ପ୍ୟାରିସ ଅଲିମ୍ପିକ୍ସ: ଆଜି ଏହି ଇଭେଣ୍ଟରେ ଖେଳିବେ ଭାରତୀୟ ଖେଳାଳି, ଚତୁର୍ଥ ପଦକ ଆସିପାରେ
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ର ନବମ ଦିନ, ଅର୍ଥାତ ୪ ଅଗଷ୍ଟ ଭାରତ ପାଇଁ ଅଧିକ ଦୁଃଖ ଦେଇଥିଲା । ଭାରତ ପାଇଁ ଦୁଇ ବଡ ପଦକ ପ୍ରତିଯୋଗୀ ଲୋଭଲିନା ବୋର୍ଗୋହେନ୍ (ବକ୍ସିଂ) ଏବଂ ଲକ୍ଷ୍ୟ ସେନ୍ (ବ୍ୟାଡମିଣ୍ଟନ୍) ନିଜ ନିଜ ମ୍ୟାଚ୍ ହାରିଥିଲେ । ଅନ୍ୟପଟେ ଭାରତୀୟ ହକି ଦଳ ରୋମାଞ୍ଚକର ମ୍ୟାଚ୍ରେ ଶୁଟ୍ଆଉଟରେ ଗ୍ରେଟ ବ୍ରିଟେନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।
ତେବେ ଆଜି ଦିନଟି ପ୍ୟାରିସରେ ଭାରତ ପାଇଁ ଏକ ବଡ଼ ଦିନ ହେବାକୁ ଯାଉଛି । ଏପର୍ଯ୍ୟନ୍ତ କେବଳ ୩ଟି ପହଦକ ଜିତିଥିବା ଭାରତକୁ ଆଜି ଆସିପାରେ ୪ର୍ଥ ପଦକ । ବ୍ରୋଞ୍ଜ ମେଡାଲ ପାଇଁ ମୈଦାନକୁ ଓହ୍ଲାଇବେ ଷ୍ଟାର ସଟ୍ଲର ଲକ୍ଷ୍ୟ ସେନ । ଏଠାରେ ନଜର ପକାନ୍ତୁ ଆଜି, ଅଲିମ୍ପିକ୍ସ ଦଶମ ଦିନର ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ ଉପରେ

ଶୁଟିଂ: ପ୍ୟାରିସ ଅଲିମ୍ପିକ୍ସ 2024ରେ ଆଜି ଅନନ୍ତ ଜିତ ସିଂ ନାରୁକା ଏବଂ ମହେଶ୍ବରୀ ଚୌହାନ ଭାରତ ପାଇଁ ସ୍କିଟ୍ ମିଶ୍ରିତ ଦଳ ଯୋଗ୍ୟତାରେ ଦେଖିବାକୁ ମିଳିବେ । ଏହି ଇଭେଣ୍ଟରେ ମୋଟ 15ଟି ଦେଶର ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।
ସ୍କିଟ୍ ମିଶ୍ରିତ ଦଳ ଯୋଗ୍ୟତା ପର୍ଯ୍ୟାୟ (ଅନନ୍ତ ଜିତ ସିଂ ନାରୁକା ଏବଂ ମହେଶ୍ବରୀ ଚୌହାନ) - ଦିନ 12:30
ଟେବୁଲ ଟେନିସ: ଆଜି ଟେବୁଲ୍ ଟେନିସ୍ ମହିଳା ରାଉଣ୍ଡ ଅଫ୍ 16 ଇଭେଣ୍ଟରେ ଭାରତୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ । ଏଥିରେ ଭାରତୀୟ ଷ୍ଟାର ପ୍ୟାଡଲର ଅର୍ଚ୍ଚନା କାମାଥ, ମନିକା ବତ୍ରା ଏବଂ ଶ୍ରୀଜା ଅକୁଲାଙ୍କୁ ଦେଖିବାକୁ ମିଳିବ । ଆଜି ଭାରତୀୟ ମହିଳା ଦଳ ରୋମାନିଆ ଦଳ ବିପକ୍ଷରେ ରାଉଣ୍ଡ ଅଫ୍ 16 ମ୍ୟାଚ୍ ଖେଳିବ ।
