Paris Olympic 2024: ନିରାଶ କଲେ ଓଡିଆ ପୁଅ କିଶୋର ଜେନା; ଫାଇନାଲ ରେସରୁ ବାଦ
Paris Olympics 2024: ନିରାଶ କଲେ ଓଡିଆ ପୁଅ କିଶୋର ଜେନା । ଫାଇନାଲ ପାଇଁ କଲେନି କ୍ଵାଲିଫାୟ । ଶ୍ରେଷ୍ଠ 80.73 ସହିତ ପୁରୁଷଙ୍କ ଜାଭେଲିନ୍ ଯୋଗ୍ୟତା ଗ୍ରୁପ୍ ଏରେ ଫିଙ୍ଗିଥିବା କିଶୋର ଜେନା ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ଏକ ଫାଇନାଲରୁ ବାଦ ପଡିଛନ୍ତି ।
ଜାଭେଲିନ୍ରେ ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସ 2024 ର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ 89.34 ମିଟର ଦୂରତାରେ ଥ୍ରୋ ପକାଇ ଦେଇଛନ୍ତି । ବର୍ତ୍ତମାନ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ତାଙ୍କର ଆଶା ବୃଦ୍ଧି ପାଇଛି ।
ନୀରଜଙ୍କ ପରେ ପାକିସ୍ତାନର ଅର୍ଶଦ ନାଦିମ ମଧ୍ୟ ପ୍ରଥମ ଥ୍ରୋରେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ନାଦିମ 86.59 ମିଟରର ପ୍ରଥମ ଥ୍ରୋ ଫିଙ୍ଗିଛନ୍ତି | ଏହା ହେଉଛି ନାଦିମ ଙ୍କ ସର୍ବୋତ୍ତମ ପ୍ରଦର୍ଶନ । ଏବେ ଫାଇନାଲରେ ନାଦିମ ଏବଂ ନୀରଜଙ୍କ ମଧ୍ୟରେ ଏକ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିବ ।
ପ୍ରଥମ ପ୍ରୟାସରେ କିଶୋର ଜେନା ୮୦.୭୩ ମିଟରକୁ ଜାଭେଲିନ ଫିଙ୍ଗି ଥିଲେ। ଦ୍ୱିତୀୟ ପ୍ରୟାସରେ ସେ ଫାଉଲ କରିଥିଲେ। ତୃତୀୟ ପ୍ରୟାସରେ ସେ ୮୦.୨୧ ମିଟରକୁ ଜାଭେଲିନ ପକାଇଥିଲା। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୮୦.୭୩ ରହିଥିବାରୁ ଏହାକୁ ଗଣତିକୁ ନିଆଯାଇଛି।

ପ୍ୟାରିସ ଅଲିମ୍ପିକ୍ସର ନିୟମ ଅନୁଯାୟୀ, ଗ୍ରୁପ ଏରେ ୧୬ ଜଣ ଓ ଗ୍ରୁପ ବି'ରେ ୧୬ ଜଣ ଖେଳାଳି ରହିଛନ୍ତି। ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୧୨ ଜଣ ଫାଇନାଲକୁ ଯିବେ।
ସିଧାସଳଖ ଫାଇନାଲରେ ପ୍ରବେଶ କରିବା ପାଇଁ ବେଞ୍ଚ ମାର୍କ ହେଉଛି ୮୪। ଯଦି କୌଣସି ଆଥଲେଟ ୮୪ ମିଟରର ଦୂରକୁ ଜାଭେଲିନ ଫିଙ୍ଗୁଛନ୍ତି, ତା'ହେଲେ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବାର ପ୍ରାବଧାନ ରହିଛି।
କିଶୋର ଜେନା ସିଧାସଳଖ ଯୋଗ୍ୟତା ଅର୍ଜନ କରି ନଥିବାରୁ ଏବେ ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ତାଙ୍କ ଭାଗ୍ୟ ନିର୍ଭର କରୁଛି। ୨୦୨୨ ଏସିଆନ ଗେମ୍ସରେ କିଶୋର ଜେନା ୮୭.୫୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସିଲିଭର ମେଡାଲ ପାଇଥିଲେ। ହେଲେ ଆଜି ପ୍ୟାରିସ ଅଲିମ୍ପିକ୍ସରେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନାହାନ୍ତି।












Click it and Unblock the Notifications