Paris Olympics 2024: ପ୍ୟାରିସ ଅଲମ୍ପିକ୍ସ ୨୦୨୪, ଆଜିର ଦିନରେ ଭାରତର କ୍ରୀଡ଼ାସୂଚୀ, ହକିରେ ଭାରତ ବନାମ ଆର୍ଜେଣ୍ଟିନା

ପ୍ୟାରିସ ଅଲମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଛି ପ୍ରଥମ ପଦକ । ଦେଶ ପାଇଁ ସୁଟିଂରେ ପଦକ ଆଣିଛନ୍ତି ମନୁ ଭକର। ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଛନ୍ତି । ସେ ୨୨୧.୭ ପଏଣ୍ଟ ସ୍କୋର କରି ଏପରି ସଫଳତା ହାସଲ କରିଛନ୍ତି । ୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ମନୁ ଭାକର ଦମଦାର ପ୍ରଦର୍ଶନ କରିଥିଲେ ହେଁ ଫାଇନାଲ ରାଉଣ୍ଡରେ ପ୍ରବେଶ କରି ପାରି ନଥିଲେ । ତାଙ୍କୁ ଗ୍ରୁପ ପର୍ଯ୍ୟାୟରୁ ଦୁଃଖଦ ବିଦାୟ ନେବାକୁ ପଡ଼ିଥିଲା। ହେଲେ ପ୍ୟାରିସରେ ସେ ନିଜର ଅଧୂରା ସ୍ୱପ୍ନକୁ ପୂରା କରିପାରିଛନ୍ତି । ସେହିପରି ତୀରନ୍ଦାଜ ଦଳ ଭାରତକୁ ନିରାଶ କରିଛି ।

ତେବେ ଚାଲନ୍ତୁ ଜାଣିବା ଆଜି ଭାରତର କେଉଁ ଇଭେଣ୍ଟ ଅଛି ?

୨୯ ଜୁଲାଇ ସୋମବାର

ଅପରାହ୍ନ ୧୨:୦୦ ବ୍ୟାଡମିଣ୍ଟନ । ପୁରୁଷ ସିଙ୍ଗଲ୍ସ ଗ୍ରୁପ ପର୍ଯ୍ୟାୟ (ଏଚ ଏଚ ପ୍ରଣୟ, ଲକ୍ଷ ସେନ୍), ମହିଳା ସିଙ୍ଗଲ୍ସ ଗ୍ରୁପ ପର୍ଯ୍ୟାୟ(ପିଭି ସିନ୍ଧୁ), ପୁରୁଷ ଡବଲ୍ସ ଗ୍ରୁପ ପର୍ଯ୍ୟାୟ(ସାତ୍ତିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ),

ଅପରାହ୍ନ ୧୨:୫୦ ମହିଳା ଡବଲ୍ସ ଗ୍ରୁପ ପର୍ଯ୍ୟାୟ (ତନିସା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନାପ୍ପା)

Paris Olympics 2024

ଅପରାହ୍ନ ୦୧:୦୦: ଟ୍ରାପ୍ ପୁରୁଷ ଯୋଗ୍ୟତା ପର୍ଯ୍ୟାୟ(ପୃଥୀରାଜ ତୋଣ୍ଡାଇମାନ)

ଅପରାହ୍ନ ୧୨:୪୫: ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଯୋଗ୍ୟତା ପର୍ଯ୍ୟାୟ (ସରବଜୋତ ସିଂହ, ଅର୍ଜୁନ ଚିମା, ମନୁ ଭାକର, ରିଦିମ ସାଙ୍ଗୱାନ)
ଅପରାହ୍ନ ୦୧:୦୦ ସୁଟିଂ ୧୦ ମିଟର ଏୟାର ରାଇଫଲ ମହିଳା ଫାଇନାଲ (ଯୋଗ୍ୟତା ଅର୍ଜନ ପରେ)

ତୀରନ୍ଦାଜ | ପୁରୁଷ ଟିମ ରାଉଣ୍ଡ ଅଫ୍ 16 (ବି. ଧୀରଜ, ତରୁଣଦୀପ ରାୟ, ପ୍ରବୀଣ ଯାଦବ) | ଅପରାହ୍ନ ୧:୦୦ ରୋଇଂ | ପୁରୁଷ ଟିମ ସ୍କଲ୍ସ ସେମିଫାଇନାଲ E/F | ଅପରାହ୍ନ ୧:୦୦

ଟେବୁଲ ଟେନିସ | ପୁରୁଷ ସିଙ୍ଗଲ୍ସ (ସରଥ କମଲ, ହରମିତ ଦେଶାଇ) ଓ ମହିଳା ସିଙ୍ଗଲ୍ସ (ମନିକା ବାତ୍ରା, ଶ୍ରୀଜା ଅକୁଲା) ରାଉଣ୍ଡ ଅଫ ୬୪ ଓ ୩୨ | ଅପରାହ୍ନ ୧:୩୦ ସୁଟିଂ

୧୦ ମିଟର ଏୟାର ରାଇଫଲ ପୁରୁଷ ଫାଇନାଲ (ଯୋଗ୍ୟତା ଅର୍ଜନ ଜରୁରୀ) | ଅପରାହ୍ନ ୩:୩୦
ଟେନିସ୍ | ଦ୍ୱିତୀୟ ରାଉଣ୍ଡ ମ୍ୟାଚ(ଯୋଗ୍ୟତା ପର୍ଯ୍ୟାୟ ପରେ) | ଅପରାହ୍ନ ୩:୩୦

ହକି | ପୁରୁଷ ଗ୍ରୁପ ବି | ଭାରତ ବନାମ ଆର୍ଜେଣ୍ଟିନା | ଅପରାହ୍ନ ୪.୧୫

ତୀରନ୍ଦାଜ | ପୁରୁଷ ଟିମ କ୍ୱାର୍ଟରଫାଇନାଲ (ଯୋଗ୍ୟତା ଅର୍ଜନ ଜରୁରୀ) | ଅପରାହ୍ନ ୫.୪୫

ତୀରନ୍ଦାଜ | ପୁରୁଷ ଟିମ ସେମିଫାଇନାଲ (ଯୋଗ୍ୟତା ଅର୍ଜନ ଜରୁରୀ) | ସନ୍ଧ୍ୟା ୭.୧୭
ତୀରନ୍ଦାଜ | ପୁରୁଷ ଟିମ ବ୍ରୋଞ୍ଜ ମେଡାଲ ମ୍ୟାଚ୍ (ଯୋଗ୍ୟତା ଅର୍ଜନ ଜରୁରୀ) | ସନ୍ଧ୍ୟା ୮.୧୮

ତୀରନ୍ଦାଜ | ପୁରୁଷ ଟିମ ଗୋଲ୍ଡ ମେଡାଲ ମ୍ୟାଚ୍ (ଯୋଗ୍ୟତା ଅର୍ଜନ ଜରୁରୀ) | ସନ୍ଧ୍ୟା ୮.୪୧

ସୁଇମିଂ | ପୁରୁଷ ୧୦୦ ମିଟର ବ୍ୟାକଷ୍ଟ୍ରୋକ୍ ଫାଇନାଲ (ଯୋଗ୍ୟତା ଅର୍ଜନ ଜରୁରୀ) | ରାତି ୧୨.୪୯

ସୁଇମିଂ | ମହିଳା ୨୦୦ ମିଟର ଫ୍ରୀଷ୍ଟାଇଲ ଫାଇନାଲ (ଯୋଗ୍ୟତା ଅର୍ଜନ ଜରୁରୀ) | ରାତି ୧:୧୧

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+