Paris Olympics 2024: ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ୨୩ଟି ରାଜ୍ୟର ୧୧୭ ଆଥଲେଟ୍, ଓଡ଼ିଶାରୁ କେତେ ?

Paris Olympics 2024: ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ବିଶ୍ବ କ୍ରୀଡା ମହାକୁମ୍ଭ 'ଅଲିମ୍ପିକ୍ସ' । ଏଥିରେ ଭାରତର ୨୩ଟି ରାଜ୍ୟର ମୋଟ ୧୧୭ ଆଥଲେଟ୍ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରୁ ୪୭ ମହିଳା ଏବଂ ୭୦ ପୁରୁଷ ଆଥଲେଟ୍ ରହିଛନ୍ତି ।

ହରିୟାଣାରୁ ସର୍ବାଧିକ ୨୫ ଆଥଲେଟ୍ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ବେଳେ ୧୮ ଜଣ ଆଥଲେଟଙ୍କ ସହ ଦ୍ବିତୀୟ ସ୍ଥାନରେ ପଞ୍ଜାବ ରହିଛି । ସେହିପରି ତୃତୀୟରେ ତାମିଲନାଡୁର ସର୍ବାଧିକ ୧୨ ଜଣ ଆଥଲେଟ୍ ଏଥିରେ ଭାଗ ନେବାକୁ ଯାଉଛନ୍ତି । ସେହିପରି ସିକ୍କିମ, ଗୋଆ, ଆସାମ, ବିହାରରୁ ସର୍ବନିମ୍ନ ଜଣେ ଲେଖାଏଁ କ୍ରୀଡାବିତ ଅଂଶଗ୍ରହଣ କରିବେ । ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ଜାଣିନିଅନ୍ତୁ ଏଥର ଭାରତର କେଉଁ ରାଜ୍ୟର କେତେ ଖେଳାଳି ଏଥିରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।

Paris Olympics 2024: ହରିୟାଣା (25): ଏଥର 'ପ୍ୟାରିସ ଅଲିମ୍ପିକ୍ସ' ପାଇଁ ହରିୟାଣା ସର୍ବାଧିକ 25ଜଣ ଆଥଲେଟ୍ ଭାରତରୁ ପ୍ରତିନିଧିତ୍ବ କରିବେ । ଯେଉଁଥିରେ 14ଜଣ ମହିଳା ଏବଂ 11ଜଣ ପୁରୁଷ ରହିଛନ୍ତି । ଏହି ଆଥଲେଟ୍ସଙ୍କ ମଧ୍ୟରେ ନୀରଜ ଚୋପ୍ରା (ଜାଭେଲିନ୍ ଥ୍ରୋ-ଦ୍ୱିତୀୟ ଥର), ଅମିତ ଫାଙ୍ଗଲ୍, ନିଶାନ୍ତ ଦେବ, ପ୍ରୀତି ପାୱାର, ଜସ୍ମିନ୍ ଲମ୍ବୋରିଆ (ବକ୍ସିଂ), ଦିଶା ଦାଗର (ଗଲ୍ଫ - ଦ୍ୱିତୀୟ ଥର), ସୁମିତ, ସଞ୍ଜୟ, ଅଭିଷେକ (ପୁରୁଷ ହକି ଦଳ), ବାଲରାଜ ପାନୱାର ( ରୋଇଂ), ରାଇଜା ଢିଲନ୍, ରମିତା ଜିନ୍ଦଲ ସରବଜୋଟ ସିଂ, ମନୁ ଭକର, ରିଥମ୍ ସାଙ୍ଗୱାମ, ଅନିଷ ଭାନୱାଲା (ସୁଟିଂ), ସୁମିତ ନାଗଲ (ଟେନିସ୍), ଅମନ ସେହରାୱତ, ଭିନେଶ ଫୋଗାଟ , ଅଂଶୁ ମଲିକ, ନିଶା ଡାହିଆ, ରିତିକା ହୁଡା, (ରେସଲିଂ), ଭଜନକୌର କିରଣ ପହଲ, ନିଶାନ୍ତ ଦେବ, ପ୍ରୀତି ପାୱାର, ଜସ୍ମିନ୍ ଲମ୍ବୋରିଆ, ସଞ୍ଜୟ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ।

