Paris Olympics 2024: ପ୍ରଥମ ଥର ପାଇଁ ଗୋଲ୍ଡ ଜିତିଲେ ଜୋକୋଭିଚ, ବନିଲେ ସବୁଠୁ ବୟସ୍କ ଖେଳାଳି
Paris Olympics 2024, Novak Djokovic Wins His First-Ever Gold In Olympics : ଅଲିମ୍ପିକ୍ସରେ ପ୍ରଥମ ଗୋଲ୍ଡ ଜିତିଲେ ଭେଟେରାନ ଟେନିସ ଖେଳାଳି ନୋଭାକ ଜୋକୋଭିଚ । ଚଳିତ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ପୁରୁଷ ଏକକ ଟେନିସ ଫାଇନାଲ ଇଭେଣ୍ଟରେ ଗୋଲ୍ଡ ଜିତି ରେକର୍ଡ କରିଛନ୍ତି । ସବୁଠୁ ବୟସ୍କ ଖେଳାଳି ଭାବେ ଟେନିସ ପୁରୁଷ ଏକକ ଫାଇନାଲରେ ଜିତିଲେ ଗୋଲ୍ଡ ପଦକ ।
ପୁରୁଷ ଏକକ ଟେନିସ ଫାଇନାଲ ଇଭେଣ୍ଟରେ ଗୋଲ୍ଡ ଜିତି ରେକର୍ଡ କରିଛନ୍ତି । ସବୁଠୁ ବୟସ୍କ ଖେଳାଳି ଭାବେ ଟେନିସ ପୁରୁଷ ଏକକ ଫାଇନାଲରେ ଜିତିଲେ ଗୋଲ୍ଡ ପଦକ ।
ପୁରୁଷ ଏକକ ଟେନିସ ଫାଇନାଲରେ ସେ ସ୍ପେନର କାର୍ଲୋସ ଆଲକରାଜଙ୍କୁ ୭-୬(୭-୩) ଓ ୭-୬(୭-୨)ରେ ହରାଇ ପ୍ୟାରିସ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ୩୭ ବର୍ଷୀୟ ଜୋକଭିଚ୍ ଟେନିସ ଇତିହାସର ସବୁଠାରୁ ବୟସ୍କ ଖେଳାଳି ଭାବେ ଅଲିମ୍ପିକ୍ସରେ ଚାମ୍ପିୟନ ହେବାର ରେକର୍ଡ କରିଛନ୍ତି । ସ୍ପେନର ତାରକା ତଥା ୱେମ୍ବଲଡନ ଚାମ୍ପିୟନ ଆଲକରାଜଙ୍କ ପାଖରେ ସର୍ବକନିଷ୍ଠ ଖେଳାଳି ଭାବେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାର ସୁଯୋଗ ହାତ ଛଡ଼ା କରିଛନ୍ତି । ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ଦୀର୍ଘ ୨ ଘଣ୍ଟା ୫୦ ମିନିଟ ଧରି ଦୁଇ ଖେଳାଳି ପରସ୍ପର ସହ ଲଢ଼େଇ କରିଥିଲେ । ତେବେ ଜୋକଭିଚ ଶେଷରେ ବାଜି ମାରି ନେଇଛନ୍ତି । ଉଭୟ ସେଟକୁ ସେ ଟ୍ରାଇ ବ୍ରେକରରେ ଜିତିଛନ୍ତି । ୱେମ୍ବଲଡନ ଫାଇନାଲରେ ଆଲକରାଜ ଦମଦାର ଢଙ୍ଗରେ ଜୋକଭିଚଙ୍କୁ ହରାଇଥିଲେ । ଆଜି ସେ ଏହାର ମଧୁର ପ୍ରତିଶୋଧ ମଧ୍ୟ ନେଇଛନ୍ତି ।
୫ମ ଥର ପାଇଁ ଅଲିମ୍ପିକ୍ସରେ ନଜର ଆସିଥିବା ଜୋକଭିଚ୍ ଏଯାଏ କେବଳ ୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ପାରିଥିଲେ । ୨୦୧୨ ଓ ୨୦୨୧ରେ ସେ ଯଥାକ୍ରମେ ଜୁଆନ ମାର୍ଟିନ ଡେଲ ପୋଟ୍ରୋ ଓ ପାବଲୋ କାରେନଥ ବୁଷ୍ଟାଙ୍କ ଠାରୁ ବ୍ରୋଞ୍ଜ ପଦକ ମ୍ୟାଚରେ ହାରିଥିଲେ । ୨୦୧୬ ରିଓ ଅଲିମ୍ପିକ୍ସରେ ଜୋକଭିଚ୍ଙ୍କୁ ପ୍ରଥମ ରାଉଣ୍ଡରେ ହିଁ ପୋଟ୍ରୋ ହରାଇ ଦେଇଥିଲେ । ହେଲେ ଏଥର ସେ ଇତିହାସ ବଦଳାଇଛନ୍ତି ।












Click it and Unblock the Notifications