ପୁଣି କମାଲ କଲେ ଭାରତର ମନୁ ଭାକର, ଫାଇନାଲରେ କଲେ ପ୍ରବେଶ
Paris Olympics 2024 Day 7: ପ୍ୟାରିସ୍ ଅଲିମ୍ପିକ୍ସରେ ପୁଣି କମାଲ କଲେ ଭାରତର ମନୁ ଭାକର । ଆଜି ସେ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ପିସ୍ତଲ ଇଭେଣ୍ଟରେ ମନୁ ଦ୍ୱିତୀୟ ସ୍ଥାନରେ ରହିଥିଲେ, ତେଣୁ ସେ ଏବେ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ସେ ମୋଟ ୫୯୦ ସ୍କୋର କରିଥିଲେ। ମନୁ ପ୍ରିସେନ୍ସରେ ୯୭, ୯୮ ଏବଂ ୯୯ ସ୍କୋର କରିଥିଲେ। ଏଥିରେ ତାଙ୍କର ମୋଟ ୨୯୪ ଥିଲା । ରାପିଡ୍ ରେ ୧୦୦, ୯୮ ଏବଂ ୯୮ ସ୍କୋର କରିଛନ୍ତି । ଏଥିରେ ମୋଟ୍ ୨୯୬ ଥିଲା । ବର୍ତ୍ତମାନ ଦେଶ ମନୁଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା କରୁଛି।

ମନୁ ଭାକରଙ୍କ ଅନ୍ତିମ ମ୍ୟାଚ୍ ଶନିବାର ରାତି ୧ ଟାରେ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ତେବେ ଚଳିତ ବର୍ଷ ଅଲିମ୍ପିକ୍ସରେ ମନୁ ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ଭାରତକୁ ପ୍ରଥମ ବ୍ରୋଞ୍ଜ ଭେଟି ଦେଇସାରିଛନ୍ତି । ଏହାସହ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସେ ସରବଜୋଚ ସିଂହଙ୍କ ସହ ବ୍ରୋଞ୍ଜ ଜିତିବାରେ ସଫଳ ହୋଇଛନ୍ତି । ଏବେ ପୁରା ଦେଶରେ ନଜର ମନୁ ସିଂଙ୍କର ଆସନ୍ତା ମ୍ୟାଚ୍ ଉପରେ ରହିଛି ।












Click it and Unblock the Notifications