Paris Olympics 2024: ହକିରେ ଆଜି ଗ୍ରେଟ୍‌ ବ୍ରିଟେନ୍‌କୁ ଭେଟିବ ଭାରତ; ବ୍ୟାଡମିଣ୍ଟନ ସେମି ଖେଳିବେ ଲକ୍ଷ୍ୟ ସେନ୍‌

Paris Olympics 2024: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଅଷ୍ଟମ ଦିନ ଭାରତ ପାଇଁ ନୈରାଶ୍ୟଜନକ ଥିଲା । ଭାରତୀୟ ଷ୍ଟାର ଶୁଟର ମନୁ ଭାକର ମହିଳା ୨୫ ମିଟର ପିସ୍ତଲ ଫାଇନାଲ ଇଭେଣ୍ଟରେ ୪ର୍ଥ ସ୍ଥାନରେ ରହିବା ଓ ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ କ୍ବାର୍ଟର ଫାଇନାଲରେ ହାରିଯିବା ଦେଶର ଅନ୍ୟ ପଦକ ଜିତିବାର ଆଶାକୁ ନଷ୍ଟ କରିଦେଇଥିଲା ।

ତେବେ ଆଜି, ନବମ ଦିନରେ ଭାରତ ପଦକ ନିଶ୍ଚିତ କରିବା ପାଇଁ ଗୋଟିଏ ପାଦ ଆଗକୁ ବଢ଼ିବାର ସୁଯୋଗ ପାଇବ । କାରଣ ଆଜି ଷ୍ଟାର ସଟ୍‌ଲର ଲକ୍ଷ୍ୟ ସେନ ସେମିଫାଇନାଲ ମୈଦାନକୁ ଓହ୍ଲାଇ ଭାରତ ପାଇଁ ପଦକ ଆଣିବାକୁ ଆଉ ଗୋଟିଏ ପାଦ ଆଗକୁ ଯିବାର ସୁଯୋଗ ପାଇବେ । ଲୋଭଲିନା ବୋର୍ଗୋହେନଙ୍କୁ ମଧ୍ୟ ଆଜି ପୋଡ଼ିୟମରେ ଦେଖିବାକୁ ମିଳିବ । କ୍ବାର୍ଟରଫାଇନାଲ୍‌କୁ ଓହ୍ଲାଇବ ଭାରତୀୟ ହକି ଦଳ । ଆଜିର ଏହି ଦମଦାର ଦିନର ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ ଉପରେ ନଜର ପକାନ୍ତୁ,

Paris Olympics 2024

4 ଅଗଷ୍ଟ (ରବିବାର) ଭାରତୀୟ ଆଥଲେଟଙ୍କ ଅଲିମ୍ପିକ୍‌ କ୍ରୀଡ଼ାସୂଚୀ :-

ଶୁଟଂ: ଭାରତ ପାଇଁ ଶୁଟିଂରେ 25 ମିଟର ରାପିଡ୍‌ ଫାୟାର ପୁରୁଷ ଯୋଗ୍ୟତା ପର୍ଯ୍ୟାୟ-1 ଖେଳାଯିବ । ଏଥିରେ ବିଜୟବୀର୍‌ ସିଦ୍ଧୁ ଏବଂ ଅନିଶ ବନୱାଲାଙ୍କୁ ଭାରତ ପାଇଁ ଖେଳୁଥିବାର ଦେଖିବାକୁ ମିଳିବ । ଏହାପରେ ସ୍କିଟ୍‌ ମହିଳା ଯୋଗ୍ୟତା ପର୍ଯ୍ୟାୟ ଦ୍ବିତୀୟ ଦିନରେ ରାୟଜା ଢିଲ୍ଲନ୍ ଏବଂ ମହେଶ୍ବରୀ ଚୌହାନଙ୍କୁ ଦେଖିବାକୁ ମିଳିବ ।

25 ମିଟର ରାପିଡ୍‌ ଫାୟାର ପୁରୁଷ ଯୋଗ୍ୟତା ପର୍ଯ୍ୟାୟ-1 (ବିଜୟବୀର୍‌ ସିଦ୍ଧୁ ଏବଂ ଅନିଶ ବନୱାଲା) - ଦିନ 12:30
ସ୍କିଟ୍‌ ମହିଳା ଯୋଗ୍ୟତା ପର୍ଯ୍ୟାୟ Day-2 (ରାୟଜା ଢିଲ୍ଲନ୍ ଏବଂ ମହେଶ୍ବରୀ ଚୌହାନ) - ଦିନ 1