ଟେବୁଲ୍ ଟେନିସ୍ ମହିଳା ରାଉଣ୍ଡ ଅଫ୍ 16 - ଦିନ 1:30
ଆଥଲେଟିକ୍ସ: ଭାରତୀୟ ମହିଳା ଆଥଲେଟ୍ କିରଣ ପହଲ ମହିଳା 400 ମିଟର ରାଉଣ୍ଡ 1ରେ ଆଜି ମୈଦାନକୁ ଓହ୍ଲାଇବେ । ଏହା ବ୍ୟତୀତ ଅବିନାଶ ମୁକୁନ୍ଦ ସାୱଲେଙ୍କୁ ଭାରତ ପକ୍ଷରୁ ପୁରୁଷ 3000 ମିଟର ଷ୍ଟିପଲଚେଜ୍ ରାଉଣ୍ଡ 1ରେ ଦେଖିବାକୁ ମିଳିବ ।
ମହିଳା 400 ମିଟର ରାଉଣ୍ଡ 1 - ଅପରାହ୍ନ 3:25
ପୁରୁଷ 3000 ମିଟର ଷ୍ଟିପଲଚେଜ୍ ରାଉଣ୍ଡ 1 - ରାତି 10:34
ବ୍ୟାଡମିଣ୍ଟନ: ଭାରତ ପାଇଁ ବ୍ୟାଡମିଣ୍ଟନ ପୁରୁଷ ଏକକ ଇଭେଣ୍ଟରେ ବ୍ରୋଞ୍ଜ ପଦକ ମ୍ୟାଚ୍ ଖେଳିବେ ଷ୍ଟାର ପ୍ଯାଡଲର ଲକ୍ଷ୍ୟ ସେନ । ଏହି ମ୍ୟାଚରେ ସେ ମାଲେସିଆର ଲି ଜି ଜିୟାଙ୍କ ସହ ମୁହାଁମୁହିଁ ହେବେ । ଏହି ଇଭେଣ୍ଟର ସେମିଫାଇନାଲରେ ଲକ୍ଷ୍ୟ ଡେନମାର୍କର ଭିକ୍ଟର ଆକ୍ସେଲସେନଙ୍କ ଠାରୁ 2-0ରେ ପରାସ୍ତ ହୋଇ ସ୍ବର୍ଣ୍ଣ ପଦକ ଦୌଡ଼ରୁ ବାଦ ପଡିଥିଲେ । ଏଭଳି ସ୍ଥିତିରେ ସେ ଭାରତ ପାଇଁ ବ୍ରୋଞ୍ଜ ପଦକ ଆଣିବାକୁ ଦମ ଲଗାଇବେ ।
ବ୍ୟାଡମିଣ୍ଟନ ପୁରୁଷ ଏକକ ବ୍ରୋଞ୍ଜ ପଦକ ମ୍ୟାଚ୍ (ଲକ୍ଷ୍ୟ ସେନ୍) - ସନ୍ଧ୍ୟା 6ଟା
ସେଲିଂ: ଆଜି ଅଲିମ୍ପିକ୍ସରେ ଆଥଲେଟ୍ ବିଷ୍ଣୁ ସର୍ବଣନ୍ ପୁରୁଷ ସେଲିଂ ଇଭେଣ୍ଟରେ ଭାରତ ପକ୍ଷରୁ ଖେଳୁଥିବା ନଜର ଆସିବେ । ଏହା ସହିତ ନେତ୍ରା କୁମାନନ ମହିଳା ସେଲିଂ ପ୍ରତିଯୋଗିତାରେ ନିଜର ଚମତ୍କାର ପ୍ରଦର୍ଶନ କରିବେ । ଉଭୟ ରେସ 7 ଏବଂ ରେସ 8ରେ ଅଂଶଗ୍ରହଣ କରିବେ ।
ପୁରୁଷ ସେଲିଂ ରେସ୍ 9 ଏବଂ ରେସ୍ 10 (ବିଷ୍ଣୁ ସର୍ବଣନ୍) - ଅପରାହ୍ନ 3:35
ମହିଳା ସେଲିଂ ରେସ୍ 9 ଏବଂ ରେସ୍ 10 (ନେତ୍ରା କୁମାନନ) - ସନ୍ଧ୍ୟା 6:10












Click it and Unblock the Notifications