Paris Olympics 2024: ଆଜିର ଦିନରେ ଭାରତର କ୍ରୀଡା ସୂଚୀ, ମେଡାଲ ପାଇପାରେ ଭାରତ

Paris Olympics 2024: ପ୍ୟାରିସ୍ ଅଲିମ୍ପିକ୍ସ 2024ର ୫ମ ଦିନ ଭାରତ ପାଇଁ ଏତେ ଭଲ ଥିଲା । ଭାରତ ଯଦିଓ ଗତକାଲି (ବୁଧବାର) କୌଣସି ପଦକ ପାଇଁ ମ୍ୟାଚ୍‌ ଖେଳିନଥିଲା, କିନ୍ତୁ ଭାରତୀୟ ସଟଲର୍‌ ପିଭି ସିନ୍ଧୁ ଏବଂ ଲକ୍ଷ୍ୟ ସେନ୍ ଉଭୟ ନିଜ ନିଜ ମ୍ୟାଚ୍‌ ଜିତି ପ୍ରି-କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ଏହା ବ୍ୟତୀତ ଶ୍ରୀଜା ଅକୁଲା ଟେବୁଲ୍ ଟେନିସରେ ଓ ଦୀପିକା କୁମାରୀ ଆର୍ଚେରୀରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନିତ ହୋଇଛନ୍ତି । ଲୋଭଲିନା ବୋର୍ଗୋହେନ ୫-୦ ର ଦମଦାର ବିଜୟ ସହ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ।

ସବୁଠାରୁ ବଡ଼କଥା ହେଉଛି ବୁଧବାର ସ୍ବପ୍ନୀଲ କୁସାଲେ 50 ମିଟର ରାଇଫଲ 3 ପୋଜିସନ୍ (ପୁରୁଷ) ଇଭେଣ୍ଟରେ ଫାଇନାଲକୁ ଉନ୍ନିତ ହୋଇଛନ୍ତି, ଯାହାର ଫାଇନାଲ୍‌ ମ୍ୟାଚ୍‌ ଆଜି ଖେଳାଯିବ । ଏଠାରେ ନଜର ପକାନ୍ତୁ ଆଜି ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ ଉପରେ।

Paris Olympics 2024

1 ଅଗଷ୍ଟ (ଗୁରୁବାର) ଖେଳାଯିବାକୁ ଥିବା ଭାରତୀୟ ଖେଳାଳିଙ୍କ କ୍ରୀଡ଼ାସୂଚୀ:-

ଗଲ୍ଫ: ଭାରତୀୟ ଖେଳାଳି ଆଜି, ଅର୍ଥାତ ଅଗଷ୍ଟ 1ରେ ଗଲ୍ଫରେ ନିଜର ଦବଦବା ଦେଖାଇବେ । ପୁରୁଷ ବ୍ୟକ୍ତିଗତ ପ୍ଲେ ରାଉଣ୍ଡ-1 ମ୍ୟାଚ୍‌ରେ ଗଗନଜିତ ଭୁଲ୍ଲର ଏବଂ ଶୁଭଙ୍କର ଶର୍ମା ଆଜି ମୈଦାନକୁ ଓହ୍ଲାଇବେ ।

ପୁରୁଷ ବ୍ୟକ୍ତିଗତ ପ୍ଲେ ରାଉଣ୍ଡ -1 (ଗଗନଜିତ ଭୁଲ୍ଲର ଏବଂ ଶୁଭଙ୍କର ଶର୍ମା) - ମଧ୍ୟାହ୍ନ 12:30

ଶୁଟିଂ: ଏବେ ପର୍ଯ୍ୟନ୍ତ ଭାରତ ପ୍ୟାରିସ ଅଲିମ୍ପିକ୍ସରେ ଜିତିଥିବା ସମସ୍ତ ପଦକ ଶୁଟିଂରୁ ହିଁ ଆସିଛି । ଏହିକ୍ରମରେ ଦେଶକୁ ଶୁଟିଂ ଇଭେଣ୍ଟରୁ ଆଜି ଆଉ ଏକ ପଦକ ଆଶା ରହିବ । ପୁରୁଷ 50 ମିଟର ରାଇଫଲ୍ 3 ପୋଜିସନ୍ ଫାଇନାଲ୍‌ରେ ଭାରତୀୟ ଷ୍ଟାର ଶୁଟର ସ୍ବପ୍ନୀଲ୍ କୁସାଲେ ପ୍ରତିନିଧିତ୍ବ କରିବେ । ଏହା ବ୍ୟତୀତ ମହିଳା 50 ମିଟର ରାଇଫଲ୍ 3 ପୋଜିସନ୍ ସିଫ୍ଟ କୌର ସମରା ଏବଂ ଅଞ୍ଜୁମ ମୌଦଗିଲ ଯୋଗ୍ୟତା ପର୍ଯ୍ୟାୟ ଖେଳିବେ ।

