Paris Olympics 2024ରେ ନୀତା ଅମ୍ବାମୀଙ୍କ ଜଲୱା

Paris Olympics 2024: ପ୍ୟାରିସ ଅଲିମ୍ପିକ୍ସ 2024'ରେ ଭାରତ ପ୍ରଥମ ପଦକ ଜିତି ଏକ ଜବରଦସ୍ତ ଆରମ୍ଭ କରିଛି । ସାରା ଦେଶରେ ଏବେ Olympics କ୍ରେଜ୍ । ପ୍ୟାରିସ୍ ଅଲିମ୍ପିକ୍ସ ଜୁଲାଇ 26 ରେ ରିଲାଏନ୍ସ ଫାଉଣ୍ଡେସନ୍ ଦ୍ୱାରା ଉପସ୍ଥାପିତ 'ଇଣ୍ଡିଆ ହାଉସ୍'ର ଉଦଘାଟନ ସହିତ ଆରମ୍ଭ ହୋଇଥିଲା । ଉଦ୍‌ଘାଟନୀ ସମାରୋହରେ ଉଭୟ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ଯୋଗ ଦେଇଥିଲେ।

ରିଲାଏନ୍ସ ଫାଉଣ୍ଡେସନର ଚଡେୟାମାନକ ନୀତା ଅମ୍ବାନୀ ଏହି କାର୍ଯ୍ୟକ୍ରମରେ ଖୁବ୍ ଏଞ୍ଜୟ କରିବା ସହ ଖେଳାଳୀଙ୍କ ଉତ୍ସାହ ବଢାଇଥିବାର ଦେଖିବା ପାଇଁ ମିଳିଥିଲା । ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏକ ଭିଡିଓରେ ସେ ସୁଲବୀରଙ୍କ ପ୍ରସିଦ୍ଧ ଗୀତ 'ଗଲ ବନ୍ ଗୟି' ଏବଂ 'ଦେବା ଶ୍ରୀ ଗଣେଶ ଦେବା'ଗୀତରେ ନିଜ ଟିମ ସହ ଡ୍ୟାନ୍ସ କରିଥିବାର ଦେଖିବା ପାଇଁ ମିଳିଥିଲା ।

Nita Ambani

ଅତିଥିମାନଙ୍କ ଦ୍ୱାରା ଘେରି ହୋଇ ରହିଥିବା ନୀତା ଅମ୍ବାନୀ ଏକ ସୁନ୍ଦର ଗୋଲାପୀ ରଙ୍ଗର ପୋଷାକ ପିନ୍ଧି ପୁରା ଉତ୍ସାହରେ ନାଚୁଥିବା ନଜର ଆସିଥିଲେ । ନିତା ଅମ୍ବାନୀଙ୍କ ଡ୍ୟାନ୍ସ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କ ଡ୍ୟାନ୍ସ, ସ୍ମାଇଲ୍ ଲୋକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛି । ତାଙ୍କର ଉପସ୍ଥିତି ଏବଂ ସମର୍ଥନ ଭାରତୀୟ ଦଳର ମନୋବଳ ବଢାଇବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଅଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ବିଷୟରେ ନୀତା ଅମ୍ବାନୀ ପିଟିଆଇ ସହିତ କଥା ହୋଇଥିଲେ। ଭାରତର ପ୍ରଦର୍ଶନ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ସେ କହିଛନ୍ତି ଯେ ଏହି ଟୁର୍ନାମେଣ୍ଟରେ 47 ପ୍ରତିଶତ ଆଥଲେଟ୍ ମହିଳା ଅଟନ୍ତି । ସେ କହିଛନ୍ତି ଯେ ଏହି ସମସ୍ତ ମହିଳା ଆମର ଶକ୍ତି ଏବଂ କେହି କାହାଠାରୁ କମ୍ ନୁହଁନ୍ତି, କେବଳ ନିଜ ଉପରେ ବିଶ୍ୱାସ କରିବାର ଆବଶ୍ୟକତା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+