ପ୍ୟାରସ ଅଲିମ୍ପିକ୍ସ ୨୦୨୪: ଜାଭଲିନରେ ଅଭିଯାନ ଆରମ୍ଭ କରିବେ ଓଡିଆ ପୁଅ କିଶୋର ଜେନା
ଆଜି ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ। ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଜାଭଲିନରେ ଆଜି ଅଭିଯାନ ଆରମ୍ଭ କରିବେ ଓଡ଼ିଆ ପୁଅ କିଶୋର ଜେନା । ଅମିତ ରୋହିଦାସଙ୍କ ପରେ ଅଲିମ୍ପିକ୍ସ ଖେଳୁଥିବା ଦ୍ୱିତୀୟ ଓଡ଼ିଆ ପୁଅ ହେଉଛନ୍ତି କିଶୋର । ଅଲିମ୍ପିକ୍ସରେ ଜାଭଲିନ ଖେଳିବାରେ ମଧ୍ୟ ପ୍ରଥମ ଓଡ଼ିଆ ହେଉଛନ୍ତି କିଶୋର ।
କିଶୋରଙ୍କ ସହ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ନିରଜ ଚୋପ୍ରା ମଧ୍ୟ ମୈଦାନକୁ ଓହ୍ଲାଇବେ । ଉଭୟଙ୍କଠାରୁ ପଦକ ଆଶା ରଖିଛି ଦେଶ । ଦିନ ୧ଟା ୫୦ରେ ଗ୍ରୁପ-ଏ ଯୋଗ୍ୟତା ପର୍ୟ୍ୟାୟରେ ଖେଳିବେ କିଶୋର ।
ସେହିପରି ନିରଜଙ୍କ ଗ୍ରୁପ-ବି ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚ୍ ଅପରାହ୍ନ ୩ଟା ୨୦ରୁ ଆରମ୍ଭ ହେବ । ଚଳିତ ଅଲିମ୍ପିକ୍ସରେ ନିରଜଙ୍କ ପାଖରେ ରହିଛି ଲଗାତାର ଦ୍ୱିତୀୟ ସ୍ୱର୍ଣ୍ଣ ଜିତିବାର ସୁଯୋଗ । ସେହିପରି କିଶୋର ଜେନାଙ୍କଠାରୁ ମଧ୍ୟ ପଦକ ଜିତିବା ନେଇ ଆଶା ରହିଛି ।

କ୍ରମାଗତ ଦ୍ୱିତୀୟ ଥର ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍। ତେବେ ଫାଇନାଲ୍ ଟିକେଟ୍ ପାଇଁ ଆଜି ଜର୍ମାନୀ ସହ ହେବ କଡା ଟକ୍କର । ମ୍ୟାଚ୍ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। ଟିମର ତାରକା ଡିଫେଣ୍ଡର ଅମିତ ରୋହିଦାସ ଖେଳିବେନି ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍।
ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ମ୍ୟାଚରେ ରେଡ୍ କାର୍ଡ ଯୋଗୁ ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି ଓଡ଼ିଆ ଖେଳାଳି ଅମିତ୍। ଅମିତଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ୍ ଲଗାଇଛି ଅନ୍ତର୍ଜାତୀୟ ହକି ସଂଘ।












Click it and Unblock the Notifications