Get Updates
Get notified of breaking news, exclusive insights, and must-see stories!

ପ୍ୟାରିସ ଅଲିମ୍ପିକ୍ସ: ଭାରତର ୬ ପଦକରୁ ୪ ଜିତିଛନ୍ତି ହରିୟାଣା ଆଥଲେଟ୍: ୧.୪% କ୍ଷେତ୍ରଫଳ, ୬୬% ପଦକ

ହରିୟାଣାର କ୍ଷେତ୍ରଫଳ ହେଉଛି ଭାରତ କ୍ଷେତ୍ରଫଳର ମାତ୍ର ୧.୪ ପ୍ରତିଶତ। ହେଲେ ଭାରତ ପ୍ୟାରିସ୍‌ ଅଲିମ୍ପିକ୍ସରେ ଜିତିଥିବା ୬ ପଦକ ମଧ୍ୟରୁ ୪ଟି ଜିତିଛନ୍ତି ହରିୟାଣା ଆଥଲେଟ୍। ଏଣୁ ଭାରତ ଜିତିଥିବା ମୋଟ ପଦକର ୬୬ ପ୍ରତିଶତ ହରିୟାଣା ଆଥଲେଟ୍ ଜିତିଛନ୍ତି। ହକିର ଦଳଗତ ପଦକକୁ ବାଦ୍ ହେଲେ ଦେଶକୁ ଆସିଥିବା ୫ ବ୍ୟକ୍ତିଗତ ପଦକର ୮୦ ପ୍ରତିଶତ ହରିୟାଣାକୁ ଯାଇଛି। ଅନ୍ୟ ପଦକଟି ମହାରାଷ୍ଟ୍ର ଖାତାରେ ଅଛି। ହକିକୁ ବାଦ୍ ଦେଲେ ଅନ୍ୟ କୌଣସି ରାଜ୍ୟର ଜଣେ ହେଲେ ବି କ୍ରୀଡ଼ାବିତ୍ ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ୟକ୍ତିଗତ ପଦକ ଜିତି ପାରି ନାହାନ୍ତି।

ପରିସୀମା ଦୃଷ୍ଟିରୁ ହରିୟାଣା ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରେ ୨୧ତମ ସ୍ଥାନରେ ରହିବ। ତେବେ ଅଲିମ୍ପିକ୍ସ ପଦକ ବିଜୟରେ ଏହି ଛୋଟିଆ ରାଜ୍ୟ ଏକ ନମ୍ବର ସ୍ଥାନରେ ରହିଛି। କୌଣସି ଖେଳରେ ଦୁଇଟି ବ୍ୟକ୍ତିଗତ ପଦକ ଜିତି ଇତିହାସ ରଚିଥିବା ମନୁ ଭାକର, ତାଙ୍କ ମିଶ୍ରିତ ବର୍ଗ ବନ୍ଧୁକଚାଳନା ସାଥୀ ସରବଜୋତ ସିଂହ, ଜାଭଲିନ୍ ତାରକା ନୀରଜ ଚୋପ୍ରା ଏବଂ ଫ୍ରି-ଷ୍ଟାଇଲ୍ କୁସ୍ତିରେ କାଂସ୍ୟ ଜିତିଥିବା ଅମନ ସେରାୱତ୍ ସମସ୍ତେ ହେଉଛନ୍ତି ହରିୟାଣାର। କେବଳ ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍‌ରେ କାଂସ୍ୟ ଜିତିଥିବା ସ୍ବପ୍ନିଲ କୁଶାଲେ ହେଉଛନ୍ତି ମହାରାଷ୍ଟ୍ରର।

Paris Olympics 2024-i

ଲଗାତାର କାଂସ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳର ୧୭ଜଣ ଖେଳାଳିଙ୍କ ମଧ୍ୟରୁ ୯ଜଣ ହେଉଛନ୍ତି ପଞ୍ଜାବର। ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଦାବି କରି ଆସୁଥିବା ଓଡ଼ିଶାର ମାତ୍ର ଜଣେ ଖେଳାଳି (ଅମିତ ରୋହିଦାସ) ଭାରତୀୟ ହକି ଦଳରେ ଥିଲେ। ଯଦି ଅଲିମ୍ପିକ୍ସ ପଦକ ଓ ଜନସଂଖ୍ୟା ଅନୁପାତକୁ ବିଚାରକୁ ନିଆଯାଇ, ତାହେଲେ ଭାରତ ତଳଆଡ଼ୁ ପ୍ରଥମ ୩ ସ୍ଥାନରେ ରହିବ। ଏଥର ପ୍ରତି ୨୪.୨ କୋଟିର ଜନସଂଖ୍ୟା ପାଇଁ ଭାରତ ଗୋଟିଏ ପଦକ ଜିତିଛି।

ହେଲେ ହରିୟାଣା ପ୍ରତି ୭୦ ଲକ୍ଷ ଜନସଂଖ୍ୟାରେ ଗୋଟିଏ ପଦକ ହାସଲ କରିଛି। ଆମେରିକା ଏଥର ୪୦ ସ୍ବର୍ଣ୍ଣ ସହ ୧୨୬ ପଦକ ଜିତିଛି। ଏଣୁ ପ୍ରତି ୨୬ ଲକ୍ଷ ଜନସଂଖ୍ୟାରେ ଗୋଟିଏ ପଦକ ହାସଲ କରିଛି। ଚୀନ ସେହି ୪୦ ସ୍ବର୍ଣ୍ଣ ସହ ୯୧ ପଦକ ଜିତିଛି। ପ୍ରତି ୧୫.୬ ଲକ୍ଷ ଲୋକରେ ଏହି ଦେଶ ଗୋଟିଏ ପଦକ ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+