ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ହକିରେ ଭାରତକୁ ବ୍ରୋଞ୍ଚ, ସ୍ପେନକୁ ୨-୧ ରେ ହରାଇଲା
ହକିରେ ଭାରତକୁ ବ୍ରୋଞ୍ଚ । ସ୍ପେନକୁ ୨-୧ ରେ ହରାଇଲା । ଭାରତୀୟ ପୁରୁଷ ହକି ଦଳ ସ୍ପେନକୁ ୨-୧ ରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି । କ୍ୟାପଟେନ ହରମାନପ୍ରୀତ ସିଂ ଭାରତ ପାଇଁ ଦୁଇଟି ଗୋଲ ସ୍କୋର କରିଥିଲେ ଏବଂ ସ୍ପେନ ବିପକ୍ଷରେ ଭାରତକୁ ଅଗ୍ରଣୀ କରାଇଥିଲେ ଯାହା ଶେଷରେ ନିର୍ଣ୍ଣାୟକ ବୋଲି ପ୍ରମାଣିତ ହୋଇଥିଲା।
ଟୋକିଓ ଅଲିମ୍ପିକ୍ସରେ ଭାରତ ମଧ୍ୟ ବ୍ରୋଞ୍ଜ ପଦକ ଜିତିଛି ଏବଂ ବର୍ତ୍ତମାନ କ୍ରମାଗତ ଦ୍ୱିତୀୟ ଥର ପାଇଁ ଦଳ ପୋଡିୟମରେ ଶେଷ କରିବାରେ ସଫଳ ହୋଇଛି । ଏହା ଭାରତର ଅଭିଜ୍ଞ ଗୋଲକିପର ପି.ଆର ଶ୍ରୀଜେଶଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା ଏବଂ ଏହି କିମ୍ବଦନ୍ତୀ ଖେଳାଳିଙ୍କୁ ଦଳ ବିଦାୟ ଦେଇଛି।

ୱାଲ୍ ଅଫ୍ ଇଣ୍ଡିଆ ନାମରେ ଜଣାଶୁଣା ଶ୍ରୀଜେଶ ଟୋକିଓ ଏବଂ ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ଜିତିଥିବା ଦଳର ଏକ ଅଂଶ। ତେଣୁ ଅଲିମ୍ପିକ୍ସରେ ହକି ଇଭେଣ୍ଟରେ ଭାରତ ଏହାର 13 ତମ ପଦକ ଜିତିଛି ।
ଦୀର୍ଘ ୫୨ ବର୍ଷ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି। ୧୯୬୮ ଓ ୧୯୭୨ ପରେ ଭାରତ ବ୍ରୋଞ୍ଜ ଜିତିଥିଲା। ଏବେ ଟୋକିଓ(୨୦୨୦) ଓ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତି ଇତିହାସକୁ ଦୋହରାଇଛି।
ଆଜିର ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ପ୍ରଥମ କ୍ୱାର୍ଟରରେ ଉଭୟ ଦଳର ଶକ୍ତି ଓ ରଣନୀତିକୁ ତଉଲାଇଥିଲେ। ପରସ୍ପରକୁ ଉପରେ ଦେଖି ଚାହିଁ ଆକ୍ରମଣ କରିଥିଲେ। ଭାରତ ପାଖରେ ଅଧିକାଂଶ ସମୟ ବଲ ରହିଥିଲା। କିନ୍ତୁ ଏହି କ୍ୱାର୍ଟରରେ କେହି କାହାକୁ ଗୋଲ ଦେଇ ପାରି ନଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତ ଆକ୍ରମଣ କରିଥିଲେ ହେଁ ୧୮ତମ ମିନିଟରେ ତ୍ରୁଟି କରିଥିଲେ। ଡି' ଭିତରେ ମନଦୀପ ସିଂହ ଫାଉଲ କରିବାରୁ ସ୍ପେନକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା।
