Paris Olympics 2024: ଦୁଇ ଥର ପଦକ ବିଜୟିନୀ ପିଭି ସିନ୍ଧୁ ପ୍ୟାରିସ୍ ଅଲିମ୍ପିକ୍ସରୁ ବିଦାୟ

ଦୁଇ ଥର ପଦକ ବିଜୟିନୀ ପିଭି ସିନ୍ଧୁ ପ୍ୟାରିସ୍ ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି । ଦଶମ ମାନ୍ୟତାପ୍ରାପ୍ତ ସିନ୍ଧୁ ୧୯-୨୧, ୧୪-୨୧‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ ଖେଳାଳି ହି ବିଙ୍ଗ ଜିଆଓଙ୍କଠୁ ହାରି ଯାଇଛନ୍ତି । ଫଳରେ ଅଲିମ୍ପିକ୍ସ ହ୍ୟାଟ୍ରିକ୍‌ ପଦକ ସ୍ବପ୍ନ ସିନ୍ଧୁଙ୍କ ଭାଙ୍ଗିଯାଇଛି ।

ସେହିପରି ଭାରତର ବଡ଼ ଆଶା ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚଳିତ ପ୍ୟାରିସ୍ ଅଲିମ୍ପିକ୍ସ ବ୍ୟାଡମିଣ୍ଟନ୍‌ କ୍ବାର୍ଟରଫାଇନାଲ୍‌ରୁ ଅଶ୍ରୁଳ ବିଦାୟ ନେଇଛନ୍ତି । ଦଶମ ସେହିଭଳି ପୁରୁଷ ଯୁଗଳ ବର୍ଗରେ ସାତ୍ତ୍ବିକ-ଚିରାଗଙ୍କୁ ମାଲେସିଆ ଯୋଡ଼ି ଆରୋନ୍ ଚିଆ ଓ ସୋ ୱଇ ୟିକ୍‌ ୧୩-୨୧, ୨୧-୧୪, ୨୧-୧୬ରେ ହରାଇ ଦେଇଛନ୍ତି। ପୁରୁଷ ଏକକରେ କିନ୍ତୁ ଲକ୍ଷ୍ୟ ସେନଙ୍କ ଅଭିଯାନ ଆଗକୁ ବଢ଼ିଛି ।

ପୁରୁଷ ଏକକ ବ୍ୟାଡମିଣ୍ଟନ୍‌ର ପ୍ରିକ୍ବାର୍ଟର୍‌ରେ ଦୁଇ ଭାରତୀୟ ଲକ୍ଷ୍ୟ ସେନ୍ ଓ ଏଚ୍‌ଏସ୍ ପ୍ରଣୟ ମୁହାଁମୁହିଁ ହୋଇଥିଲେ। ଏହାକୁ ୨୧-୧୨ ଓ ୨୧-୬ରେ ଜିତି ଲକ୍ଷ୍ୟ ତୃତୀୟ ଭାରତୀୟ ପୁରୁଷ ଖେଳାଳି ଭାବେ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ । ବିଶ୍ବ ମାନ୍ୟତାର ତ୍ରୟୋଦଶ ସ୍ଥାନରେ ଥିବା ପ୍ରଣୟଙ୍କୁ ହରାଇବାରେ ୨୨ ବର୍ଷୀୟ ଲକ୍ଷ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନଥି‌ଲେ। ମାତ୍ର ୩୯ ମିନିଟ୍ ଭିତରେ ହିଁ ମୁକାବିଲା ଜିତି ନେଇଥିଲେ। ଲକ୍ଷ୍ୟ ଶୁକ୍ରବାର ସଂଧ୍ୟା ୬ଟା ୩୦ରେ ଖେଳାଯିବାକୁ ଥିବା କ୍ବାର୍ଟର ଫାଇନାଲ୍‌ରେ ଦ୍ବାଦଶ ସିଡ୍ ତାଇୱାନର ଚୋ ତିଏନ୍ ଚେନ୍‌ଙ୍କୁ ଭେଟିବେ ।

Paris Olympics 2024

ଏହା ପୂର୍ବରୁ କେବଳ ପି. କାଶ୍ୟପ ଓ ‌କିଦାମ୍ବି ଶ୍ରୀକାନ୍ତ ଯଥାକ୍ରମେ ୨୦୧୨ ଲଣ୍ଡନ ଏବଂ ୨୦୧୬ ରିଓ ଅଲିମ୍ପିକ୍ସର ପୁରୁଷ ଏକକ ବ୍ୟାଡ୍‌ମିଣ୍ଟନ୍ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ । ତେବେ ବିଶ୍ବମାନ୍ୟତାର ୨୨ତମ ସ୍ଥାନରେ ଥିବା ଲକ୍ଷ୍ୟଙ୍କ ବିଜୟ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ପାଇଁ ଖଟାମିଠା ଅନୁଭୂତି ହୋଇଛି । କାରଣ ଜଣେ ଭାରତୀୟ ଅନ୍ୟଜଣକୁ ବିଦାୟର ପଥ ଦେଖାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+