ପ୍ୟାରିସ ଅଲମ୍ପିକ୍ସ ୨୦୨୪ ; ଭାରତୀୟ ଖେଳାଳୀଙ୍କ ପାଇଁ ୪୦ ପୋର୍ଟେବଲ ଏସି ପଠାଇଲା କ୍ରୀଡା ମନ୍ତ୍ରଣାଳୟ
ପ୍ୟାରିସରେ ଚାଲିଛି କ୍ରୀଡ଼ା ମହାକୁମ୍ଭ। ଏହାରି ଭିତରେ ସାମ୍ନାକୁ ଆସିଛି ଚିନ୍ତାଜନକ ଖବର। କ୍ରୀଡ଼ା ଗ୍ରାମରେ ଅତ୍ୟଧିକ ଗରମରେ ସନ୍ତୁଳି ହେଉଥିବା ଭାରତୀୟ କ୍ରୀଡ଼ାବିତଙ୍କ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ। ଗରମରୁ ରକ୍ଷା ପାଇବା ପାଇଁ ୪୦ଟି ପୋର୍ଟେବଲ ଏସି ପଠାଇଛି କ୍ରୀଡ଼ା ମନ୍ତ୍ରଣାଳୟ।

ରିପୋର୍ଟ ଅନୁସାରେ, ପ୍ୟାରିସରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ତେବେ କ୍ରୀଡ଼ା ଗ୍ରାମରେ ଏସିର ବନ୍ଦୋବସ୍ଥ ନହୋଇଥିବାରୁ ଅଧିକାଂଶ ଦେଶ ଆୟୋଜକଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରିଥିଲେ। ବିଶେଷକରି ପ୍ୟାରିସ ଓ ଶେଟରାଓରେ ତାପମାତ୍ରା ମାତ୍ରାଧିକ ରେକର୍ଡ କରାଯାଇଛି। ଅତ୍ୟଧିକ ଗରମ ଯୋଗୁଁ ଗୁରୁବାର ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ସ୍ୱପ୍ନିଲଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି କ୍ରୀଡ଼ା ମନ୍ତ୍ରଣାଳୟ ଖେଳାଳିଙ୍କ ପାଇଁ ୪୦ଟି ଏସି ପଠାଇଛି।
ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଫ୍ରାନ୍ସ ଦୂତାବାସ ଏବଂ ଭାରତୀୟ ଅଲିମ୍ପିକ୍ ଆସୋସିଏସନ ସହିତ ଆଲୋଚନା ପରେ କ୍ରୀଡ଼ା ଗ୍ରାମକୁ ଏସି ପଠାଯାଇଛି। ଉତ୍ସ କହିଛି - ଅଲିମ୍ପିକ୍ ଗେମ୍ସ ଗ୍ରାମରେ ଉତ୍ତାପ ଏବଂ ଆର୍ଦ୍ରତା କାରଣରୁ ଖେଳାଳିମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି କ୍ରୀଡ଼ା ମନ୍ତ୍ରଣାଳୟ ସେଠାରେ ଭାରତୀୟ ଖେଳାଳିଙ୍କ ପାଇଁ 40 ଏସି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି।
ଖେଳ ଆରମ୍ଭ ହେବା ପୂର୍ବରୁ ମଧ୍ୟ ପ୍ୟାରିସର ପାଗକୁ ଦୃଷ୍ଟିରେ ରଖି ଗେମ୍ସ ଗ୍ରାମକୁ ପରିବେଶ ଅନୁକୂଳ ରଖିବା ପାଇଁ ଆୟୋଜକଙ୍କ ନିଷ୍ପତ୍ତି ନେଇ ଅନେକ ଦେଶ ଉଦ୍ବେଗ ପ୍ରକାଶ କରିଥିଲେ। ଆମେରିକା ସମେତ ଅନେକ ଦେଶ ପୋର୍ଟେବଲ୍ ଏସି କିଣି ଇନଷ୍ଟଲ୍ କରିଛନ୍ତି |












Click it and Unblock the Notifications