Get Updates
Get notified of breaking news, exclusive insights, and must-see stories!

ପ୍ୟାରିସ ଅଲିମ୍ପିକ୍ସ ୨୦୨୪: କେଉଁ ଦେଶ ଜିତିଲା କେତେ ପଦକ? ଭାରତ କେତେ ନମ୍ବରରେ ?

ଉଦଯାପିତ ହେଲା ପ୍ୟାରିସ ଅଲିମ୍ପିକ୍ସ ୨୦୨୪ । ବାଜି ମାରିଛି ଆମେରିକା । ଅଲିମ୍ପିକ୍ସ-୨୦୨୪ରେ ସର୍ବାଧିକ ପଦକ ବିଜୟୀ ହୋଇ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛି ଆମେରିକା । ଏକମାତ୍ର ଦେଶ ଭାବରେ ଆମେରିକା ପଦକ ହାସଲ କରିବାରେ ଶତକ ଅର୍ଜନ କରିଛି । ତେବେ ଆଉ କେଉଁ ଦେଶକୁ କେତେ ପଦକ ମିଳିଛି? କେତେ ନମ୍ବରରେ ଅଛି ଭାରତ? ଆସନ୍ତୁ ଜାଣିବା...

ଆମେରିକାକୁ ସର୍ବାଧିକ ୧୨୬ଟି ପଦକ

ପ୍ୟାରିସ ଅଲିମ୍ପିକ୍ସ-୨୦୨୪ ସିଜନରେ ଆମେରିକାକୁ ସର୍ବାଧିକ ୧୨୬ଟି ପଦକ ହାସଲ ହୋଇଛି । ଏଥିରେ ୪୦ଟି ସ୍ୱର୍ଣ୍ଣ ପଦକ ରହିଥିବା ବେଳେ ୪୪ଟି ରୌପ୍ୟ ଏବଂ ୪୨ଟି ବ୍ରୋଞ୍ଜ ପଦକ ହାସଲ କରିଛି ଆମେରିକା । ଏହାପରେ ଦ୍ୱିତୀୟ ସ୍ଥାନରେ ଚୀନ ୪୦ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୯୧ଟି ପଦକ ନିଜ ନାମରେ କରିଛି । ସ୍ୱର୍ଣ୍ଣ ବ୍ୟତୀତ ୨୭ଟି ରୌପ୍ୟ ଏବଂ ୨୪ଟି କାଂସ୍ୟ ପଦକ ବିଜୟୀ ହୋଇଛି ଚୀନ । ଏହାପରେ ମୋଟ ୪୭ଟି ପଦକ ସହିତ ତୃତୀୟ ସ୍ଥାନ ଅଧିକାର କରିଛି ଜାପାନ । ଅଲିମ୍ପିକ୍ସରେ ୨୦ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଜାପାନ ହାତରେ ୧୨ଟି ରୌପ୍ୟ ଏବଂ ୧୩ଟି କାଂସ୍ୟ ପଦକ ମଧ୍ୟ ଲାଗିଛି । ତେବେ ଭାରତ ଚଳିତ ଅଲିମ୍ପିକ୍ସରେ ମାତ୍ର ୬ଟି ପଦକ ନିଜ ନାମରେ କରିବାରେ ସଫଳ ହୋଇଛି । ଏହି ତାଲିକାରେ ଗୋଟିଏ ରୌପ୍ୟ ପଦକ ରହିଥିବା ବେଳେ ୫ଟି ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ । ତେବେ କୌଣସି ଖେଳରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ପାରି ନଥିବାରୁ ପଦକ ବିଜୟୀ ତାଲିକାରେ ଭାରତ ୭୧ତମ ସ୍ଥାନରେ ରହିଛି । ଏହା ଭାରତୀୟ କ୍ରୀଡ଼ାବିିତ୍ ତଥା ଭାରତର ସମସ୍ତ ନାଗରିକଙ୍କୁ ନିରାଶ କରିଛି ।

Paris Olympics 2024

ସେହିପରି ଚତୁର୍ଥ ସ୍ଥାନରେ ଅଷ୍ଟ୍ରେଲିଆ ମୋଟ ୫୩ଟି ପଦକ ହାସଲ କରିଛି । ଏଥିରେ ୧୮ଟି ସ୍ୱର୍ଣ୍ଣ, ୧୯ଟି ରୌପ୍ୟ ଏବଂ ୧୬ଟି କାଂସ୍ୟ ପଦକ ସାମିଲ ରହିଛି । ଏହାବ୍ୟତୀତ ଫ୍ରାନ୍ସ ୧୬ଟି ସ୍ୱର୍ଣ୍ଣ, ୨୬ଟି ରୌପ୍ୟ ଏବଂ ୨୨ଟି କାଂସ୍ୟ ପଦକ ସହ ୬୪ଟି ପଦକ ନିଜ ନାମରେ କରିଛି । ତେବେ ଜାପାନ ଅପେକ୍ଷା ଅଧିକ ପଦକ ହାସଲ କରିଥିଲେ ମଧ୍ୟ ସ୍ୱର୍ଣ୍ଣ ପଦକ ତୁଳନାରେ କମ୍ ରହିଥିବାରୁ ଚତୁର୍ଥ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ।

