ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ଆଜି ସୁନା ପଦକ ପାଇଁ ଖେଳିବେ ଭିନେଶ, ମଇଦାନକୁ ଓହ୍ଲାଇବେ ମିରାବାଇ ଚାନୁ, ଆଉ କେଇଁ କେଉଁ ଇଭେଣ୍ଟ ?
Paris Olympics 2024: ପ୍ୟାରିସ୍ ଅଲିମ୍ପିକ୍ସ 2024ର 11ତମ ଦିନ ଭାରତ ପାଇଁ ଯେତିକି ଭଲ ସେତିକି ଖରାପ ଥିଲା ।ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ ମହିଳା 50 କିଲୋଗ୍ରାମ ବର୍ଗରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ଆଉ ଫାଇନାଲରେ ପହଞ୍ଚିଥିଲେ ।
କୌଣସି ମେଡାଲ ମ୍ୟାଚ୍ ଖେଳିନଥିଲେ ମଧ୍ୟ ମଙ୍ଗଳବାର ଦିନ ଭାରତର ସୁନା ପୁଅ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ଜାଭେଲିନ୍ ଥ୍ରୋ ଇଭେଣ୍ଟ ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଆ ପୁଅ କିଶୋର ଜେନା କିନ୍ତୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିଲେ । ସେହିପରି ହକି ସେମି ହାରିଲା ଭାରତ ।
ସେହିଭଳି ଆଜି (7 ଅଗଷ୍ଟ) ମଧ୍ୟ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଏକ ବଡ଼ ଦିନ ହେବାକୁ ଯାଉଛି । କାରଣ ଆଜି ସମସ୍ତଙ୍କ ନଜର ରହିବ ଭାରତର ଭାରୋତ୍ତୋଳନକାରୀ ମିରାବାଇ ଚାନୁ ଏବଂ ମହିଳା ଟେବୁଲ୍ ଟେନିସ୍ ଦଳ ଉପରେ । ଏଠାରେ ନଜର ପକାନ୍ତୁ ପ୍ୟାରିସ ଅଲିମ୍ପିକ୍ସ 2024ରେ

ଆଜି ଭାରତର ଆଥଲେଟ୍ ଭାଗ ନେବାକୁ ଥିବା ବିଭିନ୍ନ ଇଭେଣ୍ଟ ଉପରେ,
ମହିଳା ଟେବୁଲ୍ ଟେନିସ୍ କ୍ବାର୍ଟର ଫାଇନାଲ (ଅର୍ଚ୍ଚନା କାମାଥ, ମନିକା ବତ୍ରା ଏବଂ ଶ୍ରୀଜା ଅକୁଲା) - ଦିନ 1:30
ଆଥଲେଟିକ୍ସ: ଅଲିମ୍ପିକ୍ସରେ ଆଜି ଭାରତର ସୁରଜ ପାୱାର ଏବଂ ପ୍ରିୟଙ୍କା ଗୋସ୍ବାମୀ ଆଥଲେଟିକ୍ସରେ ମିଶ୍ରିତ ମାରାଥନ୍ ରେସ୍ ୱାକ୍ ରିଲେରେ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ଭାରତର ଜ୍ୟୋତି ୟାରାଜୀ ମହିଳା 100 ମିଟର ଦୌଡ଼କୁଦ (Hurdles) ରାଉଣ୍ଡ 1ରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିବ । ସେ ହିଟ୍ 4ରେ ଅଂଶଗ୍ରହଣ କରିବେ । ପୁରୁଷ ଟ୍ରିପଲ ଜମ୍ପ ଯୋଗ୍ୟତା ପର୍ଯ୍ୟାୟ ପାଇଁ ପ୍ରବୀଣ ଚିତ୍ରାଭେଲ ଏବଂ ଅବଦୁଲ୍ଲା ନାରଙ୍ଗୋଲିଣ୍ଟେଭିଡା ଅଂଶଗ୍ରହଣ କରିବେ ।
