Paris Olympics 2024: ଟୋକିଓ ଅଲିମ୍ପିକ୍ସରେ କେମିତି ଥିଲା ଭାରତର ପ୍ରଦର୍ଶନ,, କିଏ ଜିତିଥିଲା ସ୍ବର୍ଣ୍ଣ ?
ଆଜିଠାରୁ ବିଶ୍ବ କ୍ରୀଡାର ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ କ୍ରୀଡାବିତଙ୍କ ଠାରୁ ଆରମ୍ଭ କରି କ୍ରୀଡାପ୍ରେମୀ ସମସ୍ତେ ଉତ୍ସାହିତ । ତେବେ ଟୋକିଓ ଅଲିମ୍ପିକ୍ସରେ ଚମକିଥିଲେ ଭାରତୀୟ ଖେଳାଳି । ଏଥିରେ ଭାରତୀୟ ଆଥଲେଟ୍ଙ୍କ ଐତିହାସିକ ପ୍ରଦର୍ଶନ ଦେଶବାସୀଙ୍କ ମନଜିଣିନେଥିଲା । ଏହି ସଂସ୍କରଣରେ ଭାରତ ସର୍ବକାଳୀନ ସର୍ବାଧିକ ୭ଟି ପଦକ ଜିତିଥିଲା । ଏହାମଧ୍ୟରେ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ସାମିଲ ରହିଥିଲା ।
ଅଲିମ୍ପିକ୍ସ ପ୍ରତିଯୋଗିତାରେ ସବୁଠାରୁ ଚର୍ଚ୍ଚାରେ ଥିଲେ ନୀରଜ ଚୋପ୍ରା । ଭାରତର ଏକମାତ୍ର ଖେଳାଳି ଭାବେ ସେ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଆଜିଠାରୁ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଥିବା ବେଳେ ଭାରତୀୟ କ୍ରୀଡାବିତ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି ।

ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନ
- ଖେଳାଳି। ପଦକ କ୍ରୀଡା
- ନୀରଜ ଚୋପ୍ରା ଗୋଲ୍ଡ ପୁରୁଷ ଜାଭେଲିନ୍ ଥ୍ରୋ
- ମୀରାବାଇ ଚାନୁ ସିଲଭର ମହିଳା 49 କେଜି ଭାରଉତ୍ତୋଳନ
- ପିଭି ସିନ୍ଧୁ ବ୍ରୋଞ୍ଜ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍
- ବଜରଙ୍ଗ ପୁନିଆ ବ୍ରୋଞ୍ଜ ପୁରୁଷ ରେସଲିଂ -ଫ୍ରିଷ୍ଟାଇଲ୍ 65 କେଜି
- ଲଭଲିନା ବ୍ରୋଞ୍ଜ ବକ୍ସିଂ
- ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ହକି
- ରବି କୁମାର ଡାହିଆ ସିଲଭର ପୁରୁଷ ରେସଲିଂ -ଫ୍ରିଷ୍ଟାଇଲ୍ 57 କେଜି
ସ୍ବର୍ଣ୍ଣ ଜିତିଥିଲେ ନୀରଜ: ଅଲମ୍ପିକ୍ ପ୍ରତିଯୋଗିତାରେ ଭାରତର ପ୍ରଦର୍ଶନର ମୁଖ୍ୟାଂଶରେ ଜାଭେଲିନ ଥ୍ରୋରେ ନୀରଜ ଚୋପ୍ରା ଦେଶ ପାଇଁ ଏକମାତ୍ର ଖେଳାଳି ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ୮୭.୫୮ ମିଟର ଜାଭେଲିନ ଥ୍ରୋ କରି ସେ ପଦକ ବିଜୟ ସହ ପୋଡିୟମର ଶୀର୍ଷରେ ରହିଥିଲେ । ଅଲିମ୍ପିକ୍ସ ଇତିହାସରେ ଅଭିନବ ବିନ୍ଦ୍ରାଙ୍କ ପରେ ଦ୍ବିତୀୟ ଖେଳାଳି ଭାବେ ବ୍ୟକ୍ତିଗତ ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ ନୀରଜ ।
ଟୋକିଓ ଅଲିମ୍ପିକ୍ ୨୦୨୦ କୋରୋନା ସ୍ଥଗିତ ହେବା ପରେ ୨୦୨୧ରେ ଆୟୋଜନ କରାଯାଇଥିଲା । ୨୦୦ରୁ ଅଧିକ ଦେଶର ପ୍ରାୟ ୧୧ ହଜାର ଆଥଲେଟ୍ ଏହି ମେଗା ଅଲମ୍ପିକ୍ ଇଭେଣ୍ଟରେ ନିଜ ଦେଶକୁ ପ୍ରତିନିଧିତ୍ବ କରିଥିଲେ । ବିଶ୍ବର ଶ୍ରେଷ୍ଠ କ୍ରୀଡାବିତ୍ଙ୍କ ମଧ୍ୟରେ ୩୩ଟି ଭିନ୍ନ କ୍ରୀଡା ପ୍ରତିଯୋଗିତାର ସାକ୍ଷୀ ପାଟଲିଥିଲା ଜାପାନ ।












Click it and Unblock the Notifications