ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪: ବ୍ରୋଞ୍ଚ ପଦକ ବିଜେତା ହକି ଦଳ ସହ ଫୋନ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ

ପ୍ୟାରିସ୍‌ ଅଲିମ୍ପିକ୍ସରେ ସ୍ପେନ୍‌ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ତେବେ ଏନେଇ ଟିମ୍ ଇଣ୍ଡିଆର ଅଧିନାୟକ ହରମନପ୍ରୀତ ସିଂହ, ପ୍ରଶିକ୍ଷକ କ୍ରେଗ୍‌ ଫଲଟନ, ସମସ୍ତ ଖେଳାଳି ଓ ସହାୟକ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ମୁଁ ସମସ୍ତ ଖେଳାଳିଙ୍କ ସହ ଫୋନ୍‌ରେ କଥା ହୋଇଛି। ଏହି ବ୍ରୋଞ୍ଜ ପଦକ ବର୍ଷବର୍ଷ ଧରି ହକି ପ୍ରତି ଆମର ଉତ୍ସର୍ଗୀକୃତ ମନୋଭାବର ପ୍ରତିଫଳନ ଅଟେ।

ପ୍ରତ୍ୟେକ ଓଡ଼ିଶାବାସୀ ଏହି ସଫଳତାରେ ଗର୍ବିତ। ହକି ଖେଳାଳିମାନେ ଆମ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସେମାନଙ୍କୁ ଶୀଘ୍ର ଓଡ଼ିଶା ଆସିବାକୁ ମୁଁ ନିମନ୍ତ୍ରଣ କରିଛି। ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଭାରତୀୟ ହକି ଦଳ ନିଜର କ୍ରୀଡ଼ା ନୈପୁଣ୍ୟ ଦ୍ବାରା ଦେଶର ସମଗ୍ର ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିଛନ୍ତି।

Paris Olympics 2024 Chief Minister mohan

ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଓଡ଼ିଆ ଖେଳାଳି ଅମିତ୍ ରୋହିଦାସଙ୍କୁ ୪ କୋଟି ଟଙ୍କାର ସତନ୍ତ୍ର ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି। ଯାହାକି ଓଡ଼ିଶାର ଅସଂଖ୍ୟ କ୍ରୀଡ଼ାବିତଙ୍କୁ ଏହି ସଫଳତା ଉତ୍ସାହିତ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+