Paris Olympics 2024

ପଞ୍ଜାବ(18): ପ୍ୟାରିସର ଅଲିମ୍ପିକ୍ସରେ ପଞ୍ଜାବରୁ 18 ଜଣ ଭାରତକୁ ପ୍ରତିନିଧିତ୍ବ କରିବେ । ସେମାନେ ହେଉଛନ୍ତି ଅକ୍ଷଦୀପ ସିଂ (ରେସ ଓ୍ବାକ), ତାଜିନ୍ଦରପାଲ ସିଂ ତୋର (ସଟଫୁଟ), ଶୁଭଙ୍କର ଶର୍ମା ଏବଂ ଗଗନଜିତ୍ ଭୁଲାର୍ (ଗଲ୍ଫ), ଜରମନପ୍ରୀତ ସିଂ, ହରମନପ୍ରୀତ ସିଂ(ଅଧିନାୟକ), ଶ୍ୟାମଶର ସିଂ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ସୁଖଜିତ ସିଂ, ମନଦୀପ ସିଂ, ଗୁରୁଜନ୍ତ ସିଂ, ଯୁଗରାଜ ସିଂ (ଟିମ୍ ରିଜର୍ଭ), କୃଷ୍ଣ ବାହାଦୂର ପାଠକ (ଟିମ୍ ରିଜର୍ଭ) ପୁରୁଷ ହକି ଦଳରେ ଖେଳିବେ। ରାଜେଶ୍ୱରୀ କୁମାରୀ, ସିଫ୍ଟ କୌର ସମରା, ଅଞ୍ଜୁମ ମୌଡଗିଲ, ଅର୍ଜୁନ ଖେମା ସୁଟିଂରେ ଭାଗ ନେବେ ।

ତାମିଲନାଡୁ (12): ଅଲିମ୍ପିକ୍ସରେ ତାମିଲନାଡୁର 12 ଜଣ ଖେଳାଳି ଅଂଶଗ୍ରହଣ କରିବେ । ସେମାନେ ହେଉଛନ୍ତି ଜେସୱିନ୍ ଆଲଡ୍ରିନ୍ (ଲଙ୍ଗ ଜମ୍ପ), ପ୍ରଭିଲ ଚିତ୍ରାଭେଲ (ଟ୍ରିପଲ ଜମ୍ପ), ସନ୍ତୋଷ ତାମିଲାରସାନ (ପୁରୁଷ ରିଲେ ), ରାଜେଶ ରମେଶ ( ପୁରୁଷ ରିଲେ), ଭିଥିଆ ରାମରାଜ ( ମହିଳା ରିଲେ), ଶୁଭ ଭେଙ୍କଟେସନ ମହିଳା ରିଲେ), ନେତ୍ର କୁମାନନ (ସେଲିଂ), ପୃଥ୍ବିବୀରାଜ ଟୋଣ୍ଡାଇମାନ (ସୁଟିଂ), ଏଲାଭେନିଲ ଭାଲାରିଭାନ (ସୁଟିଂ), ଶରତ କମଲ (ଟେବୁଲ ଟେନିସ), ସାଥିଆନ ଜି (ଟେବୁଲ ଟେନିସ-ରିଜର୍ଭ), ଏନ ଶ୍ରୀରାମ ବାଲାଜୀ (ଟେନିସ) ।

କର୍ଣ୍ଣାଟକ (7): ପ୍ୟାରିସ ଅଲିମ୍ପିକ୍ସ ପାଇଁ କର୍ଣ୍ଣାଟକର 7ଜଣ ଖେଳାଳି ଯୋଗ୍ୟତା ଅର୍ଜନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଓ 5ଜଣ ମହିଳା ରହିଛନ୍ତି । ସେମାନେ ହେଲେ, ଏମ.ଆର ପୋଭାମ୍ମା (ମହିଳା ରିଲେ ), ଅଶ୍ୱିନୀ ପୋନ୍ନାପ୍ପା (ବ୍ୟାଡମିଣ୍ଟନ-ମହିଳା ଡବଲ୍ସ), ଆଦିତ୍ୟ ଅଶୋକ (ଗଲ୍ଫ), ଧିନିଧି (ସନ୍ତରଣ), ଶ୍ରୀହରି ନାଟାରାଜ (ସନ୍ତରଣ) ଅର୍ଚ୍ଚନା କାମାଥ (ଟେବୁଲ ଟେନିସ) ରୋହନ ବୋପାନ୍ନା (ଟେନିସ)।

