Get Updates
Get notified of breaking news, exclusive insights, and must-see stories!

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ନୀରଜଙ୍କୁ ଭେଟିଲେ ମନୁ ଭାକରଙ୍କ ମା'; ପଡ଼ିବ କି ହାତଗଣ୍ଠି, ଭାଇରାଲ ହେଉଛି ଭିଡ଼ିଓ ?

ରଙ୍ଗାରଙ୍ଗ ପରିବେଶରେ ଅନୁଷ୍ଠିତ ହୋଇଛି ପ୍ୟାରିସ୍ ଅଲିମ୍ପିକ୍ସ ଉଦଯାପନୀ ସମାରୋହ । ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଗତ ୧୭ ଦିନ ଧରି ଚାଲିଥିବା ବିଶ୍ବର ଏହି ସବୁଠୁ ବଡ଼ କ୍ରୀଡା ଉତ୍ସବ ଜୁଲାଇ ୨୬ରେ ଆରମ୍ଭ ହୋଇଥିଲା। ଏଥିରେ ଭାରତର ୧୧୨ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ସେପଟେ ୪୦ ସ୍ବର୍ଣ୍ଣ ସହ ମୋଟ ୧୨୬ ପଦକ ସହ ଆମେରିକା ତାଲିକା ଶୀର୍ଷରେ ରହିଛି ।

ପରବର୍ତ୍ତୀ ଅଲିମ୍ପିକ୍ସ ୨୦୨୮ରେ ଆମେରିକାର ଲସ୍ ଏଞ୍ଜେଲସରେ ହେବ। ଦର୍ଶକଙ୍କ ମନ ମୋହିଲେ ଟମ୍ କ୍ରୁଜଙ୍କ ସମେତ ବହୁ ଅନ୍ତର୍ଜାତୀୟ ସେଲିବ୍ରିଟି । ଭାରତର ଧ୍ବଜା ଧରିଲେ ଡବଲ୍ ମେଡାଲଧାରୀ ମନୁ ଭାକର ଏବଂ ହକି ଷ୍ଟାର୍ ପିଆର୍ ଶ୍ରୀଜେଶ ।

ଅଲିମ୍ପିକ୍ସରେ ଚଳିତ ଥର ଭାରତକୁ ଗୋଟିଏ ରୌପ୍ୟ ଏବଂ ୫ଟି ବ୍ରୋଞ୍ଜକୁ ମିଶାଇ ମୋଟ ୬ଟି ପଦକ ମିଳିଛି । ୧୬ଟି ଇଭେଣ୍ଟରୁ କେବଳ ୪ଟି କ୍ରୀଡାରେ ଏହି ପଦକ ମିଳିଛି। ଜାଭେଲିନ ଥ୍ରୋ'ରେ ନୀରଜ ଚୋପ୍ରା ଏକ ମାତ୍ର ରୌପ୍ୟ ପଦକ ହାସଲ କରିଥିବା ବେଳେ, ସୁଟିଂରୁ ସର୍ବାଧିକ ୩ଟି ଏବଂ ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ମିଳିଛି।

ତେବେ ଏହାରି ଭିତରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ରୌପ୍ୟ ପଦକ ବିଜେତା ନୀରଜ ଚୋପ୍ରା ବ୍ରୋଞ୍ଜ ପଦକ ବିଜେତା ମନୁ ଭାକରଙ୍କ ମା'ଙ୍କ ସହିତ ହୃଦୟସ୍ପର୍ଶୀ ବାର୍ତ୍ତାଳାପ କରୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ବର୍ତ୍ତମାନ ପ୍ରବଳ ମାତ୍ରରେ ଭାଇରାଲ୍ ହେଉଛି ।

ଭିଡିଓରେ ମନୁ ଭାକରଙ୍କ ମା' ଏବଂ ନୀରଜ ଚୋପ୍ରା କଥାବାର୍ତ୍ତା ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏହି ସମୟରେ ସେ ତାଙ୍କ ମୁଣ୍ଡରେ ହାତ ରଖୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।

ଅନ୍ୟ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ନୀରଜ ଚୋପ୍ରା ଓ ମନୁ ଭାକର ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । ବିଶେଷ କଥା ହେଉଛି ଉଭୟ ଖେଳାଳି ହସୁଛନ୍ତି । ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ତେବେ ସେପଟେ ଭିନେଶ ଫୋଗଟଙ୍କ ଯୁଗ୍ମ ରୌପ୍ୟ ଆବେଦନ ଉପରେ ଆସନ୍ତାକାଲି ରାୟ ଦେବେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ ।ସେପଟେ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ କଣ୍ଟିନଜେଣ୍ଟର ପ୍ରୟାସ ଓ ପରିଶ୍ରମକୁ ସାଧୁବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ଆଥଲେଟ୍ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛନ୍ତି । ଆଗାମୀ ଅଭିଯାନ ପାଇଁ ଏହି କ୍ରୀଡ଼ା-ହିରୋମାନଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ମୋଦି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+