ପୁରୁଷ 50 ମିଟର ରାଇଫଲ୍ 3 ପୋଜିସନ୍ ଫାଇନାଲ୍‌ (ସ୍ବପ୍ନୀଲ୍ କୁସାଲେ) - ଦିନ 1ଟା
ମହିଳା 50 ମିଟର ରାଇଫଲ୍ 3 ପୋଜିସନ୍ ଯୋଗ୍ୟତା ପର୍ଯ୍ୟାୟ (ସିଫ୍ଟ କୌର ସମରା ଏବଂ ଅଞ୍ଜୁମ ମୌଦଗିଲ) - ଅପରାହ୍ନ 3:30
ହକି: ଭାରତୀୟ ପୁରୁଷ ହକି ଦଳ ଏହାର ଚତୁର୍ଥ ଗ୍ରୁପ୍ ପର୍ଯ୍ୟାୟ (ପୁଲ- 'ବି') ମ୍ୟାଚ୍‌ରେ ଆଜି ବେଲଜିୟମକୁ ଭେଟିବ । ନ୍ୟୁଜିଲ୍ୟାଣ୍ଡ ଏବଂ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ଜିତିଥିବାବେଳେ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍‌ 1-1 ରେ ଡ୍ର' ରହିଥିଲା । ଆଜି ବେଲଜିୟମକୁ ହରାଇ କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ଖେଳିବେ ହରମନପ୍ରୀତ ସିଂହ ଆଣ୍ଡ କୋ ।

ଭାରତ ବନାମ ବେଲଜିୟମ - ଦିନ 1:30

ବକ୍ସିଂ: ମହିଳା 50 କିଲୋଗ୍ରାମ ରାଉଣ୍ଡ ଅଫ୍‌ 16ରେ ଆଜି ଲଢ଼ିବେ ଭାରତୀୟ ଷ୍ଟାର ବକ୍ସର ନିଖତ ଜରିନ୍ । ସେ ଚାଇନାର ୱୁ ୟୁଙ୍କ ବିପକ୍ଷରେ ଖେଳୁଥିବା ଦେଖିବାକୁ ମିଳିବ ।

ମହିଳା 50 କିଲୋଗ୍ରାମ ରାଉଣ୍ଡ ଅଫ୍‌ 16 (ନିଖତ ଜରିନ୍) - ଦିନ 2: 30
ତୀରନ୍ଦାଜୀ: ପ୍ରବୀଣ ରମେଶ ଯାଦବ ଭାରତ ପକ୍ଷରୁ ଆଜି ପୁରୁଷ ବ୍ୟକ୍ତିଗତ ଏଲିମିନେସନ ରାଉଣ୍ଡରେ ତୀରନ୍ଦାଜୀରେ ନଜର ଆସିବେ । ଚୀନ୍‌ର କାଏ ୱେନ୍‌ଚାଓଙ୍କ ବିପକ୍ଷରେ ଲଢ଼ି ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାକୁ ଚେଷ୍ଟା କରିବେ ଭାରତୀୟ ତୀରନ୍ଦାଜ ।

ପୁରୁଷ ବ୍ୟକ୍ତିଗତ ଏଲିମିନେସନ ରାଉଣ୍ଡ (ପ୍ରବୀଣ ରମେଶ ଯାଦବ) - ଦିନ 2:30

ସେଲିଂ: ଭାରତ ପକ୍ଷରୁ ପୁରୁଷ ସେଲିଂ (ନୌ-ବିହାର) ଇଭେଣ୍ଟରେ ଆଥଲେଟ୍‌ ବିଷ୍ଣୁ ସର୍ବଣନ ନଜର ଆସିବେ । ସେହିଭଳି ଭାରତ ପକ୍ଷରୁ ମହିଳା ସେଲିଂ ପ୍ରତିଯୋଗିତାରେ ନେତ୍ରା କୁମାନନଙ୍କୁ ଦେଖିବାକୁ ମିଳିବ ।

ପୁରୁଷ ସେଲିଂ (ବିଷ୍ଣୁ ସର୍ବଣନ) - ଅପରାହ୍ନ 3:30
ମହିଳା ସେଲିଂ (ନେତ୍ରା କୁମାନନ) ସନ୍ଧ୍ୟା 7:00

ପିଭି ସିନ୍ଧୁ ବ୍ୟାଡ ମିଣ୍ଟନ ( ରାଉଣ୍ଡ - ୧୬) ରାତି: ୧୦

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+