କେରଳ(7): କେରଳର 7ଜଣ ପୁରୁଷ ଖେଳାଳି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅବଦୁଲ୍ଲା ଅବୁବାକର (ଟ୍ରିପଲ ଜମ୍ପ) ମହମ୍ମଦ ଅନାସ ୟାହିୟା (ପୁରୁଷ ରିଲେ ), ମହମ୍ମଦ ଅଜମଲ ( ପୁରୁଷ ରିଲେ), ଆମୋଜ ଯାକୋବ (ପୁରୁଷ ରିଲେ), ମିଜୋ ଚାକୋ କୁରିଏନ୍ (ରିଲେ-ରିଜର୍ଭ ଏବଂ ମିକ୍ସଡ୍ ରିଲେ), ଏଚ୍ ଏସ୍ ପ୍ରଣୟ (ବ୍ୟାଡମିଣ୍ଟନ୍), ପି.ଆର ଶ୍ରୀଜେଶ (ହକି) ।

ମହାରାଷ୍ଟ୍ର (7): ମହାରାଷ୍ଟ୍ରର 7 ପୁରୁଷ ଆଥଲେଟ୍ ପ୍ୟାରିସ୍ ଅଲିମ୍ପିକ୍ସ 2024 ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେମାନେ ହେଉଛନ୍ତି ପ୍ରବୀଣ ଯାଦବ (ତୀରନ୍ଦାଜ), ଅବିନାଶ ସାବଲ (ଷ୍ଟିପ୍ଲେଚେଜ୍), ସର୍ଭେଶ କୁଶରେ (ହାଇ ଜମ୍ପ), ଚିରାଗ ଶେଟ୍ଟୀ (ବ୍ୟାଡମିଣ୍ଟନ-ପୁରୁଷ ଡବଲ୍ସ), ସ୍ବପନିଲ କୁସାଲେ (ସୁଟିଂ), ବିଷ୍ଣୁ ସାରଭାନନ (ରୋଇଂ)।

ଉତ୍ତର ପ୍ରଦେଶ (6): ଉତ୍ତର ପ୍ରଦେଶର 6ଜଣ ଆଥଲେଟ୍ ପ୍ୟାରିସ୍ ଅଲିମ୍ପିକ୍ସ-2024 ରେ ଭାରତର ପ୍ରତିନିଧିତ୍ୱ କରିବେ। ପ୍ରିୟଙ୍କା ଗୋସ୍ୱାମୀ (ରେସ୍ ୱାକ), ପାରୁଲ ଚୌଧୁରୀ (ଷ୍ଟିପଲେଚେସ), ଅନ୍ନୁ ରାନୀ (ଜାଭେଲିନ୍ ଥ୍ରୋ), ପ୍ରାଚି (ରିଲେ ରିଜର୍ଭ ମହିଳା), ରାଜକୁମାର ପାଲ୍ (ହକି), ଲଲିତ କୁମାର ଉପାଧ୍ୟାୟ (ହକି) ।

ଆନ୍ଧ୍ର ପ୍ରଦେଶ (4): ପ୍ୟାରିସ୍ ଅଲିମ୍ପିକ୍ସରେ ଆନ୍ଧ୍ର ପ୍ରଦେଶର 4ଜଣ ଆଥଲେଟ୍ (2 ପୁରୁଷ ଏବଂ 2 ମହିଳା) ଦେଶ ପାଇଁ ପ୍ରତିନିଧିତ୍ୱ କରିବେ । ସେମାନେ ହେଉଛନ୍ତି ଧୀରଜ ବମ୍ମାଦେବରା (ତୀରନ୍ଦାଜ), ଜ୍ୟୋତି ୟାରାଜୀ (ହଡଲ୍ସ), ଜ୍ୟୋତିକା ଶ୍ରୀ ଦାଣ୍ଡି (ମହିଳା ରିଲେ), ସାତ୍ତ୍ବିକ ସାଇରାଜ ରଙ୍କିରେଡ୍ଡୀ(ବ୍ୟାଡମିଣ୍ଟନ୍-ପୁରୁଷ ଡବଲ୍ସ) ।

