Get Updates
Get notified of breaking news, exclusive insights, and must-see stories!

ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ଇତିହାସ ରଚିଲେ ମନୁ ଭାକର, ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଥିବା ପ୍ରଥମ ଭାରତୀୟ ଆଥଲେଟ

Paris Olympics 2024: ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଦ୍ୱିତୀୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଏଥର ମନୁ ଭାକର ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି । ଏହି ଇଭେଣ୍ଟରେ ମନୁଙ୍କ ସହ ସରବଜୋତ୍ ସିଂଙ୍କୁ ତାଙ୍କ ଦଳରେ ସାମିଲ କରାଯାଇଥିଲା। ସ୍ବାଧୀନତା ପରେ ମନୁ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ ହୋଇଛନ୍ତି ।

Paris Olympics 2024

୧୯୦୦ ଅଲିମ୍ପିକ୍ସରେ ବ୍ରିଟିଶ-ଇଣ୍ଡିଆନ୍ ଆଥ୍‌ଲେଟ୍‌ ନୋରମାନ ପ୍ରିଚାର୍ଡ ଦୁଇଟି ରୌପ୍ୟ ପଦକ ଜିତିଥିଲେ। ସେ ୨୦୦ ମିଟର ସ୍ପ୍ରିଣ୍ଟ ଓ ୨୦୦ ମିଟର ହର୍ଡଲ୍ସରେ ଏହି ପଦକ ଜିତିଥିଲେ। କିନ୍ତୁ ସେତେବେଳେ ଭାରତ ସ୍ୱାଧୀନ ହୋଇ ନଥିଲା।

ପୂର୍ବରୁ ସୁଶୀଲ କୁମାର (ରେସଲିଂ) ଓ ପିଭି ସିନ୍ଧି (ବ୍ୟାଡମିଣ୍ଟନ) ଦୁଇଟି ଲେଖାଏଁ ଅଲିମ୍ପିକ୍ସ ପଦକ ଜିତିଛନ୍ତି। କିନ୍ତୁ ସେମାନେ ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ଏହି ସଫଳତା ହାସଲ କରି ନଥିଲେ। ଭିନ୍ନ ଭିନ୍ନ ସଂସ୍କରଣରେ ସେମାନଙ୍କୁ ଏହି ସଫଳତା ମିଳିଥିଲା। ପ୍ୟାରିସ ଅଲିମ୍ପିକ୍ସରେ ଏହି ସଫଳତା ସହିତ ମନୁ ଭାକରଙ୍କ ନାଁରେ ଅନେକ ରେକର୍ଡ ଯୋଡ଼ି ହୋଇଯାଇଛି ।

ଭାରତ ପାଇଁ ପ୍ରଥମ ପଦକ

ସେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି। ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଛନ୍ତି। ସେ ୨୨୧.୭ ପଏଣ୍ଟ ସ୍କୋର କରି ଏପରି ସଫଳତା ହାସଲ କରିଛନ୍ତି। ଏହି ଐତିହାସିକ ସଫଳତା ପାଇଁ ମନୁ ଭାକରଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।

ହରିୟାଣାରେ ଜନ୍ମିତ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ପୂର୍ବରୁ ୨୦୦୪ ଆଥେନ୍ସ ଅଲିମ୍ପିକ୍ସରେ ସୁମା ଶିରୁର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ସେ ପଦକ ଜିତି ପାରି ନଥିଲେ। ମନୁ ଭାକର ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+