Paris Olympics 2024: ନୀରଜ ଚୋପ୍ରାଙ୍କ ଜାଭେଲିନ୍ର ଓଜନ-ଦାମ୍ କେତେ ଜାଣନ୍ତୁ ?
ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରାଙ୍କ ଇଭେଣ୍ଟକୁ ସାରା ଦେଶ ଉତ୍ସାହର ସହିତ ଅପେକ୍ଷା କରିଛି । କିନ୍ତୁ ଏହାପୂର୍ବରୁ ଇଣ୍ଟରନେଟରେ ତାଙ୍କ ବିଷୟରେ ସର୍ଚ୍ଚ ଚାଲିଛି । ଏଥିରେ ଅଲିମ୍ପିକ୍ସରେ ତାଙ୍କ ମ୍ୟାଚ କାର୍ଯ୍ୟସୂଚୀ ଠାରୁ ଆରମ୍ଭ କରି ପୁରୁଣା ରେକର୍ଡ ଏବଂ ଡାଏଟ ପର୍ଯ୍ୟନ୍ତ ସବୁକିଛି ସାମିଲ ଅଛି। ବିଶେଷ କଥା ହେଉଛି ଜାଭେଲିନ୍ର ଓଜନ ଏବଂ ଲମ୍ବ କେତେ?
ଜାଭେଲିନ ଥ୍ରୋ ହଜାରେ ବର୍ଷ ପୁରୁଣା ଖେଳ। ପ୍ରାରମ୍ଭରେ ଲୋକମାନେ ଶିକାର ପାଇଁ ଜାଭେଲିନ ପକାଉଥିଲେ, କିନ୍ତୁ ଧୀରେ ଧୀରେ ଏହା ଏକ ଖେଳ ହୋଇଗଲା। ଦୀର୍ଘ ଦିନରୁ ଅଲିମ୍ପିକ ଗେମ୍ସରେ ଜାଭେଲିନ ଥ୍ରୋ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। କିନ୍ତୁ ଏହା ପୂର୍ବରୁ ଏହା ଗୋଟିଏ ଖେଳ ଭାବରେ ନୁହେଁ, ଅନେକ ଖେଳର ଏକ ସେଟ ଭାବେ ସାମିଲ କରାଯାଇଥିଲା । ପରେ ଏହାକୁ ଏକ ଅଲଗା ଖେଳ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା ।
ଜାଭେଲିନର ଓଜନ ଏବଂ ଲମ୍ବ ଭିନ୍ନ ଭିନ୍ନ । ପୁରୁଷ ଜାଭେଲିନର ଓଜନ ୮୦୦ ଗ୍ରାମ ଏବଂ ଲମ୍ବ ୨.୬ ରୁ ୨.୭ ମିଟର । ମହିଳା ଜାଭେଲିନର ଓଜନ ୬୦୦ଗ୍ରାମ ଏବଂ ଲମ୍ବ୨.୨ ରୁ ୨.୩ ମିଟର ।

୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇ-ନିଲାମରେ ଏହା ସ୍ମରଣୀୟ ସାମଗ୍ରୀ ମଧ୍ୟରୁ ଅନ୍ୟତମ । ୨୦୨୨ରେ ଭାରତୀୟ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ନୀରଜ ଚୋପ୍ରାଙ୍କ ଜାଭେଲିନ ୧.୫ କୋଟିରେ କିଣିଥିଲା । ଅନ୍ଲାଇନ ଷ୍ଟୋରଗୁଡ଼ିକରେ ଜାଭେଲିନର ମୂଲ୍ୟ ୯୩୦ ଟଙ୍କାରୁ ୮୦,୦୦୦ ଟଙ୍କା ମଧ୍ୟରେ ରହିଛି ।












Click it and Unblock the Notifications