Paris Olympics 2024: ହକି ସେମି ଫାଇନାଲରେ ଭାରତ, ସୁଟ୍ ଆଉଟରେ ଗ୍ରେଟ୍ ବ୍ରିଟେନକୁ ହରାଇଲା

Paris Olympics 2024: ହକି ସେମି ଫାଇନାଲରେ ଭାରତ । ପେନାଲ୍ଟି ସୁଟଆଉଟରେ ବ୍ରିଟେନକୁ ପରାସ୍ତ କରି ଭାରତୀୟ ହକି ଦଳ ଇତିହାସ ସୃଷ୍ଟି କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି । ଚାରି କ୍ୱାର୍ଟର ଶେଷ ହେବା ପରେ ଉଭୟ ଦଳର ସ୍କୋର ୧-୧ ସହିତ ସମାନ ଥିଲା । ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଉଭୟ ଦଳ ଅଗ୍ରଣୀ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିଲେ ନାହିଁ । ଏହା ପରେ ପେନାଲ୍ଟି ସୁଟଆଉଟ୍ କରାଯାଇଥିଲା ଯେଉଁଥିରେ ଭାରତ ବ୍ରିଟେନକୁ 4-2ରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ଭାରତ ୧୦ ଖେଳାଳିଙ୍କ ସହ ଖେଳୁଥିଲା କାରଣ ଅମିତ ରୋହିଦାସଙ୍କୁ ଦ୍ୱିତୀୟ କ୍ୱାର୍ଟରରେ ରେଡ କାର୍ଡ ଦିଆଯାଇଥିଲା ଯେଉଁଥିପାଇଁ ସେ ପୁରା ମ୍ୟାଚରୁ ବାଦ ପଡିଥିଲେ ।

ତେବେ ଭାରତୀୟ ଦଳ ହାର ମାନିନଥିଲେ ଏବଂ ଶେଷ ପର୍ଯ୍ୟନ୍ତ ବ୍ରିଟେନକୁ କଡ଼ା ମୁକାବିଲା କରିଥିଲେ। ଏହିପରି ଭାରତୀୟ ଦଳ ପଦକ ଆଡକୁ ଆଉ ଏକ ପଦକ୍ଷେପ ନେଇଛି। ଯଦି ସେମିଫାଇନାଲରେ ଭାରତ ସଫଳ ହୁଏ, ତେବେ ଅତି କମରେ ରlରୌପ୍ୟ ପଦକ ନିଶ୍ଚିତ ହେବ।

ସୁଟ୍ ଆଉଟରେ ଗ୍ରେଟ୍ ବ୍ରିଟେନକୁ ହରାଇଲା। ଗ୍ରେଟ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲରେ ଓଡ଼ିଆ ପୁଅ ଅମିତ ରୋହିଦାସ ଅଧା ମ୍ୟାଚ୍ରୁ ବ୍ୟାନ ହୋଇଛନ୍ତି। ତାଙ୍କୁ ରେଡ କାର୍ଡ ମିଳିବାରୁ ସେ ନିରାଶ ହୋଇ ଅଧାରୁ ପଡ଼ିଆ ଛାଡିଥିଲେ । ଭାରତ ଏବେ ପୂରା ମ୍ୟାଚ୍ ୧୦ ଜଣଙ୍କୁ ନେଇ ଖେଳିବାକୁ ବାଧ୍ୟ ହୋଇଥିଲା ।

Paris Olympics 2024 india in semifinal
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+