Get Updates
Get notified of breaking news, exclusive insights, and must-see stories!

ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ନିରାଶ କଲେ ଖେଳାଳୀ, ଭାରତକୁ ମାତ୍ର ୬ ପଦକ, ମିଳିଲାନି ସ୍ଵର୍ଣ୍ଣ

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନ ଦେଶବାସୀଙ୍କୁ ନିରାଶ କରିଛି । ପଦକ ସଂଖ୍ୟା ଦୁଇ ଅଙ୍କ ଛୁଇଁବ ବୋଲି ସମସ୍ତେ ଆଶା କରୁଥିଲେ ହେଲେ ଦେଶକୁ ଗୋଟିଏ ରୌପ୍ୟ ସହ ମିଳିଛି ମାତ୍ର ୬ଟି ପଦକ । ସ୍ୱର୍ଣ୍ଣ ପଦକ ମଧ୍ୟ ନାହିଁ । ଭାରତ ପକ୍ଷରୁ ୧୧୭ ଜଣିଆ କଣ୍ଟିଜେଣ୍ଟକୁ ପ୍ୟାରିସ ଅଲିମ୍ପିକ୍ସ ପାଇଁ ପଠାଯାଇଥିଲା ।

ଅଲିମ୍ପିକ୍ସର ଗତ ସଂସ୍କରଣ ଟୋକିଓରେ ହୋଇଥିବା ବେଳେ ଭାରତ ଗୋଟିଏ ସ୍ୱର୍ଣ୍ଣ ସହ ୭ଟି ପଦକ ଜିତିଥିଲା । ଏହା ଅଲିମ୍ପିକ୍ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ହେଲେ ଟୋକିଓ ଠାରୁ ମଧ୍ୟ ଭାରତୀୟ ଆଥଲେଟ କମ ପଦକ ଜିତିଛନ୍ତି । ଅବଶ୍ୟ ରେସଲର ଭିନେଶ ଫୋଗାଟଙ୍କ ପଦକ ନିଷ୍ପତ୍ତି ଏଯାଏ ହୋଇନି । ଯଦି ରାୟ ତାଙ୍କ ସପକ୍ଷରେ ଯାଏ, ତା'ହେଲେ ଭାରତର ପଦକ ସଂଖ୍ୟା ଟୋକିଓ ସହ ସମାନ ହେବ। ହେଲେ ସ୍ୱର୍ଣ୍ଣ ପଦକ ମିଳିବ ନାହିଁ ।

Paris Olympics 2024

ଭାରତୀୟ ଅଲିମ୍ପିକ୍ସ ଇତିହାସରେ ପ୍ରଥମଥର ପାଇଁ ସବୁଠାରୁ ଅଧିକ ୧୧୭ ଜଣ ଆଥଲେଟଙ୍କୁ ପ୍ୟାରିସ ପଠାଯାଇଥିଲା। ଆଶା କରାଯାଉଥିଲା ଯେ ଭାରତର ପଦକ ସଂଖ୍ୟା ଏକ ଅଙ୍କରୁ ଦୁଇକୁ ବଢ଼ିବ। ପଦକ ସଂଖ୍ୟା ଦୁଇ ଅଙ୍କ ଛୁଇଁବା ସ୍ୱପ୍ନ ଅଧା ରହି ଯାଇଛି ସତ। କିନ୍ତୁ ପ୍ୟାରିସ ଅଲିମ୍ପିକ୍ସରେ ନୂଆ ଆଶା ମଧ୍ୟ ସୃଷ୍ଟି ହୋଇଛି ।

ଭାରତର ଅଲିମ୍ପିକ୍ସ ଅଭିଯାନ ଦମଦାର ଢଙ୍ଗରେ ଆରମ୍ଭ ହୋଇଥିଲା। ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେn। ଦୁଇ ଦିନ ପରେ ଭାକର ଇତିହାସ ସୃଷ୍ଟି କରି ପ୍ରଥମ ଭାରତୀୟ(ସ୍ୱାଧୀନ ଭାରତ) ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇ ପଦକ ଜିତିଥିଲେ । ଏଥର ସେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସରବଜୋତ ସିଂହଙ୍କୁ ସାଥୀ କରି ପୁଣି ବ୍ରୋଞ୍ଜ ପଦକ ହାତେଇଥିଲେ।

ପଦକ ସଂଖ୍ୟା ଡବଲ ଡିଜିଟକୁ ବୃଦ୍ଧି ପାଇବାର ସମ୍ଭାବନା ସେତେବେଳେ ଯେତେବେଳେ ଅଗଷ୍ଟ ୧ରେ ପୁରୁଷ ୫୦ ମିଟର ରାଫଲ ଥ୍ରୀ ପୋଜିସନ ମ୍ୟାଚରେ ସ୍ୱପ୍ନିଲ କୁଶାଲେ ବ୍ରୋଞ୍ଜ ପଦକ ଜିତିଥିଲେ। ଗତ ଦୁଇଟି ଯାକ ଅଲିମ୍ପିକ୍ସରେ ଭାରତକୁ ଶୁଟିଂରେ କୌଣସି ପଦକ ମିଳି ନଥିବା ବେଳେ ଏଥର ୩ଟି ପଦକ ହାତେଇବା ଭାରତୀୟଙ୍କୁ ଉତ୍ସାହିତ କରିଥିଲା ।

