Get Updates
Get notified of breaking news, exclusive insights, and must-see stories!

Paris Olympic 2024: ଅଲିମ୍ପିକ୍ସ ଇତିହାସ, କେବେ ସାମିଲ୍ ହୋଇଥିଲା ଭାରତ ?

Paris Olympics 2024: ଅଲିମ୍ପିକ୍ସ ଇତିହାସ, କେବେ ସାମିଲ୍ ହୋଇଥିଲା ଭାରତ ? ଆସନ୍ତା ଜୁଲାଇ ୨୬ ତାରିଖରୁ ଆରମ୍ଭ ହେବ ଅଲିମ୍ପିକ୍ସ। ବିଶ୍ବର ପ୍ରାୟ ୧୦ ହଜାର ୫ଶହ ଖେଳାଳି ୩୨ଟି କ୍ରୀଡାରେ ଭାଗ ନେବେ । ତେବେ ଅଲିମ୍ପିକ୍ସ ଗେମ୍ସ କେବେ ଆରମ୍ଭ ହେଲା ଓ କେଉଁଠି ଆରମ୍ଭ ହୋଇଥିଲା ଓ ଭାରତ କେବେ ଏଥିରେ ସାମିଲ ହୋଇଥିଲା ତାହା ଆପଣ ଜାଣନ୍ତି କି ? ଜାଣନ୍ତୁ ଅଲିମ୍ପିକ୍ସର ପୁରା ଇତିହାସ ।

ଅଲିମ୍ପିକ୍ସ ଇତିହାସ

ଅଲିମ୍ପିକ୍ସ ଖେଳ କେବେ ଆରମ୍ଭ ହେଲା ? ଅଲିମ୍ପିକ୍ସ ଖେଳ ଇତିହାସ ପ୍ରାୟ ୨୦୦୦ ବର୍ଷ ପୁରୁଣା । ଅଲିମ୍ପିକ୍ସ ଶବ୍ଦଟି ଲାଟିନ ଭାଷାରୁ ଆସିଛି । ଅଲିମ୍ପିଆ ହେଉଛି ହେଲିଆର ଏକ ସହର, ଯାହା ଅଲିମ୍ପିକ୍ ଗେମ୍ସର ଜନ୍ମସ୍ଥାନ ଭାବରେ ଜଣାଶୁଣା । ଏହି କ୍ରୀଡା ମହାକୁମ୍ଭ ପ୍ରାରମ୍ଭରେ ପର୍ବପର୍ବାଣୀ ଏବଂ ଯୁଦ୍ଧ ସରିବା ପରେ ଯୋଦ୍ଧାଙ୍କ ସମ୍ମାନାର୍ଥେ ପ୍ରତି ୪ ବର୍ଷରେ ଆୟୋଜିତ ହୋଇଥାଏ । ସରକାରୀ ତଥ୍ୟ ଅନୁଯାୟୀ ଖ୍ରୀଷ୍ଟପୂର୍ବ ୭୭୬ରେ ଅଲିମ୍ପିକ୍ସ ଆରମ୍ଭ ହୋଇଥିଲା ବୋଲି କୁହାଯାଏ । ପ୍ରତି ୪ ବର୍ଷରେ ଅଲିମ୍ପିକ୍ ଗେମ୍ସ ଭଗବାନ ଜିସୁଙ୍କ ସମ୍ମାନାର୍ଥେ ଅନୁଷ୍ଠିତ ହୋଇଥିଲା । ସେହି ସମୟରେ ଗୀତ, କବିତା ଏବଂ ରଙ୍ଗମଞ୍ଚ ଭଳି କାର୍ଯ୍ୟକ୍ରମ କ୍ରୀଡ଼ା ମାଧ୍ୟମରେ ଦର୍ଶକଙ୍କ ନିକଟରେ ପହଞ୍ଚୁଥିଲା । ତେବେ ୩୯୩ ଖ୍ରୀଷ୍ଟାବ୍ଦରେ, ରୋମାନ୍ ସମ୍ରାଟ ଥିଓଡୋସିୟସ୍ ଏହି ଖେଳ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଧାର୍ମିକ କାରଣ ଦର୍ଶାଇ ଅଲିମ୍ପିକ୍ ଗେମ୍ସ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