ହକି: ପ୍ୟାରିସ ଅଲିମ୍ପିକ୍ସ 2024ର ନବମ ଦିନରେ କ୍ବାର୍ଟର ଫାଇନାଲରେ ଭାରତୀୟ ହକି ଦଳ ଗ୍ରେଟ୍‌ ବ୍ରିଟେନ ସହ ମୁହାଁମୁହିଁ ହେବାକୁ ଯାଉଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ମ୍ୟାଚ୍‌ ପହଞ୍ଚି ପଦକ ଦୌଡ଼ରେ ଗୋଟିଏ ପାଦ ଆଗକୁ ଯିବାର ସୁଯୋଗ ପାଇବ । ଗ୍ରୁପ୍ ପର୍ଯ୍ୟାୟରେ ଭାରତ ମୋଟ 5ଟି ମ୍ୟାଚ୍‌ ଖେଳିଥିଲା, ସେଥିମଧ୍ୟରୁ 3ଟି ମ୍ୟାଚ୍‌ ଜିତିଥିବାବେଳେ ଗୋଟିଏ ମ୍ୟାଚ୍‌ ଡ୍ର ଓ ଗୋଟିଏ ହାରିଥିଲା । ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ନ୍ୟୁଜିଲ୍ୟାଣ୍ଡ, ଆୟର୍ଲାଣ୍ଡ ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାବେଳେ ଆର୍ଜେଣ୍ଟିନା ସହ ମ୍ୟାଚ୍‌ ଅମିମାଂସିତ ରହିଥିଲା । ଅନ୍ୟପଟେ ବେଲଜିୟମ ଠାରୁ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ । ବର୍ତ୍ତମାନ ଦଳ କ୍ବାର୍ଟର ଫାଇନାଲରେ ଦମ ଲଗାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ପୁରୁଷ ହକି କ୍ବାର୍ଟର ଫାଇନାଲ (ଭାରତ ବନାମ ଗ୍ରେଟ୍‌ ବ୍ରିଟେନ) - ଦିନ 1:30
ଆଥଲେଟିକ୍ସ: ଭାରତ ପାଇଁ ଆଥଲେଟିକ୍ସରେ ପାରୁଲ ଚୌଧୁରୀ ମହିଳା 3000 ମିଟର ଷ୍ଟିପଲ୍‌ଚେଜ୍‌ ରାଉଣ୍ଡ-1ରେ ଦମ ଲଗାଇବେ । ଅନ୍ୟପଟେ ପୁରୁଷ ଲମ୍ବ ଡିଆଁ ଯୋଗ୍ୟତା ପର୍ଯ୍ୟାୟରେ ଜେସୱିନ ଆଲଡ୍ରିନ୍ ନଜର ଆସିବେ । ଭାରତୀୟ ପ୍ରଶଂସକମାନେ ଉଭୟଙ୍କଠାରୁ ଆଥଲେଟିକ୍ସରେ ଉତ୍କୃଷ୍ଟ ପ୍ରଦର୍ଶନ ଆଶା ରଖିଛନ୍ତି ।

