ ଟାଇଟଲ୍ ଜିତିଥିଲେ । 2022 ମସିହାରେ, ସେ ଏସୀୟ ଗେମ୍ସରେ 57 କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ । ପରବର୍ତ୍ତୀ ବର୍ଷ ସେ କାଜାଖସ୍ତାନରେ ଚାଲିଥିବା ଏସୀୟ ରେସଲିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+