ଏହା ବ୍ୟତୀତ ସର୍ବେଶ ଅନୀଲ କୁଶାରେ ଆଜି ପୁରୁଷ ଉଚ୍ଚ ଡିଆଁ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଦେଖିବାକୁ ମିଳିବ । ଏହା ସହିତ ଅବିନାଶ ମୁକୁନ୍ଦ ସାବଲେଙ୍କୁ ପୁରୁଷ 3000 ମିଟର ଷ୍ଟିପଲଚେଜ୍ ଇଭେଣ୍ଟ ଫାଇନାଲରେ ଦେଖିବାକୁ ମିଳିବ । ତାଙ୍କଠାରୁ ପଦକ ପାଇବାକୁ ଦେଶବାସୀ ଚାହିଁ ରହିଛନ୍ତି ।
ମାରାଥନ୍ ରେସ୍ ୱାକ୍ ରିଲେ ମିଶ୍ରିତ ଇଭେଣ୍ଟ (ସୁରଜ ପାୱାର ଏବଂ ପ୍ରିୟଙ୍କା ଗୋସ୍ବାମୀ) - ଦିନ 11:00
ମହିଳା 100 ମିଟର ଦୌଡ଼କୁଦ (Hurdles) ରାଉଣ୍ଡ 1 (ଜ୍ୟୋତି ୟାରାଜୀ) - ଦିନ 1:45
ପୁରୁଷ ଟ୍ରିପଲ ଜମ୍ପ ଯୋଗ୍ୟତା ପର୍ଯ୍ୟାୟ (ପ୍ରବୀଣ ଚିତ୍ରାଭେଲ ଏବଂ ଅବଦୁଲ୍ଲା ନାରଙ୍ଗୋଲିଣ୍ଟେଭିଡା) - ରାତି 10:45
ପୁରୁଷ ଉଚ୍ଚ ଡିଆଁ ଯୋଗ୍ୟତା ପର୍ଯ୍ୟାୟ (ସର୍ବେଶ ଅନୀଲ କୁଶାରେ) - ଦିନ 1:35
ପୁରୁଷ 3000 ମିଟର ଷ୍ଟିପଲଚେଜ୍ ଫାଇନାଲ (ଅବିନାଶ ମୁକୁନ୍ଦ ସାବଲେ) - ରାତି 1:10
କୁସ୍ତି: ଭାରତ ପାଇଁ ରେସଲିଂରେ ଅନ୍ତିମ ପଙ୍ଘାଲ ମହିଳା ଫ୍ରିଷ୍ଟାଇଲ 53 କିଲୋଗ୍ରାମ ବର୍ଗର ପ୍ରି-କ୍ବାର୍ଟର ଫାଇନାଲରେ ଆଜି ମୈଦାନକୁ ଓହ୍ଲାଇବେ । ସେ ତୁର୍କୀର ଜେନିପ ୟେଟଗିଲଙ୍କ ସହ ମୁହାଁମୁହିଁ ହେବେ । ଏହି ଇଭେଣ୍ଟର ମ୍ୟାଚଗୁଡିକ ପ୍ରି-କ୍ବାର୍ଟର ଫାଇନାଲରୁ ସେମିଫାଇନାଲ ପର୍ଯ୍ୟନ୍ତ ଆଜି ହିଁ ଅନୁଷ୍ଠିତ ହେବ ।
ମହିଳା ଫ୍ରିଷ୍ଟାଇଲ 53 କିଲୋଗ୍ରାମ ପ୍ରି-କ୍ବାର୍ଟର ଫାଇନାଲ (ଅନ୍ତିମ ପଙ୍ଘାଲ) - ଦିନ 2:30
ଭାରତ୍ତୋଳନ: ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ଆଜି ଭାରତ ପାଇଁ ଭାରୋତ୍ତୋଳନରେ ଦେଖିବାକୁ ମିଳିବେ । ଚାନୁ ଦେଶ ପାଇଁ ପଦକ ନିଶ୍ଚିତ କରିବାକୁ ଭାରତ ପୁଣିଥରେ ଆଶା ରଖିଛି । ମହିଳା 49 କିଲୋଗ୍ରାମ ବର୍ଗରେ ମୀରାବାଇ ଚାନୁଙ୍କୁ ଦେଖିବାକୁ ମିଳିବ । ଏହି ମ୍ୟାଚ୍ ଏକ ପଦକ ମ୍ୟାଚ୍ ହେବାକୁ ଯାଉଛି । ସମ୍ପ୍ରତି ତାଙ୍କର ପ୍ରଦର୍ଶନ ବେଶ ଭଲ ରହିଛି ।
ମହିଳା 49 କିଲୋଗ୍ରାମ ଭାରୋତ୍ତଳନ (ମୀରାବାଇ ଚାନୁ) - ରାତି 11












Click it and Unblock the Notifications