ତେବେ ୧୦ ବା ୧୦ରୁ କମ୍ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଦେଶମାନଙ୍କ ମଧ୍ୟରେ ୧୧ଟି ଦେଶ ନାମ ସାମିଲ ରହିଛି । ଏହି ତାଲିକାରେ ୧୫ଟି ସ୍ୱର୍ଣ୍ଣ, ୭ ରୌପ୍ୟ ଏବଂ ୧୨ଟି କାଂସ୍ୟ ପଦକ ସହ ମୋଟ ୩୪ଟି ପଦକ ହାସଲ କରି ଷଷ୍ଠ ସ୍ଥାନରେ ରହିଛି ନେଦରଲାଣ୍ଡ । ଏହାପରେ ୬୫ଟି ପଦକ(୧୪ ସ୍ୱର୍ଣ୍ଣ, ୨୨ଟି ରୌପ୍ୟ ଏବଂ ୨୯ଟି କାଂସ୍ୟ) ସହ ଗ୍ରେଟ ବ୍ରିଟେନ୍ ସପ୍ତମ ସ୍ଥାନରେ ରହିଛି । କୋରିଆ ୩୨ଟି ପଦକ ହାସଲ କରି ଅଷ୍ଟମ ସ୍ଥାନରେ ରହିଛି । କୋରିଆର ଖେଳାଳି ଦମଦାର ପ୍ରଦର୍ଶନ କରି ୧୩ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଏବଂ ୧୦ଟି କାଂସ୍ୟ ପଦକ ଉପରେ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି ।

ଇଟାଲୀ ୧୨ଟି ସ୍ୱର୍ଣ୍ଣ, ୧୩ ରୌପ୍ୟ ଏବଂ ୧୫ଟି କାଂସ୍ୟ ପଦକ ସହ ମୋଟ ୪୦ଟି ପଦକ ବିଜୟୀ ହୋଇ ନବମ ସ୍ଥାନ ଅଧିକାର କରିଛି । ଏହାବ୍ୟତୀତ ଜର୍ମାନୀ ମୋଟ ୩୩ଟି ପଦକ ସହିତ ଏହି ତାଲିକାର ଦଶମ ସ୍ଥାନରେ ରହିଛି । ଜର୍ମାନୀ ୧୨ଟି ସ୍ୱର୍ଣ୍ଣ ବିଜୟୀ ହୋଇଥିବା ବେଳେ ୧୩ଟି ରୌପ୍ୟ ଏବଂ ୮ଟି କାଂସ୍ୟ ପଦକ ହାସଲ କରିଛି । ନ୍ୟୁଜିଲାଣ୍ଡ ମଧ୍ୟ ୧୦ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଏବଂ ୩ଟି କାଂସ୍ୟ ପଦକ ସହ ଦ୍ୱାଦଶ ସ୍ଥାନରେ ପହଞ୍ଚିଛି ।

71ତମ ସ୍ଥାନରେ ରହି ଅଭିଯାନ ଶେଷ କଲା ଭାରତ :-

ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତର ପ୍ରଦର୍ଶନ ସେତେଟା ଭଲ ନଥିଲା । କେବଳ ଗୋଟିଏ ରୌପ୍ୟ ଏବଂ 5ଟି ବ୍ରୋଞ୍ଜ ସହିତ ମୋଟ 6ଟି ପଦକ ଜିତି ପଦକ ତାଲିକାରେ 71 ମସ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଛି ଭାରତ । ପ୍ୟାରିସ୍ ଅଲିମ୍ପିକ୍ସରେ ମୋଟ 206 ଦେଶ ଅଂଶଗ୍ରହଣ କରିଥିବା ବେଳେ ସେଥ୍ରୁ ସମୁଦାୟ 91ଟି ଦେଶ କିଛି ନା କିଛି ପଦକ ଜିତିଛନ୍ତି । ଏହି 91ଟି ଦେଶ ପଦକ ଟ୍ୟାଲିରେ 82ଟି ସ୍ଥାନରେ ରହିଛନ୍ତି । ଯେଉଁଥିରେ ଭାରତ 71ତମ ସ୍ଥାନରେ ରହିଛି । କେବଳ ଗୋଟିଏ ପଦକ ପାଇ ପାକିସ୍ତାନ ମଧ୍ୟ ଭାରତ ଠାରୁ ଊର୍ଦ୍ଧ୍ବରେ 62ତମ ସ୍ଥାନରେ ରହିଛି । କାରଣ ଜାଭେଲିନ ଥ୍ରୋ ଇଭେଣ୍ଟରେ ପାକିସ୍ତାନ ସ୍ୱର୍ଣ୍ଣ ପଦକ ହାସଲ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+