Paris Olympics 2024: ପ୍ୟାରିସ ଅଲିମ୍ଫିକ୍ସ ୨୦୨୪ ର ଉଦଘାଟନୀ ସମାରୋହ ଆରମ୍ଭ

ପ୍ୟାରିସ ଅଲିମ୍ଫିକ୍ସ ୨୦୨୪ ର ଉଦଘାଟନୀ ସମାରୋହ ଆରମ୍ଭ ହୋଇଛି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରମ୍ ଉପସ୍ଥିତ ଅଛନ୍ତି । ଗୋଟିଏ ପରେ ଗୋଟିଏ ଦେଶର ପ୍ରତିଯୋଗୀ ଡଙ୍ଗାରେ ଆସି ପହଞ୍ଚୁଛନ୍ତି ।

Paris Olympics 2024

ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଏହା ୩୩ତମ ସଂସ୍କରଣ । ୧୯୦୦ରେ ପ୍ୟାରିସରେ ଅଲିମ୍ପିକ୍ସର ୨ୟ ସଂସ୍କରଣ ଅନୁଷ୍ଠିତ ହୋଇଥିବା ବେଳେ ୧୯୨୪ରେ ୨ୟ ଥର ପ୍ୟାରିସ୍ ସହରରେ ଅଲିମ୍ପିକ୍ସ ଅନୁଷ୍ଠିତ ହୋଇଥିଲା। ଏହାର ଶହେ ବର୍ଷ ପରେ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରୁଛି । ଏଥିରେ ୧୭ ଦିନ ଧରି ୨୦୬ ଦେଶରୁ ପ୍ରାୟ ୧୦,୭୦୦ କ୍ରୀଡ଼ାବିତ୍ ୩୨ଟି କ୍ରୀଡ଼ାରେ ମୋଟ ୩୨୯ଟି ପଦକ ପାଇଁ ପ୍ରତିଯୋଗିତାରେ ମାତିବେ। ମୋଟ ୩୪ଟି କ୍ରୀଡ଼ାଙ୍ଗନରେ ପ୍ରତିଯୋଗିତା ହେବ ।

ହରିୟାଣାରୁ ସର୍ବାଧିକ ୨୫ ଆଥଲେଟ୍ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ବେଳେ ୧୮ ଜଣ ଆଥଲେଟଙ୍କ ସହ ଦ୍ବିତୀୟ ସ୍ଥାନରେ ପଞ୍ଜାବ ରହିଛି । ସେହିପରି ତୃତୀୟରେ ତାମିଲନାଡୁର ସର୍ବାଧିକ ୧୨ ଜଣ ଆଥଲେଟ୍ ଏଥିରେ ଭାଗ ନେବାକୁ ଯାଉଛନ୍ତି । ସେହିପରି ସିକ୍କିମ, ଗୋଆ, ଆସାମ, ବିହାରରୁ ସର୍ବନିମ୍ନ ଜଣେ ଲେଖାଏଁ କ୍ରୀଡାବିତ ଅଂଶଗ୍ରହଣ କରିବେ ।

ସେପଟେ ଚିତାକର୍ଷକ ହେବାକୁ ଯାଉଛି ଆଜିର ଉଦଘାଟନୀ ସମାରୋହ। ଭାଗ ନେବେ ୩ହଜାର ନୃତ୍ୟଶିଳ୍ପୀ। ପ୍ରଥମ ଥର ପାଇଁ ଷ୍ଟାଡିୟମ ଭିତରେ ନୁହେଁ, ପ୍ୟାରିସ ମଝି ଦେଇ ବହିଥିବା ସେନ୍ ନଦୀରେ ନୌକାରେ ଦେଶ ମାନଙ୍କର ପରେଡ୍ ଅନୁଷ୍ଠିତ ହେବ। ଭାରତ କଣ୍ଟିନଜେଣ୍ଟର ନେତୃତ୍ବ ନେଇ ଜାତୀୟ ପତାକା ଧରିବେ ଟେବଲ୍ ଟେନିସ୍ ଲିଜେଣ୍ଡ୍ ଅଚନ୍ତା ଶରତ କମଳ ଏବଂ ଷ୍ଟାର୍ ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ।

ଫ୍ରାନ୍ସ ରାଜଧାନୀରେ ଅଗଷ୍ଟ ୧୧ ଯାଏଁ ଅଲିମ୍ପିକ୍ସ ଆୟୋଜିତ ହେଉଥିବା ବେଳେ, ଏଥିରେ ୧୦ ହଜାର ୫ଶହ ଆଥଲେଟ୍ ଭାଗ ନେଉଛନ୍ତି। ଭାରତରୁ ଭାଗ ନେଉଛନ୍ତି ୧୧୭ ଜଣିଆ କଣ୍ଟିନଜେଣ୍ଟ। ସେଥିରେ ୪୭ ଜଣ ମହିଳା ଓ ୭୦ ପୁରୁଷ କ୍ରୀଡ଼ାବିତ୍ ଅଛନ୍ତି । ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ସର୍ବାଧିକ ୨୯ ଜଣ ଏବଂ ସୁଟିଂରେ ୨୧ ଜଣ ପ୍ରତିଦ୍ବନ୍ଦ୍ବିତା କରିବେ। ସେମାନଙ୍କ ସହ ୬୭ ଜଣ କୋଚ୍ ଓ ୭୨ ଜଣ ସପୋର୍ଟ ଷ୍ଟାଫ ମେମ୍ବର ଯାଇଛନ୍ତି ପ୍ୟାରିସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+