Get Updates
Get notified of breaking news, exclusive insights, and must-see stories!

Vinesh Phogat: ଭାଙ୍ଗିଲା ହୃଦୟ , ଅବସର ଘୋଷଣା କଲେ ଭିନେଶ ଫୋଗଟ

ମାତ୍ର ୧୦୦ ଗ୍ରାମ୍ ଓଜନ ଅଧିକ ପାଇଁ ମହିଳା କୁସ୍ତି ଫାଇନାଲରେ ପ୍ରବେଶ କରିଥିବା ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ପରେ ଅବସର ଘୋଷଣା କରିଛନ୍ତି। ସେ ଫାଇନାଲ ଖେଳି ପାରିବେ ନାହିଁ। ତାଙ୍କୁ କୌଣସି ପଦକ ବି ମିଳିବ ନାହିଁ ଜାଣିବା ପରେ ପୁରା ଦେଶ ସ୍ତବ୍ଧ ହୋଇ ଯାଇଥିଲା। ଏହାରି ମଧ୍ଯରେ ଭିନେଶ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି, ଆଉ ଗୁରୁବାର କୁସ୍ତିକୁ ଅଲବିଦା କହିଛନ୍ତି।

ସେ ତାଙ୍କ ପୋଷ୍ଟ ରେ ଲେଖିଛନ୍ତି, 'ମା, କୁସ୍ତି ମୋଠାରୁ ଜିତିଗଲା, ମୁଁ ହାରିଗଲି, ମୋତେ କ୍ଷମା କରିବ, ତୁମର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ | ବିଦାୟ କୁସ୍ତି ୨୦୦୧-୨୦୨୪ କ୍ଷମା କରିବେ, ମୁଁ ତୁମ ସମସ୍ତଙ୍କ ପାଖରେ ସର୍ବଦା ଋଣୀ ରହିବି |'

ଅଲିମ୍ପିକ୍ସ ଆୟୋଜକଙ୍କ ପକ୍ଷରୁ ଏନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଥିଲା ଯେ, ଭିନେଶ ଓଜନରେ ବିଫଳ ହୋଇଛନ୍ତି । ସେ ଫାଇନାଲ ଖେଳି ପାରିବେ ନାହିଁ । ଭିନେଶ ମହିଳା ୫୦ କିଲୋ ଫ୍ରାଷ୍ଟାଇଲର ଫାଇନାଲରେ ପ୍ରବେଶ କରିଥିଲେ । ମଙ୍ଗଳବାର ସେ ଓଜନ ଏବଂ ମେଡିକାଲ୍ ଟେଷ୍ଟ ଦେଇଥିଲେ। ୫୦ କିଲୋରୁ ସେ ମାତ୍ର ୫୦ ଗ୍ରାମ୍ କମ୍ ରହିଥିଲେ। ଦିନ ସାରା ୩ଟି ମ୍ୟାଚ୍ ଖେଳି ଶେଷରେ ଫାଇନାଲରେ ପ୍ରବେଶ କରିଥିଲେ।

Paris Olympics 2024

ପ୍ରଥମ ଭାରତୀୟ ମହିଳା ଭାବେ ଭିନେଶ କୁସ୍ତି ଫାଇନାଲକୁ ଉନ୍ନୀତ ହୋଇ ଇତିହାସ ରଚିଥିଲେ। ସେମି ଫାଇନାଲ ପରେ ତାଙ୍କର ଓଜନ ୨ କିଲୋ ୭୦୦ ଗ୍ରାମ୍ ବୃଦ୍ଧି ପାଇଥିଲା। ଓଜନ କମାଇବା ନେଇ ସାରା ରାତି ଭିନେଶ ଏବଂ ତାଙ୍କ ଟିମ୍ ବହୁ ପ୍ରୟାସ କରିଥିଲେ। କିନ୍ତୁ ପୂରା ସଫଳ ହୋଇନଥିଲେ।ଭିନେଶ ଫୋଗାଟ୍ ପ୍ୟାରିସ୍ ଅଲିମ୍ପିକ୍ସ ଫାଇନାଲରୁ ଅଯୋଗ୍ୟ ଘୋଷିତ ହେବା ପରେ ଏହାକୁ ନେଇ କୋର୍ଟ ଅଫ୍ ଆର୍ବିଟେସନ ଫର୍ ସ୍ପୋର୍ଟରେ ଅଫିଲ୍ କରିଥିଲେ । ଡିସକ୍ବାଲିଫାଏ ବିରୋଧରେ ସେ CAS କୋର୍ଟରେ ଆବେଦନ କରିଥିଲେ । ତାଙ୍କୁ ସଂଞ୍ଜୁକ୍ତ ରୌପ୍ୟ ପଦକ ଦେବାକୁ ଅପିଲ୍ କରିବା ସହିତ ଫାଇନାଲରେ ଖେଳିବାକୁ ଅନୁମତି ମାଗିଥିଲେ, ଯାହାକୁ କୋର୍ଟ ଖାରଜ୍ କରିଦେଇଛନ୍ତି ।

ବିନେଶଙ୍କୁ ସିଲଭର ମେଡାଲ ମିଳିବା ଆବେଦନର ନିଷ୍ପତ୍ତି ଆଜି ନିଆଯିବ । CAS ନିଜ ଅନ୍ତିମ ରାୟ ଶୁଣାଇବାକୁ ସମୟ ନେଇଥିଲେ । ଗୁରୁବାର ସାଢ଼େ ୧୧ଟାରେ କୋର୍ଟ ଅଫ୍ ଆର୍ବିଟେସନ ଫର୍ ସ୍ପୋର୍ଟ ନିଜ ନିଷ୍ପତ୍ତି ଶୁଣାଇବେ । CASଙ୍କ ରାୟ ଭିନେଶଙ୍କ ସପକ୍ଷରେ ଗଲେ IOC ତାଙ୍କୁ ସଂଯୁକ୍ତ ରୌପ୍ୟ ଦେବେ । ୫୦ କିଲୋ ବର୍ଗରେ ମହିଳା କୁସ୍ତି ଫାଇନାଲ ମ୍ୟାଚରେ ପରାସ୍ତ ହୋଇଥିବା କୁସ୍ତି ଯୋଦ୍ଧାଙ୍କ ସହିତ ତାଙ୍କୁ ମିଳିତ ଭାବେ ସିଲଭର ମେଡାଲ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+