ମହିଳା 3000 ମିଟର ଷ୍ଟିପଲଚେଜ୍‌ ରାଉଣ୍ଡ -1 (ପାରୁଲ ଚୌଧୁରୀ) - ଦିନ 1:35
ପୁରୁଷ ଲମ୍ବ ଡିଆଁ ଯୋଗ୍ୟତା ପର୍ଯ୍ୟାୟ (ଜେସୱିନ ଆଲଡ୍ରିନ୍) - ଦିନ 2:30
ବକ୍ସିଂ: ଭାରତ ପାଇଁ ଆଜି ବକ୍ସିଂରେ ଏକ ବଡ଼ ଦିନ ହେବାକୁ ଯାଉଛି । ଆଜି ମହିଳା 57 କିଲୋଗ୍ରାମର କ୍ବାର୍ଟର ଫାଇନାଲ ମ୍ୟାଚ୍‌ରେ ଭାରତର ଲୋଭଲିନା ବୋର୍ଗୋହେନ ଏବଂ ଚାଇନାର ଲି କୁଏନ୍ ମୁହାଁମୁହିଁ ହେବେ । ମହିଳା 75 କିଲୋଗ୍ରାମ ବର୍ଗର ରାଉଣ୍ଡ ଅଫ୍‌ 16 ମ୍ୟାଚ୍‌ରେ ନରୱେର ସନ୍ନିଭା ହୋଫଷ୍ଟେଡଟଙ୍କୁ ପରାସ୍ତ କରି ଲୋଭଲିନା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ବର୍ତ୍ତମାନ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ତାଙ୍କ ନିକଟରେ ସୁଯୋଗ ରହିବ । ସେ ଟୋକିଓ ଅଲିମ୍ପିକ୍ସ 2020ରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ମହିଳା 57 କିଲୋଗ୍ରାମ କ୍ବାର୍ଟର ଫାଇନାଲ - (ଲୋଭଲିନା ବୋର୍ଗୋହେନ) - ଅପରାହ୍ନ 3:02

ବ୍ୟାଡ୍‌ମିଣ୍ଟନ: ଭାରତ ନବମ ଦିନର ଅଭିଯାନ ବ୍ୟାଡମିଣ୍ଟନରୁ ଆରମ୍ଭ କରିବ । ଏହି ଇଭେଣ୍ଟରେ ଭାରତର ଏକମାତ୍ର ପଦକ ଆଶା ଲକ୍ଷ୍ୟ ସେନ ସେମିଫାଇନାଲରେ ଡେନମାର୍କର ଭିକ୍ଟର ଆକ୍ସେଲସେନଙ୍କ ସହ ଖେଳୁଥିବା ଦେଖିବାକୁ ମିଳିବ । 22 ତମ ବିଶ୍ବ ମାନ୍ୟତାପ୍ରାପ୍ତ ଭାରତୀୟ ଷ୍ଟାର 22 ବର୍ଷୀୟ ସଟ୍‌ଲର ଲକ୍ଷ୍ୟ, ସେମିଫାଇନାଲରେ ଦ୍ବିତୀୟ ବିଶ୍ବ ମାନ୍ୟତାପ୍ରାପ୍ତ ଭିକ୍ଟରଙ୍କୁ ସାମ୍ନା କରିବେ । ଏହାପୂର୍ବରୁ ସେ କ୍ୱାର୍ଟର ଫାଇନାଲରେ ଏକ ରୋମାଞ୍ଚକର ମ୍ୟାଚ୍‌ରେ ଚାଇନାର ତାଇପେଇର ଚୋ ଟିଏନ୍ ଚେନ୍‌ଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ପୁରୁଷ ଏକକ ସେମିଫାଇନାଲ (ଲକ୍ଷ୍ୟ ସେନ୍‌) - ଅପରାହ୍ନ 3:30
ସେଲିଂ: ଆଜି, ଅର୍ଥାତ୍ ଅଲିମ୍ପିକ୍ସର ନବମ ଦିନରେ ଆଥଲେଟ୍ ବିଷ୍ଣୁ ସର୍ଭଣନ ପୁରୁଷ ସେଲିଂ ଇଭେଣ୍ଟରେ ଭାରତ ପକ୍ଷରୁ ନଜର ଆସିବେ । ଏହା ସହିତ ନେତ୍ରା କୁମାନନ ମହିଳା ସେଲିଂ ପ୍ରତିଯୋଗିତାରେ ନିଜର ଚମତ୍କାର ପ୍ରଦର୍ଶନ କରିବେ । ଉଭୟେ ରେସ୍‌-7 ଏବଂ ରେସ-8ରେ ଅଂଶଗ୍ରହଣ କରିବେ ।

ପୁରୁଷ ସେଲିଂ ରେସ୍‌-7 ଏବଂ ରେସ-8 (ବିଷ୍ଣୁ ସର୍ଭଣନ) - ଅପରାହ୍ନ 3:35
ମହିଳା ସେଲିଂ ରେସ୍‌-7 ଏବଂ ରେସ-8 (ନେତ୍ରା କୁମାନନ) - ସନ୍ଧ୍ୟା 6:05

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+