Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ ଅଲିମ୍ପିକ ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଟିମ୍‌ : ଏୟାରପୋର୍ଟରେ ହକି ଟିମ୍‌କୁ ସ୍ୱାଗତ

ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଟିମ୍‌ ସଦସ୍ୟ। ପ୍ୟାରିସ ଅଲିମ୍ପିକ ବ୍ରୋଞ୍ଜ ବିଜୟୀ ହକି ଦଳ ପହଞ୍ଚିଲେ।- ଭୁବନେଶ୍ୱର ଏୟାରପୋର୍ଟରେ ହକି ଟିମ୍‌କୁ ସ୍ୱାଗତ ସଂବର୍ଦ୍ଧନା। ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂବର୍ଦ୍ଧନା କାର୍ଯ୍ୟକ୍ରମ ।

ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛି। ଫଳରେ ଖେଳାଳିଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ପର୍ବ ଜାରି ରହିଛି। ଓଡ଼ିଶା ୨୦୧୮ରୁ ଭାରତୀୟ ହକି ଦଳର ପ୍ରାୟୋଜକ ରହି ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରି ସାରିଛନ୍ତି। ପ୍ରତି ଖେଳାଳିଙ୍କୁ ୧୫ ଲକ୍ଷ, ସପୋର୍ଟ ଷ୍ଟାଫ୍‌ଙ୍କୁ ୧୦ ଲକ୍ଷ ଏବଂ ଓଡ଼ିଶାର ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ପ୍ରଦାନ କରାଯିବ। ଭାରତୀୟ ଦଳକୁ ଏଠାରେ ସମ୍ବର୍ଦ୍ଧନା ପାଇଁ ବୁଧବାର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଏ ସମ୍ପର୍କରେ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି ଯେ, "ପ୍ୟାରିସ୍‌ ଅଲିମ୍ପିକ୍ସ - ୨୦୨୪ରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ ହକି ଦଳ ଦେଶ ପାଇଁ ସୁନାମ ଅର୍ଜନ କରିଛି। ଭାରତୀୟ ଦଳର ଏହି ବ୍ରୋଞ୍ଜ ପଦକ ଦୃଢ଼ନିଷ୍ଠ, ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଏକ ଆହ୍ବାନ। ଏହି ବିଜୟ ଯୁବ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ପ୍ରେରଣା ସଦୃଶ"।

bronze winning indian hockey team

ହକି ତାରକାମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବୁଧବାର ଅପରାହ୍ନ ୧୨.୩୦ରେ ଭାରତୀୟ ହକି ଦଳ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆସି ପହଞ୍ଚତ୍ବ। ସେଠାରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଭବ୍ୟ ସ୍ବାଗତ କରାଯିବ। ଏହାପରେ ଭାରତୀୟ ଦଳକୁ ରୋଡ଼ ଶୋ' ମାଧ୍ୟମରେ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଅଣାଯିବ। ପରେ ଲୋକସେବା ଭବନ କନଭେନଶନ ସେଣ୍ଟରରେ ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ସୂଚନା ଦେଇଛନ୍ତି।
ଯୁବ କ୍ରୀଡାବିତ୍‌ମାନେ ହେଉଛନ୍ତି ଆମ ପ୍ରେରଣାର ଉତ୍ସ। କ୍ରୀଡ଼ା ଏବଂ କ୍ରୀଡ଼ାବିତ୍‌ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଓଡ଼ିଶା ସରକାର ସଦାସର୍ବଦା ଚେଷ୍ଟିତ ଏବଂ ଏହି ଯାତ୍ରା ଆଗକୁ ମଧ୍ୟ ଜାରି ରହିବ ବୋଲି କ୍ରୀଡ଼ା ମନ୍ତ୍ରୀ ପ୍ରକାଶ କରିଛନ୍ତି। ୨୦୨୮ ଅଲିମ୍ପିକ୍ସରେ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ଯେପରି ଅଧିକ ପଦକ ହାସଲ କରିପାରିବେ ସେଥିପାଇଁ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ସେ କହିଛନ୍ତି। ଭାରତ ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଯୋଜନା କରୁଛି। ସେହି ବର୍ଷ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି। ଅଲିମ୍ପିକ୍ସ ଆୟୋଜନ ପାଇଁ ନର୍ଦ୍ଦିଷ୍ଟ ମାନଦଣ୍ଡ ରହିଥାଏ। ତାହା ପୂରଣ କରିପାରିଲେ ଆମେ ମଧ୍ୟ ଏହି ମେଗା ଇଭେଣ୍ଟ ଆୟୋଜନରେ ନିଜକୁ ସାମିଲ କରିପାରିବୁ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବାବୁ ସିଂ, ଇରାଶିଷ ଆଚାର୍ଯ୍ୟ ଏବଂ କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମା ଉପସ୍ଥିତ ଥିଲେ।
ପ୍ରକାଶ ଯୋଗ୍ୟ ଯେ, ଭାରତୀୟ ହକିର ସଙ୍କଟ ସମୟରେ ସହାୟତାର ହାତ ବଢ଼ାଇଥିଲେ ଓଡ଼ିଶା ସରକାର। ୨୦୧୮ରେ ଜାତୀୟ ଦଳର ପ୍ରାୟୋଜକ ହୋଇଥିଲା ଓଡ଼ିଶା। ପ୍ରଥମ ରାଜ୍ୟଭାବେ ଏକ ଜାତୀୟ ହକି ଦଳର ପ୍ରାୟୋଜକ ହୋଇ ଓଡ଼ିଶା ଉଦାହରଣ ସୃଷ୍ଟି କରିଥିଲା। ଏହାପରେ ଭାରତୀୟ ହକି ଦଳର ପ୍ରଦର୍ଶନରେ ଉନ୍ନତି ଆସିଥିଲା। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିବାବେଳେ ମହିଳା ଦଳ ୪ର୍ଥ ସ୍ଥାନ ହାସଲ କରି ପ୍ରଶଂସିତ ହୋଇଥିଲା। ଏହାପରେ ରାଜ୍ୟ ସରକାର ୨୦୩୩ ପର୍ଯ୍ୟନ୍ତ ଚୁକ୍ତି ସମୟସୀମାକୁ ବୃଦ୍ଧି କରିଥିଲେ। ପରେ ଆଉ ୩ ବର୍ଷ ଅର୍ଥାତ୍‌ ୨୦୩୬ ପର୍ଯ୍ୟନ୍ତ ଏହାକୁ ବଢ଼ାଇବାକୁ ନୂଆ ସରକାର ନିଷ୍ପତ୍ତି ନେଇଥିଲେ। ତେଣୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ ପର୍ଯ୍ୟନ୍ତ ଓଡ଼ିଶା ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ରହିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+