Paris Olympics 2024: ଭାରତର ବିଜୟ ଧାରାକୁ ଭାଙ୍ଗିଲା ବେଲଜିୟମ; 2-1 ରେ ଜିତିଲା ବେଲଜିୟମ
Paris Olympics 2024: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ବିଜୟ ଧାରାରେ ବ୍ରେକ୍ ଲଗାଇଛି ବିଶ୍ଵର ନମ୍ବର ୱାନ ଟିମ୍ ବେଲଜିୟମ । ଆଜି ଖେଳା ଯାଇଥିବା ପୁଲ୍ ବି ମ୍ୟାଚରେ ବେଲଜିୟମ 2-1 ଗୋଲ୍ ଆଗରେ ରହି ଭାରତର ବିଜୟ ଧାରାକୁ ରୋକିଛି ।
ପ୍ରଥମ କ୍ୱାର୍ଟରରେ କୌଣସି ଟିମ୍ ଗୋଲ୍ କରି ପାରିନଥିଲେ ମଧ୍ୟ ଦ୍ୱିତୀୟ କ୍ୱାର୍ଟରରେ ଅଭିଷେକ ପ୍ରଥମ ଗୋଲ୍ ଦେଇ ଭାରତର ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ବେଲଜିୟମ ପକ୍ଷରୁ ଥିବେୟୁ ଷ୍ଟକବ୍ରୋଏକ୍ସ ଏବଂ ଜନ୍ ଡଚମ୍ୟାନ୍ ତୃତୀୟ କ୍ୱାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରି କମ୍ ବ୍ୟାକ୍ କରିଥିଲେ।
ବେଲଜିୟମର ଏହି କମ୍ ବ୍ୟାକ୍ ଶେଷ ପର୍ଯ୍ୟନ୍ତ ବଜାୟ ରହିଥିଲା। ଭାରତ ପରବର୍ତ୍ତୀ ଦୁଇଟି କ୍ୱାର୍ଟରରେ ଗୋଟିଏ ବି ଗୋଲ୍ କରିପାରିନଥିଲା। ଫଳରେ ଏହି ମ୍ୟାଚକୁ 2-1ରେ ଜିତି ନେଇଛି ବେଲଜିୟମ ।

ଏହି ମ୍ୟାଚ୍ ପର୍ଯ୍ୟନ୍ତ ଭାରତ ଅପରାଜିତ ରହିଥିଲା। ନ୍ୟୁଜିଲ୍ୟାଣ୍ଡ ଏବଂ ଆୟରଲ୍ୟାଣ୍ଡ ବିପକ୍ଷରେ ଜିତିଥିବା ବେଳେ ଆର୍ଜେଣ୍ଟିନା ବିପକ୍ଷରେ 1-1ରେ ମ୍ୟାଚକୁ ଡ୍ର ରଖିଥିଲା। କିନ୍ତୁ ଶକ୍ତିଶାଳୀ ବେଲଜିୟମ ବିପକ୍ଷରେ ପ୍ରାରମ୍ଭିକ ଅଗ୍ରଣୀ ରହିବା ସତ୍ତ୍ୱେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି।
ତେବେ ଚାରିଟି ମ୍ୟାଚ୍ ଜିତି ବେଲଜିୟମ ପୁଲ୍ ବିରେ ଶୀର୍ଷରେ ଥିବାବେଳେ ଭାରତୀୟ ଟିମ୍ ଦ୍ୱିତୀୟ ସ୍ଥାନରେ ରହିଛି। ଫାଇନାଲ ଗ୍ରୁପ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ।
ଭାରତୀୟ ଶୁଟର ସ୍ବପ୍ନିଲ କୁସାଲେ ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୦ ମିଟର ଶୁଟିଂ ସ୍ଥାନ-୩ ଇଭେଣ୍ଟରେ ଭାରତ ପାଇ ଐତିହାସିକ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ସେ ଭାରତ ପାଇଁ ଅଲିମ୍ପିକ ପଦକ ଜିତିଥିବା ପ୍ରଥମ ଆଥଲେଟ ଅଟନ୍ତି। ସେ ଯୋଗ୍ୟତା ପର୍ଯ୍ୟାୟରେ ସପ୍ତମ ସ୍ଥାନ ହାସଲ କରିଥିଲେ।ପ୍ୟାରିସ୍ ଅଲିମ୍ପିକ୍ସରେ ଏହା ହେଉଛି ଭାରତର ତୃତୀୟ ସାମଗ୍ରିକ ପଦକ । ଏହାପୂର୍ବରୁ ମନୁ , ସରବଜୋତ ସିଂଙ୍କ ସହ ବ୍ୟକ୍ତିଗତ ତଥା ଦଳ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ ।
ଆସନ୍ତୁ ଆପଣଙ୍କୁ କହିବାକୁ ଗଲେ 17 ମଇ 2024 ରେ ଭୋପାଳରେ ଅନୁଷ୍ଠିତ ଅନ୍ତିମ ଚୟନ ପରୀକ୍ଷଣରେ ସ୍ବପ୍ନିଲ କୁସାଲେ 2024 ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । 1995 ରେ ଜନ୍ମ ହୋଇଥିବା କୁସାଲେ ଏକ କୃଷକ ପରିବାରରୁ ଆସିଛନ୍ତି ।












Click it and Unblock the Notifications