Paris Olympics 2024

ଉନବିଂଶ ଶତାବ୍ଦୀରେ ପୁନର୍ବାର ଆରମ୍ଭ ହୋଇଥିଲା ଏହି ମହାକୁମ୍ଭ । ବେରନ ପିଏର କ୍ୟୁବର୍ଟିନ୍ ୧୯୮୪ ମସିହାରେ ଏହାକୁ ଆରମ୍ଭ କରିବାକୁ ପ୍ରୟାସ କରି ୧୮୯୬ ମସିହାରେ ସୋରବୋନ୍ ବିଶ୍ୱବିଦ୍ୟାଳୟର ଗ୍ରାଣ୍ଡ୍ ଆମ୍ଫିଥେଟରରେ ଆୟୋଜନ କରିଥିଲେ । ଯେଉଁଥିରେ ୨ ହଜାର ଖେଳାଳି ଅଂଶଗ୍ରହଣ କରିଥିଲେ । ଏହାପର ଠାରୁ ପ୍ରତି ୪ ବର୍ଷରେ ଥରେ ଆୟୋଜନ କରାଯାଉଛି । ୧୯୧୨ ପରଠାରୁ ବିଶ୍ୱଯୁଦ୍ଧ ହେବାରୁ ୮ ବର୍ଷ ପରେ ୧୯୨୦ ପୁଣି ଆରମ୍ଭ ହୋଇଥିଲା ଅଲିମ୍ପିକ୍ସ ଗେମ୍‌

ମହିଳା ଖେଳାଳିଙ୍କୁ ଅନୁମତି

୧୯୦୦ ମସିହାରେ ଆୟୋଜିତ ପ୍ୟାରିସରେ ଅଲିମ୍ପିକ୍ ଗେମ୍ସରେ ପ୍ରଥମ ଥର ପାଇଁ ମହିଳା ଖେଳାଳିଙ୍କୁ ଭାଗ ନେବାକୁ ଅନୁମତି ଦିଆଗଲା । ଅଲିମ୍ପିକ୍ସ ଗେମ୍ସରେ ଅଂଶଗ୍ରହଣ କରିଥିବା ପ୍ରଥମ ମହିଳା ଖେଳାଳି ହେଉଛନ୍ତି ବ୍ରିଟିଶ୍ ଟେନିସ୍ ଚାର୍ଲୋଟ୍ କପୁର୍ । ସେ ସେହି ବର୍ଷ ଅଲିମ୍ପିକ୍ସ ଚମ୍ପିଆନ୍ ହୋଇଥିଲେ । ପ୍ରଥମ ଥର ପାଇଁ କେବଳ ୨୨ ଜଣ ମହିଳା ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ । ମହିଳାମାନେ ପାଞ୍ଚଟି କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ ।

ଭାରତ କେବେ ଅଲିମ୍ପିକ୍ସରେ ସାମିଲ ହୋଇଥିଲା ?:

୧୯୦୦ ମସିହାରେ ଅନୁଷ୍ଠିତ ଅଲିମ୍ପିକ୍ସ ଗେମ୍ସରେ ଭାରତ ପ୍ରଥମ ଥର ପାଇଁ ସାମିଲ ହୋଇଥିଲା । ଭାରତୀୟ ଆଥଲେଟ୍ ନୋରମାନ୍ ପ୍ରିଚାର୍ଡ ଏଥିରେ ଅଂଶ ଗ୍ରହଣ କରି ଚମତ୍କାର ପ୍ରଦର୍ଶନ କରି ୨ଟି ରୌପ୍ୟ ପଦକ ଜିତିଥିଲେ । ଅଲିମ୍ପିକ୍ସ ଗେମ୍ସରେ ପଦକ ଜିତିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ସେ ପ୍ରଥମ । ପ୍ରଥମ ଏସୀୟ ଦେଶ ଭାବରେ ଅଲିମ୍ପିକ ଗେମ୍ସରେ ପଦକ ଜିତିଥିଲା ଭାରତ।

ଅଲିମ୍ପିକ୍ ଗେମ୍ସରେ ଭାରତ ପ୍ରଥମ ସ୍ୱର୍ଣ୍ଣ କେବେ ଜିତିଥିଲା?:

ଅଲିମ୍ପିକ୍ ଗେମ୍ସରେ ଭାରତୀୟ ହକି ଟିମ୍‌ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲା । ୧୯୨୮ ଅଲିମ୍ପିକ୍ ଗେମ୍ସରେ ହକି ଦଳ ଫାଇନାଲରେ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲା । ଏହା ସହ ଭାରତ ପାଇଁ ବ୍ୟକ୍ତିଗତ ଭାବେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ ସୁଟର ଅଭିନଭ ବିନ୍ଦ୍ରା ଜିତିଥିଲେ। ସେ ବେଜିଂରେ ୨୦୦୮ ଅଲିମ୍ପିକ୍ ଗେମ୍ସରେ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+