ପ୍ୟାରିସ ଅଲିମ୍ପିକ୍ସ 2024: ଆଜି ଭାରତକୁ ମିଳିପାରେ ସ଼୍ବର୍ଣ୍ଣ ପଦକ, ଫାଇନାଲ୍‌ରେ ପଦାର୍ପଣ କରିବେ ନୀରଜ

Paris Olympics 2024: ଆଜି ଭାରତକୁ ମିଳିପାରେ ସ଼୍ବର୍ଣ୍ଣ ପଦକ, ଫାଇନାଲ୍‌ରେ ପଦାର୍ପଣ କରିବେ ନୀରଜ । ପ୍ୟାରିସ ଅଲିମ୍ପିକ୍ସର ୧୩ତମ ଦିନରେ ଭାରତବାସୀଙ୍କ ନଜର ଜାଭେଲିନ୍‌ ଇଭେଣ୍ଚ ଉପରେ ରହିଛି । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ୮୭.୫୮ ମିଟର ଥ୍ରୋ କରି ସ଼୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟରେ ଅନ୍ୟ ଆଥଲେଟଙ୍କ ତୁଳନାରେ ଜାଭେଲିନ ସବୁଠାରୁ ଅଧିକ ମିଟର ଫିଙ୍ଗିଥିଲେ । ପୁନର୍ବାର ଅଲିମ୍ପିକ ସ଼୍ବର୍ଣ୍ଣ ପଦକ ଜିତିବା ପାଇଁ ନୀରଜ ଆଜି ପଦକ ଇଭେଣ୍ଟରେ ଅଂଶଗ୍ରହଣ କରିବେ । ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୩ଟି ବ୍ରୋଞ୍ଜ ଜିତି ଥିବାରୁ ନୀରଜଙ୍କ ଠାରୁ ସ଼୍ବର୍ଣ୍ଣ ଆଶା କରାଯାଉଛି ।

ସୂଚନା ଥାଉକି, ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ସେ ୮୯.୩୪ ମିଟର ଜାଭେଲିନ ଫିଙ୍ଗି ଫାଇନାଲରେ ସ୍ଥାନ ପକ୍କା କରିଥିଲେ । ନୀରଜଙ୍କ ସହିତ ଥିବା କିଶୋର ଜେନାଙ୍କୁ କିନ୍ତୁ ବିଫଳତା ମିଳିଥିଲା । ଫାଇନାଲରେ ପହଞ୍ଚିବାରେ ତାଙ୍କର ପ୍ରୟାସ ବିଫଳ ହୋଇଥିଲା ।

ତେବେ ଯୋଗ୍ୟତା ପର୍ଯ୍ୟାୟ ପରେ ଅଫିସିଆଲ ବ୍ରଡକାଷ୍ଟରଙ୍କ ସହ କଥାବାର୍ତ୍ତା ବେଳେ ନୀରଜ କହିଥିଲେ ଯେ ମୁଁ ପ୍ୟାରିସକୁ ଯାହା କରିବା ପାଇଁ ଆସିଛି ତାହା କରିବି। ଏହି ମୁହୂର୍ତ୍ତଟି ମୋ ପାଇଁ ସବୁଦିନ ମନେରହିବାକୁ ଯାଉଛି ଏବଂ ମୁଁ ଭାବୁଛି ଏହା ଆଗାମୀ ପୀଢ଼ି ପାଇଁ ମଧ୍ୟ ଅନେକ ପ୍ରେରଣା ଯୋଗାଇବ ।

Neeraj chopra final

ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଋଷଭ ପନ୍ତ ଅଗଷ୍ଟ ୭ ସକାଳ ୭:୦୫ ରେ ଏକ ଟ୍ୱିଟ୍ ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି, "ଯଦି ନୀରଜ ଚୋପ୍ରା ଆସନ୍ତାକାଲି ସ୍ୱର୍ଣ୍ଣ ପଦକ ଜିତିବେ, ତେବେ ମୁଁ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦୮୯ ଟଙ୍କା ଦେବି, ଯିଏ ଟ୍ୱିଟକୁ ସର୍ବାଧିର ଲାଇକ୍ ଓ ସେୟାର କରିବ। ଅବଶିଷ୍ଟ ଶ୍ରେଷ୍ଠ ୧୦ ଜଣଙ୍କୁ ବିମାନ ଟିକେଟ ମିଳିବ। ଆସନ୍ତୁ ମୋ ଭାଇକୁ ଭାରତ ତଥା ବିଶ୍ୱର ସବୁଆଡୁ ସମର୍ଥନ କରିବା।"

ଏହି ଟ୍ୱିଟ୍ ପରେ ପନ୍ତ ଆଉ ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ ମୁଁ ସମ୍ପୂର୍ଣ୍ଣ ଭାବେ ସହମତ ଯେ ଫଳାଫଳ ଯାହା ହେଉନା କାହିଁକି ଆମ ଆଥଲେଟ୍ ମାନଙ୍କୁ ସମର୍ଥନ କରିବା ଜରୁରୀ ଅଟେ। ସେମାନଙ୍କର ଉତ୍ସର୍ଗୀକୃତ, କଠିନ ପରିଶ୍ରମ ଓ କ୍ରୀଡାକୁ ଆଣିଥିବା ଉତ୍ସାହ ଯାହାକୁ ଆମେ ସମସ୍ତେ ପ୍ରଶଂସା କରିବା ଓ ପାଳନ କରିବା ଉଚିତ୍। ଚାଲନ୍ତୁ ବିଶ୍ୱକୁ ଭାରତୀୟ କ୍ରୀଡ଼ାର ଅବିଶ୍ୱାସନୀୟ ଆତ୍ମା ​​ଦେଖାଇବା!" ଟ୍ୱିଟ୍ ଶେଷରେ ଭାରତ ପତାକା ଓ ସ୍ୱର୍ଣ୍ଣ ପଦକ ଇମୋଜି ପନ୍ତ ସେୟାର କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+