ହେଲେ ଏହାର ୭ ଦିନ ଯାଏ ଭାରତୀୟମାନେ କୌଣସି ପଦକ ଜିତିବାକୁ ସକ୍ଷମ ହୋଇ ନଥିଲେ । ଫଳରେ ଭାରତର ପଦକ ସଂଖ୍ୟା ଦୁଇ ଅଙ୍କ ଛୁଇଁବାର ସ୍ୱପ୍ନ ଚୂରମାର ହୋଇଯାଇଥିଲା। କାରଣ ଭାରତ ପାଖରେ ପଦକ ଜିତିବାର ଖେଳାଳିଙ୍କ ସଂଖ୍ୟା ବହୁତ କମ ରହିଥିଲା। ଦେଶର ଭରସା ନୀରଜ ଚୋପ୍ରା, ହକି ଟିମ, ମୀରାବାଈ ଚାନୁ ଓ ରେସଲରମାନଙ୍କ ଉପରେ ରହିଥିଲା ।

ଅଲିମ୍ପିକ୍ସର ୧୧ତମ ଦିନରେ ଭିନେଶ ଫୋଗାଟ ଭାରତ ପାଇଁ ପଦକ ପକ୍କା କରିଥିଲେ । ସେ ପ୍ରଥମ ଭାରତୀୟ ରେସଲର ଭାବେ ଫାଇନାଲରେ ପହଞ୍ଚିଥିଲେ। କିନ୍ତୁ ଫାଇନାଲ ବାଉଟ ପୂର୍ବରୁ ତାଙ୍କୁ ଡିସକ୍ୱାଲିଫାଏଡ ହେବାକୁ ପଡ଼ିଥିଲା । ୫୦ କେଜି ବର୍ଗରେ ସେ ଲଢ଼ୁଥିବା ବେଳେ ତାଙ୍କ ଓଜନ ଏହାଠାରୁ ୧୦୦ ଗ୍ରାମ ଅଧିକ ରହିଥିଲା।

ସେମି ଫାଇନାଲରେ ହାରି, ପରବର୍ତ୍ତୀ ଅବସ୍ଥାରେ ଭାରତୀୟ ହକି ଟିମ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲା। ଭାରତର ଏକମାତ୍ର ଭାରଉତ୍ତୋଳନକାରୀ ମୀରାବାଈ ପଦକ ଦେବେ ବୋଲି ସମସ୍ତେ ଚାହିଁ ରହିଥିଲେ । କାରଣ ଟୋକିଓ ଅଲିମ୍ପିକ୍ସରେ ସେ ରୌପ୍ୟ ପଦକ ଜିତିଥିଲେ । ହେଲେ ସେ ପ୍ୟାରିସରେ ୪ର୍ଥ ସ୍ଥାନରେ ରହିଥିଲେ।

ଅଗଷ୍ଟ ୮ ଭାରତୀୟଙ୍କ ପାଇଁ ସବୁଠାରୁ ବଡ଼ ଦିନ ଥିଲା । କାରଣ ଟୋକିଓରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ମୈଦାନକୁ ଓହ୍ଲାଇବାର ଥିଲା। ସେ ଜାଭେଲିନ ଥ୍ରୋ ଫାଇନାଲରେ ୮୯.୪୫ ମିଟର ଦୂରତା ଅତିକ୍ରମ କରି ରୌପ୍ୟ ପଦକ ହାତେଇଥିଲେ । ତାଙ୍କ ଠାରୁ ଯଥେଷ୍ଟ ଆଗକୁ ୯୨.୯୭ ମିଟରକୁ ଜାଭେଲିନ ଫିଙ୍ଗି ପାକିସ୍ତାନର ଅର୍ଶଦ ନଦୀମ ସ୍ୱର୍ଣ୍ଣ ପଦକ ଭାରତ ଠାରୁ ନେଇ ଯାଇଥିଲେn।

ଅଗଷ୍ଟ ୮ରେ ହକି ଓ ଜାଭେଲିନରୁ ପଦକ ମିଳିବାରୁ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଥିଲା। ଦିନକ ପରେ ରେସଲର ଅମନ ଶେହରାୱତ ଭାରତ ପାଇଁ ଶେଷ ବ୍ରୋଞ୍ଜ ଜିତିବାକୁ ସକ୍ଷମ ହୋଇଥିଲେ।

ଶେଷ ଦିନରେ ରିତିକାର ହୁଡାଙ୍କ ଠାରୁ ଦେଶ ପଦକ ଅପେକ୍ଷାରେ ରହିଥିଲା। କିନ୍ତୁ ସେ ମଧ୍ୟ କ୍ୱାର୍ଟର ଫାଇନାଲରେ ହାରି ଯାଇଥିଲେ। ଏଥିସହ ଭାରତର ଅଲିମ୍ପିକ୍ସ ଅଭିଯାନ ଗୋଟିଏ ରୌପ୍ୟ ଓ ୫ ବ୍ରୋଞ୍ଜ ସହ ଶେଷ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+