ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ରାଙ୍କିଂ ଆଧାରରେ କ୍ବାର୍ଟର ଫାଇନାଲରେ ଭାରତୀୟ ମହିଳା ଦଳ

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ତୀରନ୍ଦାଜ ଟିମ୍‌କୁ ସଫଳତା ମିଳିଛି । ରାଙ୍କିଂ ଆଧାରରେ କ୍ବାର୍ଟର ଫାଇନାଲରେ ଭାରତୀୟ ମହିଳା ଦଳ । କ୍ବାର୍ଟରରେ ଦୀପିକା, ଅଙ୍କିତା, ଭଜନଙ୍କୁ ନେଇ ମହିଳା ଟିମ୍‌ ।

Paris olympics 2024

ଲଣ୍ଡନ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ପୂର୍ଣ୍ଣ ୬ ଜଣିଆ ଦଳ ପ୍ୟାରିସ୍‌ ଆସିଛି। ଉଭୟ ପୁରୁଷ ଓ ମହିଳା ଦଳ ଅଲିମ୍ପିକ୍ସ ଆସିଥିବାରୁ ସମସ୍ତ ୫ ଇଭେଣ୍ଟରେ ଏମାନେ ପ୍ରତିଦ୍ବନ୍ଦ୍ବିତା କରିବେ। ଭେଟେରାନ୍‌ ତରୁଣଦୀପ ରାଏ ଓ ଦୀପିକା କୁମାରୀ ଚତୁର୍ଥ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିଲା ବେଳେ ନିଜନିଜ ବର୍ଗର ନେତୃତ୍ବ ନେବେ ।

ତେବେ‌ ଦଳର ମୁଖ୍ୟ ପ୍ରଶିକ୍ଷକ ବାଇକ୍‌ ୱଙ୍ଗ୍‌ କି'ଙ୍କୁ ସ୍ବୀକୃତି ନଦିଆଯିବାରୁ ସେ କ୍ରୀଡ଼ା ଗ୍ରାମରେ ପ୍ରବେଶ କରି ନପାରି ଭାରତ ଫେରିଯାଇଥିଲେ। ଏହି ଦକ୍ଷିଣକୋରିଆ ପ୍ରଶିକ୍ଷକଙ୍କୁ ବାର୍ଷିକ ୧ କୋଟି ଟଙ୍କା ଦିଆଯାଉଥିଲା ବେଳେ ଜଉକ୍ସରେ ୧୦ଦିନିଆ ଅଭ୍ୟାସ ଶିବିର ସେ ପ୍ରଶିକ୍ଷଣ ଦେଇଥିଲେ । ତାଙ୍କ ଅନୁପସ୍ଥିତିରେ ପୁରୁଷ ଦଳର ପ୍ରଶିକ୍ଷକ ଭାବେ ସୋନମ ସିଂହ ଭୂତିଆ ଓ ମହିଳା ଦଳର ପ୍ରଶିକ୍ଷକ ଭାବେ ପୂର୍ଣ୍ଣିମା ମହାତୋ ଭାରତୀୟ ଖେଳାଳିଙ୍କୁ ମାର୍ଗଦର୍ଶନ ଦେବେ ।

ପ୍ୟାରିସ୍‍ ଅଲିମ୍ପିକ୍ସ ୨୦୨୪ରେ ଆଜିଠୁ ଅଭିଯାନ ଆରମ୍ଭ କରିବ ଭାରତ । ଅଲିମ୍ପିକ୍ସ ମହାକୁମ୍ଭ ୨୬ ଜୁଲାଇରେ ଉଦଘାଟନ ହେବାକୁ ଥିବାବେଳେ ଭାରତୀୟ ଖେଳାଳିମାନେ କିନ୍ତୁ ୨୫ ଜୁଲାଇରୁ ଅଭିଯାନ ଆରମ୍ଭ କରିବେ । ଆର୍ଚେରୀ ଟିମ୍‍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+