ଏହାକୁ ମାର୍କ ମିରାଲ୍ଲେସ ଗୋଲରେ ପରିଣତ ସ୍ପେନକୁ ୧-୦ ଆଗୁଆ କରିଦେଇଥିଲେ। ଭାରତ ସ୍ଥିତି ବରବାର କରିବାକୁ ଚେଷ୍ଟା କରିଥିଲେ ହେଁ ଦ୍ୱିତୀୟ କ୍ୱାର୍ଟରର ଶେଷ ମିନିଟ ଯାଏ ସଫଳତା ମିଳି ନଥିଲା। କିନ୍ତୁ ଦ୍ୱିତୀୟ କ୍ୱାର୍ଟର ସରିବାକୁ ଆଉ କିଛି ସେକେଣ୍ଡ ଥିବା ବେଳେ ଭାରତକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର। ଏହାକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ହାଫ ଟାଇମ ପୂର୍ବରୁ ସ୍ଥିତି ୧-୧ କରି ଦେଇଥିଲେ।
ତୃତୀୟ କ୍ୱାର୍ଟର ଆରମ୍ଭରୁ ଭାରତକୁ ଆଉ ଏକ ପିସି ମିଳି ଥିଲା। ୩୩ତମ ମିନିଟରେ ହରମନପ୍ରୀତ ଉକ୍ତ ପିସିକୁ ଗୋଲରେ ପରିଣତ କରି ଭାରତକୁ ୨-୧ରେ ଆଗୁଆ କରି ଦେଇଥିଲା।
କିଛି ସମୟ ପରେ ହରମନକୁ ହ୍ୟାଟ୍ରିକ ଗୋଲ କରିବାର ସୁଯୋଗ ମିଳିଥିଲା। କିନ୍ତୁ ହରମନପ୍ରୀତ ସିଂହ ଏକାଧିକ ପିସିକୁ ହାତଛଡ଼ା କରିଥିଲେ। ତୃତୀୟ କ୍ୱାର୍ଟର ସୁଦ୍ଧା ସ୍ଥିତି ଭାରତ ସପକ୍ଷରେ ୨-୧ରେ ରହିଥିଲା।
୪ର୍ଥ କ୍ୱାର୍ଟରରେ ଭାରତ ଉପରେ ସ୍ପେନ ଘନଘନ ଆକ୍ରମଣ କରିଥିଲା। ଭାରତ ଅଧିକ ଡିଫେନ୍ସ କରିବାକୁ ଚେଷ୍ଟା କରିଥିଲା। ମ୍ୟାଚ୍ ସରିବାକୁ ୩ ମିନିଟ ବାକି ଥିବା ବେଳେ ସ୍ପେନ ତା'ର ଗୋଲକିପରଙ୍କୁ ହଟାଇ ଦେଇଥିଲା। ଏଥିସହ ଆକ୍ରମଣକୁ ଆହୁରି ଜୋରଦାର କରିଥିଲା।
ହେଲେ ଭାରତୀୟ ଡିଫେନ୍ସ ଏହାକୁ ଅଟାଇକାଇବାକୁ ସକ୍ଷମ ହୋଇଥିଲା। ମ୍ୟାଚ୍ ସରିବାକୁ ୧ ମିନିଟ ୨୪ ସେକେଣ୍ଡ ଥିବା ବେଳେ ସ୍ପେନକୁ ପିସି ମିଳିଥିଲା। ପ୍ରଥମ ପ୍ରୟାସକୁ ଅମିତ ରୋହିଦାସ ଅଟକାଇ ଦେଇଥିଲେ। ତଥାପି ସ୍ପେନକୁ ପୁଣି ପିସି ମିଳିଥିଲା। ଏହାକୁ ପିଆର ଶ୍ରୀଜେଶ ଅଟକାଇଥିଲେ ହେଁ ସ୍ପେନ ରିଭ୍ୟୁ ନେଇଥିଲା। ହେଲେ ରିଭ୍ୟୁ ନାଖଜ ହୋଇଯାଇଥିଲା।
ମ୍ୟାଚ ସରିବାକୁ ୪୪ ସେକେଣ୍ଡ ଥିବା ବେଳେ ସ୍ପେନକୁ ପୁଣି ଗୋଟିଏ ପିସି ମିଳିଥିଲା। ହେଲେ ଏହାକୁ ଅମିତ ଓ ଶ୍ରୀଜେଶ ଅଟକାଇ ଦେଇଥିଲା। ଏଥିସହ ଭାରତ ମଧ୍ୟ ବ୍ରୋଞ୍ଜ ପଦକ ହାତେଇବାକୁ ସକ୍ଷମ ହୋଇଥିଲା।












Click it and Unblock the Notifications