Paris Olympics 2024: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଆଜି ମୈଦାନକୁ ଓହ୍ଲାଇବେ ନୀରଜ ଚୋପ୍ରା

ଚଳିତ ପ୍ୟାରିସ୍‌ ଅଲମ୍ପିକ୍ସରେ ଭାରତ ପାଇଁ ଆଜି ବଡ଼ ଦିନ । କାରଣ ଆଜି ହକି ଟିମ୍‌ ଅଲମ୍ପିକ୍ସରେ ଜର୍ମାନୀ ବିପକ୍ଷରେ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳିବ । ଏଥିରେ ଜିତିବା ଅର୍ଥ ଭାରତର ଗୋଟିଏ ପଦକ ପକ୍କା । ଅନ୍ୟପଟେ ଟୋକିଓ ଅଲମ୍ପିକ୍ସରେ ସୁନା ପଦକ ଜିତିଥିବା ନୀରଜ ଚୋପ୍ରା ମଧ୍ୟ ଆଜି ମୈଦାନକୁ ଓହ୍ଲାଇବେ। ଏଥିସହିତ ଷ୍ଟାର୍‌ ରେସ୍‌ଲର ବିନେଶ ଫୋଗାଟ ମଧ୍ୟ ଆଜି ମ୍ୟାଚ୍‌ରେ ପଦାର୍ପଣ କରିବେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଅଲମ୍ପିକ୍ସରେ ମାତ୍ର ୩ଟି ବ୍ରୋଞ୍ଜ ପଦକ ହାସଲ କରିଛି । ସୁଟର ମନୁ ଭାକର ଭାରତକୁ ଏଥିରୁ ୨ଟି ପଦକ ଦେଇଛନ୍ତି । ୧୦ ମିଟର ଏୟାର ପିସ୍ତଲରେ ମନୁ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ୧୦ ମିଟର ଏୟାର ପିସ୍ତରର ମିଳିତ ଇଭେଣ୍ଟରେ ସରବଜୋତ ସିଂଙ୍କ ସହ ପୁଣି ଏକ ବ୍ରୋଞ୍ଜ ଜିତିଛନ୍ତି । ସ଼୍ବପ୍ନିଲ୍‌ କୁସାଲେ ୫୦ ମିଟର ଏୟାର ରାଇଫଲ୍‌ ୩ ପୋଜିସନ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

Paris Olympics 2024

ତେବେ ଆଜି ଟେବଲ ଟେନିସ୍‌ର ପୁରୁଷ ଟିମ୍‌ ପ୍ରି କ଼୍ବିର୍ଟର ଫାଇନାଲରେ ଚୀନ୍‌ର ଟିମ୍‌କୁ ଭେଟିବ । ଏଥିସହିତ ପୁରୁଷ ଜାଭେଲିନ୍‌ରେ ୧.୫୦ ରେ କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟକୁ ଓହ୍ଲାଇବେ । ଏହାପରେ ୩.୨୦ରେ ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟକୁ ଓହ୍ଲାଇବେ । ମହିଳା ୪୦୦ ମିଟରରେ ୨.୫୦ରେ କିରଣ ପହଲ ଏବଂ ବିନେଶ ଫୋଗାଟ ୫୦ କି.ଗ୍ରା ବର୍ଗରେ ୨.୩୦ରେ ପ୍ରି କ଼୍ବାର୍ଟର ଫାଇନାଲ୍‌ ଖେଳିବେ । ୧୦.୩୦ରେ ପୁରୁଷ ହକି ଟିମ୍‌ ସେମିଫାଇନାଲ୍‌ ଖେଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+