ତେଲେଙ୍ଗାନା (4): ତେଲେଙ୍ଗାନାର ଚାରିଜଣ ମହିଳା ଖେଳାଳି ପ୍ୟାରିସ୍ ଅଲିମ୍ପିକ୍ସ ଖେଳିବେ । ପିଭି ସିନ୍ଧୁ (ବ୍ୟାଡମିଣ୍ଟନ୍), ନିଖତ୍ ଜରିନ୍ (ବକ୍ସିଂ), ଇଶା ସିଂ (ସୁଟିଂ) ଓ ଶ୍ରୀଜା ଅକୁଲା (ଟେବୁଲ୍ ଟେନିସ୍) ।

ଉତ୍ତରାଖଣ୍ଡ (4): ପ୍ୟାରିସ୍ ଅଲିମ୍ପିକ୍ସରେ ଉତ୍ତରାଖଣ୍ଡର ପରମଜିତ୍ ସିଂ ବିସ୍ତ (ରେସ୍ ୱାକ), ଅଙ୍କିତା ଧ୍ୟାନୀ (ମହିଳା 500 ମିଟର ଦୌଡ଼), ସୂରଜ ପାନୱାର୍ (ରେସ୍ ୱାଲ୍କ ମିକ୍ସଡ୍ ମାରାଥନ୍) ଏବଂ ଲକ୍ଷ୍ମୀ ସେନ୍ (ବ୍ୟାଡମିଣ୍ଟନ୍) ।

ପଶ୍ଚିମବଙ୍ଗ(3): ପ୍ୟାରିସ ଅଲିମ୍ପିକ୍ସରେ ପଶ୍ଚିମବଙ୍ଗର ଅଙ୍କିତା ଭକ୍ତ (ତୀରନ୍ଦାଜ), ଅନୁଷ୍ ଅଗରୱାଲ (ଘୋଡସବାରୀ-ଡ୍ରେସେଜ), ଅହିକା ମୁଖାର୍ଜୀ (ଟେବୁଲ୍ ଟେନିସ୍-ରିଜର୍ଭ) ।

ମଧ୍ୟପ୍ରଦେଶ (3): ମଧ୍ୟପ୍ରଦେଶରୁ 3ଜଣ ପୁରୁଷ ଆଥଲେଟ ଭାରତରୁ ପ୍ରତିନିଧିତ୍ବ କରିବେ । ସେମାନେ ହେଉଛନ୍ତି ବିବେକ ସାଗର ପ୍ରସାଦ (ହକି), ସନ୍ଦୀପ ସିଂ ଓ ଅଶ୍ୱର୍ଯ୍ୟା ପ୍ରତାପ ସିଂ ତୋମାର (ସୁଟିଂ)।

ଚଣ୍ଡିଗଡ଼ (2): ଚଣ୍ଡିଗଡ଼ର ଦୁଇଜଣ ଖେଳାଳି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେମାନେ ହେଉଛନ୍ତି ଅର୍ଜୁନ ବାବୁଟା ଏବଂ ବିଜୟଭୀର୍ ସିଦ୍ଧୁ । ଉଭୟ ସୁଟିଂ ଇଭେଣ୍ଟରେ ଭାଗ ନେବେ । ପ୍ରଥମ ଥର ପାଇଁ ଏହି ଦୁଇ ଜଣ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି ।

ଗୁଜୁରାଟ(2): ଗୁଜୁରାଟର ଦୁଇ ଟେବୁଲ୍ ଟେନିସ୍ ଖେଳାଳି ହରମିତ ଦେଶାଇ ଏବଂ ମାନବ ଠାକୁର ପ୍ୟାରିସ୍ ଅଲିମ୍ପିକ୍ସ 2024 ରେ ପ୍ରଥମ ଥର ପାଇଁ ଭାରତର ପ୍ରତିନିଧିତ୍ୱ କରିବେ।

ଝାଡଖଣ୍ଡ (2): ଏହି ରାଜ୍ୟରୁ ଜଣେ ପୁରୁଷ ଏବଂ ଜଣେ ମହିଳା ଆଥଲେଟ୍ ପ୍ୟାରିସ୍ ଅଲିମ୍ପିକ୍ସ ଖେଳିବେ । ଦୀପିକା କୁମାରୀ (ତୀରନ୍ଦାଜ) ଓ ବିକାଶ ସିଂ (ରେସ୍ ୱାକ୍)ରେ ଭାରତକୁ ପ୍ରତିନିଧିତ୍ବ କରିବେ ।

ମଣିପୁର (2): ମଣିପୁରର ମୀରବାଇ ଚାନୁ (ଭାରୋତ୍ତୋଳନ) ଏବଂ ନୀଲକାନ୍ତ ଶର୍ମା (ହକି) ପ୍ୟାରିସ୍ 2024 ପାଇଁ ମନୋନୀତ ହୋଇଛନ୍ତି ।

ନୂଆଦିଲ୍ଲୀ (2): ନୂଆଦିଲ୍ଲୀରୁ 2 ଜଣ ଖେଳାଳି ପ୍ୟାରିସ ଅଲିମ୍ପିକ୍ସ ଖେଳିବେ । ସେମାନେ ହେଉଛନ୍ତି ଜୁଡୋକା ତୁଲିକା ମାନ ଏବଂ ମାଣିକା ବତ୍ରା (ଟେବୁଲ୍ ଟେନିସ୍) ।

ଓଡ଼ିଶା (2): ପ୍ୟାରିସ୍ ଅଲିମ୍ପିକ୍ସରେ ଓଡିଶାର କିଶୋର ଜେନା (ଜାଭେଲିନ୍ ଥ୍ରୋ) ଏବଂ ଅମିତ ରୋଗିଡାସ୍ (ହକି) ଭାରତର ପ୍ରତିନିଧିତ୍ୱ କରିବେ।

ରାଜସ୍ଥାନ (2): ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ଶଟଗନ୍ ଦଳର ପ୍ରତିନିଧିତ୍ୱ କରିବେ ରାଜସ୍ଥାନର ଅନନଜିତ୍ ସିଂ ନାରୁକା ଏବଂ ମହେଶ୍ୱରୀ ଚୌହାନ।

ଆସାମ (1): ଆସାମର ଏକମାତ୍ର ମହିଳା ଆଥଲେଟ୍ ବକ୍ସର ଲଭଲିନା ଅଲିମ୍ପିକ୍ସରେ ବକ୍ସିଂରେ ଭାଗ ନେବେ । ସେ ମହିଳା 75 କିଲୋଗ୍ରାମ ଇଭେଣ୍ଟରେ ଅଂଶଗ୍ରହଣ କରିବେ । ସେ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି ।

ବିହାର(1): ଟ୍ରାପ ସୁଟର ଶ୍ରେୟାସୀ ସିଂ ପ୍ରଥମ ଥର ଅଲିମ୍ପିକ୍ ଖେଳିବାକୁ ଯାଉଛନ୍ତି । ବିହାରର ଏକମାତ୍ର ଆଥଲେଟ୍ ଭାବେ ସେ ପ୍ୟାରିସ୍ 2024 ଅଲିମ୍ପିକ୍ସ ଖେଳିବେ ।

ଗୋଆ (1): ମହିଳା ବ୍ୟାଡମିଣ୍ଟନ ଖେଳାଳି (ମହିଳା ଡବଲ୍ସ) ତନିଶା କ୍ରାଷ୍ଟୋ ପ୍ରଥମ ଥର ପାଇଁ ଗ୍ରୀଷ୍ମ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଛନ୍ତି । ସେ ଗୋଆର ଏକମାତ୍ର ଆଥଲେଟ୍ ଭାବେ କ୍ରୀଡା ମହାକୁମ୍ଭରେ ସାମିଲ ହେବେ ।

ସିକ୍କିମ୍(1): ତୀରନ୍ଦାଜରେ ସିକ୍କିମର ତରୁଣଦୀପ ରାୟ 2024 ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଏହି ରାଜ୍ୟରୁ କୌଣସି ଖେଳାଳି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିନାହାନ୍ତି: ପ୍ୟାରିସ୍ ଅଲିମ୍ପିକ୍ସ 2024 ରେ ଅରୁଣାଚଳ ପ୍ରଦେଶ, ଛତିଶଗଡ, ହିମାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରାରୁ କୌଣସି ଖେଳାଳି ଅଂଶଗ୍ରହଣ କରୁନାହାଁନ୍ତି । ଏହାସହ ପୁଡୁଚେରୀ, ଜମ୍ମୁ କାଶ୍ମୀର, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ଏବଂ ନଗର ହାବେଳି, ଦାମନ ଏବଂ ଡିୟୁ, ଲଦାଖ ଏବଂ ଲକ୍ଷାଦ୍ୱୀପ ଭଳି କେନ୍ଦ୍ରଶାସିତ ଅଞ୍ଚଳରୁ ମଧ୍ୟ କୌଣସି ଖେଳାଳି ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+